ETV Bharat / bharat

ବନ୍ଧୁକ ମୁନରେ ଲୁଟିନେଲେ 30 କେଜି ସୁନା

author img

By

Published : Feb 18, 2020, 9:31 AM IST

gold
ବନ୍ଧୁକ ମୂନରେ ଲୁଟିନେଲେ 30 କେଜି ସୁନା

ପଞ୍ଜାବର ଲୁଧିଆନା ସହରରେ ଥମିବାର ନାଁ ଧରୁନି ଲୁଟ ଓ ତସ୍କରୀ । ପଞ୍ଜାବର ଲୁଧିଆନା ସହରରେ ଏକ ଫାଇନାନ୍ସ କମ୍ପାନୀରୁ 30 କେଜି ସୁନା ଲୁଟ ହୋଇଛି । ଅଧିକ ପଢନ୍ତୁ....

ଚଣ୍ଡିଗଡ: କିଛି ଦିନର ବ୍ୟବଧାନ ପରେ ପୁଣି ଡକାୟତି। ବନ୍ଧୁକ ଦେଖାଇ ଏକ ଫାଇନାନ୍ସ କମ୍ପାନୀରୁ 30 କେଜି ସୁନା ଲୁଟିନେଲେ ଦୁର୍ବୃତ୍ତ। ଯାହାର ମୂଲ୍ୟ 12 କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏଭଳି ଘଟଣା ଦେଖିବାକୁ ମିଳିଛି ପଞ୍ଜାବର ଲୁଧିଆନା ସହରରେ ।

ପୋଲିସର ସୂଚନା ମୁତାବକ, ସହରର ଗିଲ ରୋଡ ସ୍ଥିତ ଇଣ୍ଡିଆ ଇମ୍ଫୋଲାଇନ ଫାଇନାନ୍ସ ଲିମିଟେଡ(ଆଇଆଇଏଫଏଲ) କମ୍ପାନୀରେ ସୋମବାର ସକାଳ ସମୟରେ ଡକାୟତି ହେବାର ସୂଚନା ମିଳିଥିଲା । ତେବେ ଡକାୟତି ସମୟର ଦୃଶ୍ୟ ସିସିଟିଭିରେ ମଧ୍ୟ କଏଦ ହୋଇଛି। ଯାହାକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

ତେବେ ଦୁର୍ବୃତ୍ତମାନେ କମ୍ପାନୀର କର୍ମଚାରୀଙ୍କୁ ରସିରେ ବାନ୍ଧିଦେଇଥିଲେ। ଏହାପରେ 20 ମିନିଟ ପର୍ଯ୍ୟନ୍ତ କମ୍ପାନୀ ଭିତରେ ଲୁଟ କାର୍ଯ୍ୟକ୍ରମ ଚଳାଇଥିଲେ । ଉକ୍ତ କମ୍ପାନୀ ଠିକ ସାମ୍ନାରେ କ୍ରାଇମ ଇନଭେଷ୍ଟିଗେସନ ଏଜେନ୍ସି କାର୍ଯ୍ୟାଳୟ ରହିଛି । ଏହି ଡକାୟତ ମାନେ ଯିବା ପରେ ଅଫିସ କର୍ମଚାରୀ ମାନେ ଆଲାରାମ ବଜାଇଥିଲେ। ତେବେ ଲୁଟ ସମୟରେ ଅଫିସରେ କୌଣସି ଗ୍ରାହକ ନଥିବାବେଳେ କେବଳ 5 ଜଣ କର୍ମଚାରୀ ଥିବା ଜଣାପଡିଛି ।

ତେବେ ଲୁଧିଆନାରେ ହୋଇଥିବା ଡକାୟତି ମଧ୍ୟରୁ ଏହା ସବୁଠୁ ବଡ ଧରଣର ଅଟେ । ଏହାପୂର୍ବରୁ ଜାନୁଆରୀ 29 ତାରିଖରେ ଏକ ବଡ ସ୍ବର୍ଣ୍ଣ ଅଳଙ୍କାର ଦୋକାନରୁ 2 କେଜି ସୁନା ଲୁଟିନେଇଥିଲେ ଦୁର୍ବୃତ୍ତ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.