ETV Bharat / bharat

କୋରୋନା ଭୟ ବଢାଉଛି ଜମାତ, ନାଲନ୍ଦାରେ ଆୟୋଜିତ ମରକଜ ଯୋଗ ଦେଇଥିଲେ 640

author img

By

Published : Apr 16, 2020, 6:43 PM IST

କୋରୋନା ଭୟକୁ ବଢାଉଛି ଜମାତ, ନାଲନ୍ଦାରେ ଆୟୋଜିତ ମରକଜ ଯୋଗଦେଇଥିଲେ 640
କୋରୋନା ଭୟକୁ ବଢାଉଛି ଜମାତ, ନାଲନ୍ଦାରେ ଆୟୋଜିତ ମରକଜ ଯୋଗଦେଇଥିଲେ 640

କୋରୋନା ସଙ୍କଟ ମଧ୍ୟରେ ଚିନ୍ତା ବଢାଇଛି ଜମାତ କାର୍ଯ୍ୟକ୍ରମ । ସରକାରୀ ଆକଳନ ଅନୁଯାୟୀ, ନାଲନ୍ଦାର ବାଡେ ଶେଖାନା ମସଜିଦର ଜାମାତ କାର୍ଯ୍ୟକ୍ରମରେ ମୋଟ 640 ଲୋକ ଯୋଗ ଦେଇଥିଲେ । ତେବେ ଜମାତ ସୂତ୍ରରୁ ପ୍ରକାଶ ଯେ ଏଥିରେ 1000 ରୁ 1200 ଲୋକ ପହଞ୍ଚିଥିଲେ । ଅଧିକ ପଢନ୍ତୁ...

ପାଟନା: ଦେଶରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । କୋରୋନା ମହାମାରୀକୁ ରୋକିବା ପାଇଁ ସରକାର ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଉଥିବା ବେଳେ ଜମାତ କାର୍ଯ୍ୟକ୍ରମ ସଂକ୍ରମଣ ବୃଦ୍ଧିର ଚିନ୍ତାକୁ ଆହୁରି ବଢାଇଦେଇଛି । ମାର୍ଚ୍ଚ 13ରେ ବିହାର ସରିଫର ବାଡି ଶେଖାନା ମସଜିଦଠାରେ ଆୟୋଜିତ ହୋଇଥିବା ଜମାତର କାର୍ଯ୍ୟକ୍ରମ କରୋନା ସଂକ୍ରମଣର ଆଶଙ୍କା ଦେଖାଦେଇଛି। ଏଥିରେ ସମ୍ପୃକ୍ତ ବ୍ୟକ୍ତଙ୍କ ବିଭିନ୍ନ ଜିଲ୍ଲାରେ ଯାଞ୍ଚ କରାଯାଉଛି। ବିହାରରେ ଏପର୍ଯ୍ୟନ୍ତ ମୋଟ 72 ଜଣ କୋରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି ।

କୋରୋନା ଭୟକୁ ବଢାଉଛି ଜମାତ, ନାଲନ୍ଦାରେ ଆୟୋଜିତ ମରକଜ ଯୋଗଦେଇଥିଲେ 640

ହୋଲି ପରେ 130-14 ମାର୍ଚ୍ଚରେ ନାଲନ୍ଦାର ବାଡି ଶେଖାନା ମସଜିଦରେ ଜମାତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବହୁ ସଂଖ୍ୟକ ଲୋକ ସାମିଲ ହୋଇଥିଲେ | ସରକାରୀ ଆକଳନ ଅନୁଯାୟୀ ଏଥିରେ ମୋଟ 640 ଲୋକ ଯୋଗ ଦେଇଥିଲେ। ତେବେ ଜମାତ ସୂତ୍ରରୁ ପ୍ରକାଶ ଯେ ଏଥିରେ 1000ରୁ 1200 ଲୋକ ପହଞ୍ଚିଥିଲେ।

