ETV Bharat / bharat

ଆଇପିଏଲ ବେଟିଂ କରି ପାଞ୍ଚ ଗିରଫ, ଜଣେ ଫେରାର

author img

By

Published : Oct 26, 2020, 2:57 PM IST

3 booked in IPL betting racket operating from Goa villa
ଆଇପିଏଲ ବେଟିଙ୍ଗ୍ କରି ତିନି ଗିରଫ

ଚଳିତ ବର୍ଷ ଚାଲିଥିବା ଆଇପିଏଲକୁ ନେଇ ବେଟିଂ କରୁଥିବା ରାକେଟକୁ ଠାବ କରିଛି ଗୋଆ ପୋଲିସ । ଘଟଣାରେ ପାଞ୍ଚ ଜଣ ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ...

ପାନାଜୀ: ଗୋଆ ପୋଲିସକୁ ସଫଳତା । ଠାବ ହେଲା ଆଇପିଏଲକୁ ନେଇ ବେଟିଂ ଚାଲିଥିବା ରାକେଟ । ଚଳିତ ବର୍ଷ ଚାଲିଥିବା ଆଇପିଏଲକୁ ନେଇ ବେଟିଂ କରୁଥିବା ତିନି ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ଗୋଆ ପୋଲିସ ।

ରବିବାର ଦିନ ଆଇପିଏଲକୁ ନେଇ ବେଟିଂ ଚାଲିଥିବାର ଖବର ପାଇଥିଲା ଗୋଆ ପୋଲିସ । ଖବର ପାଇ ଗୋଆ ପୋଲିସର କ୍ରାଇମ ଶାଖା ଆରୋପରା ଉପକୂଳବର୍ତୀ ଗ୍ରାମର ଏକ ଭଡା ଘରୁ ତିନି ଜଣଙ୍କୁ ଗିରଫ କରିଥିଲା । ଗିରଫ ତିନିଜଣ ଗୁଜୁରାଟର ବୋଲି ଜଣାପଡିଛି । ପୋଲିସ ହାତରେ ଧରା ପିଡିଥିବା ତିନିଜଣ ହେଲେ ଗାନ୍ଧୀଧାମର ଶକ୍ତି ପଞ୍ଜାବୀ, ବିଶାଳ ଆହୁଜା ଓ ହିତେଶ କେସୱାନି ।

ଆଇପିଏଲ ଆରମ୍ଭ ହେବା ଠାରୁ ମୋବାଇଲରେ 1.17କୋଟିର ବେଟିଂ ଗ୍ରହଣ କରିଥିବା ନେଇ ସୋମବାର କହିଛି କ୍ରାଇମ ବ୍ରାଞ୍ଚ । ଅଭିଯୁକ୍ତମାନେ ଲାପଟପରେ ହାଇଟେକ ସପ୍ଟୱାର ବ୍ୟବହାର କରି ବେଟିଂ କରୁଥିବା କହିଛି କ୍ରାଇମବ୍ରାଞ୍ଚ । ପୋଲିସ ସୂଚନାନୁସାରେ, ଏହି ତିନିଜଣ ଗୁଜୁରାଟରେ ଅବସ୍ଥିତ ସେମାନଙ୍କ ଗ୍ରାହକଙ୍କ ଠାରୁ ବେଟିଂ ଗ୍ରହଣ କରୁଥିଲେ।

ଏପଟେ ହରିଆଣାର ଗୁୁରୁଗ୍ରାମ ଠାରେ ଆନଲାଇନରେ ଟି-20 ବେଟିଙ୍ଗ କରି ଦୁଇଜଣ ଗିରଫ ହୋଇଥିବା ବେଳେ ଜଣେ ଫେରାର ଥିବା ଜଣା ପଡିଛି । ଧରା ପଡିଥିବା ଦୁଇଜଣ ହେଲେ ସୁରେଶ ଓ ଯୋଗେଶ । ଖସି ପଳାଇଥିବା ଜଣକ ନବୀନ ବୋଲି ଜଣା ପଡିଛି । ଆଇପିଏଲ ମ୍ୟାଚରେ ବେଟିଙ୍ଗ କରୁଥିବା ତିନି ଜଣଙ୍କ ଉପସ୍ଥିତି ସମ୍ପର୍କରେ ପୋଲିସ ଜାଣି ପାରି ଚଢାଉ କରିଥିଲା । ଜଣେ ଅଭିଯୁକ୍ତ ପୋଲିସକୁ ଠେଲି ଦେଇ ଦୌଡି ପଳାଇଥିବା ବେଳେ ଅନ୍ୟ ଦୁଇଜଣ ପୋଲିସ ହାତରେ ଧରାପଡିଥିଲେ ।

ଗୁରୁଗ୍ରାମର ବିଲାସପୁର ପୋଲିସ ଷ୍ଟେସନରେ ଅଭିଯୁକ୍ତଙ୍କ ବିରୋଧରେ 'ଜୁଆ ନିବାରଣ ଆଇନ' ଅଧୀନରେ ପୋଲିସ ଏକ ମାମଲା ରୁଜୁ କରିଥିବା କହିଛନ୍ତି ପୋଲିସ ମୁଖପାତ୍ର ସୁଭାଷ ବୋକେନ୍ । ସେ ଆହୁରି କହିଛନ୍ତି ଖସି ପଳାଇଥିବା ଅଭିଯୁକ୍ତକୁ ଧରିବାକୁ ଚେଷ୍ଟା କରୁଛୁ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.