ETV Bharat / bharat

ବନ୍ୟା ତାଣ୍ଡବ: ତ୍ରିପୁରାରେ ଜଣେ ମୃତ, 6000 ବାସହୀନ

author img

By

Published : Apr 6, 2019, 3:49 AM IST

ଗତ ୭୨ ଘଣ୍ଟା ମଧ୍ୟରେ ତ୍ରିପୁରାର ବିଭିନ୍ନ ନଦୀରେ ବନ୍ୟା ଆସିଛି । ଏହି ବିପର୍ଯ୍ୟୟରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ସହ ପ୍ରାୟ ୭,୦୦୦ ଘର ଭାଙ୍ଗି ନଷ୍ଟ ହୋଇଛି ।

ଫାଇଲ ଫଟୋ

ଅଗରତାଲା: ପ୍ରବଳ ବର୍ଷା ଯୋଗୁଁ ତ୍ରିପୁରାରେ ଅବସ୍ଥା ବେହାଲ ହୋଇଛି । ଗତ 3 ଦିନ ଧରି ମୂଷଳ ଧାରାରେ ବର୍ଷା ଲାଗି ରହିବା ଫଳରେ ବିଭିନ୍ନ ନଦୀରେ ବନ୍ୟା ଆସିଛି । ଏଥିରେ ଜଣଙ୍କର ମୃତ୍ୟୁ ହେବା ସହ ପ୍ରାୟ 6000 ବାସହୀନ ହୋଇଥିବା ସୂଚନା ରହିଛି ।

ସରକାରୀ ସୂଚନାନୁସାରେ ରାଜ୍ୟର 8ଟି ଜିଲ୍ଲାରେ ବନ୍ୟାର ତାଣ୍ଡବ ଅନୁଭୂତ ହୋଇଛି । ଏଥିମଧ୍ୟରୁ ପଶ୍ଚିମ ତ୍ରିପୁରାରେ ପ୍ରବଳ ବର୍ଷା ଓ ଘଡଘଡି ଯୋଗୁଁ ଅଧିକ କ୍ଷୟକ୍ଷତି ହୋଇଛି । ପାଖାପାଖି 6000 ଲୋକ ବନ୍ୟାରେ ବାସଚ୍ୟୁତ ହୋଇଛନ୍ତି । ଏଠାରେ 5894 ଲୋକଙ୍କୁ ସ୍ଥାନାନ୍ତର କରାଯାଇ 48ଟି ରିଲିଫ୍‌ କ୍ୟାମ୍ପରେ ଆଶ୍ରୟ ଦିଆଯାଇଛି ।

ଗତ ୭୨ ଘଣ୍ଟା ମଧ୍ୟରେ ବିଭିନ୍ନ ନଦୀରେ ବନ୍ୟା ଆସିଛି । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ସହ ପ୍ରାୟ ୭,୦୦୦ ଘର ଭାଙ୍ଗି ନଷ୍ଟ ହୋଇଯାଇଥିବା ଜଣାପଡିଛି । ବର୍ଷାରେ ପଶ୍ଚିମ ତ୍ରିପୁରାର ମୋହନପୁର, ଜିରାନିଅ ଏବଂ ମଣ୍ଡବାଇରେ ବେଶି କ୍ଷୟକ୍ଷତି ଘଟିଛି ।

ଆସନ୍ତା ୨୪ଘଣ୍ଟା ମଧ୍ୟରେ ବର୍ଷାର ପରିମାଣ ଆହୁରି ବଢିବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଏନଡିଆରଏଫ୍‌ ଟିମ, ରାଜ୍ୟ ପୋଲିସ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସେବାକୁ ଆଲର୍ଟ ମୋଡରେ ରଖାଯାଇଛି ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି । ବର୍ଷା ସହ ପ୍ରବଳ ଘଡଘଡିର ସମ୍ଭାବନା ଥିବାରୁ ଲୋକଙ୍କୁ ସତର୍କ କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.