କୋରୋନା ଭୟକୁ ବଢାଉଛି ଜମାତ, ନାଲନ୍ଦାରେ ଆୟୋଜିତ ମରକଜ ଯୋଗଦେଇଥିଲେ 640
କୋରୋନା ଭୟକୁ ବଢାଉଛି ଜମାତ, ନାଲନ୍ଦାରେ ଆୟୋଜିତ ମରକଜ ଯୋଗଦେଇଥିଲେ 640

ନୱାଦାରେ ଚିହ୍ନଟ ଜଣେ କରୋନା ପଜିଟିଭ ରୋଗୀ ଏହି ଜମାତରେ ଯୋଗ ଦେଇଥିବା ଜଣାପଡିଛି । ଏହା ସହିତ ମୁଙ୍ଗେରର କରୋନା ପଜିଟିଭ ରୋଗୀ ମଧ୍ୟ ଦିଲ୍ଲୀର ଜମାତରେ ଯୋଗଦେବା ପରେ ଏଠାରେ ବିହାରର ଏହି ଜମାତରେ ଆସି ସାମିଲ ହୋଇଥିଲେ। ଏହା ପରେ ସେ ବିହାର ସରିଫ ଦେଇ ଶେଖପୁରା ଦେଇ ମୁଙ୍ଗରରେ ପହଞ୍ଚିଥିଲେ | ବର୍ତ୍ତମାନ ଏହି ମାର୍ଗକୁ ସମ୍ପୂର୍ଣ୍ଣ ଭାବେ ସିଲ୍ କରାଯାଇଛି। ତେବେ ପ୍ରଶାସନିକ ଅଧିକାରୀମାନେ ଏହି ଘଟଣାରେ ନୀରବ ରହିଛନ୍ତି।

ଜମାତରେ ସାମିଲ ଦରଭଙ୍ଗାର 13 ଜଣ ମାର୍ଚ୍ଚ 13 ରେ ଦାରବଙ୍ଗାରୁ ବିହାରଶରିଫ ତବଲିଗୀ ମକରଜକୁ ଯାଇଥିଲେ। ସେମାନଙ୍କ ସହ ମଧୁବନୀର 9 ଜଣ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଏହି ସମସ୍ତ ଲୋକଙ୍କ ତାଲିକା, ମୋବାଇଲ୍ ନମ୍ବର ଏବଂ ଠିକଣା ମିଳିସାରିଥିବା ବେଳେ ଏମାନଙ୍କୁ କ୍ବାରେଣ୍ଟାଇନରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ନାଲନ୍ଦାରେ ଅନ୍ତର୍ଭୁକ୍ତ ଥିବା ତବଲିଗୀ ଜମାତରେ ମୋଟ 277 ଜଣଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରୁ ଭାଗଲପୁରର 8, ବାଙ୍କାର 4, ଲାଖାଇସରାଇର 1, ବେଗୁସରାଇର 20, ଖାଗଡିଆର 8, ଜାମୋଇର 4, ମୋତିହାରୀର 4, ବୈଶାଲିର 4, ମୁଜାଫରପୁରର 13, ମଧୁବାବୁର 11, ମଧୁପୁରାର 11, ସୁପାଉଲର 7, ନାଳନ୍ଦାର 14, ସିୱାନ୍‌ର 12, ବକ୍ସରର 4, ରୋହତସର 5, ପାଟନାର 25, ଭୋଜପୁରର 4, ଶେଖପୁରାର 2, ଗୟାର 14, ନୱାଡାର 5, ଜେହାନାବାଦର 5, ଅରୱାଲର 1, ସମସ୍ତିପୁରର 9 , କିଶାନଗଞ୍ଜର 16, ପୁର୍ନିଆର 21, କାଟିହାରର 7, ସୀତାମାଢିର 2, ଗୋପାଳଗଞ୍ଜରୁ 8 ଏବଂ ଶିବହାରର 3 ଜଣ ରହିଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.