ETV Bharat / bharat

Bharat Jodo Yatra: ଜାଡରେ ଥରିଲେ ରାହୁଲ, ପ୍ରଥମ ଥର ପିନ୍ଧିଲେ ଜ୍ୟାକେଟ

author img

By

Published : Jan 20, 2023, 1:21 PM IST

Bharat Jodo Yatra
Bharat Jodo Yatra

ଜମ୍ମୁ କାଶ୍ମୀରରେ ଶୀତରେ ଥରିଲେ ରାହୁଲ ଗାନ୍ଧୀ । କେବଳ ଟି-ସାର୍ଟ ବଦଳରେ ପ୍ରଥମ ଥର ଜ୍ୟାକେଟ ପିନ୍ଧି ପଦଯାତ୍ରା କଲେ । ଅଧିକ ପଢନ୍ତୁ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପହଞ୍ଚିଛି କଂଗ୍ରେସର ଭାରତ ଯୋଡ ଯାତ୍ରା । ଏହା ହେଉଛି ପଦଯାତ୍ରାର ଶେଷ ଗନ୍ତବ୍ୟ ସ୍ଥଳ । ତେବେ ୧୦୦ରୁ ଊର୍ଦ୍ଧ୍ବ ଦିନର ଯାତ୍ରା ମଧ୍ୟରେ ରାହୁଲ ଗାନ୍ଧୀଙ୍କୁ ପ୍ରଥମ ଥର ଏଠାରେ ଜ୍ୟାକେଟ ପିନ୍ଧିଥିବାର ଦେଖିବାକୁ ମିଳିଛି । ପୂର୍ବରୁ ସେ କେବଳ ଗୋଟିଏ ଧଳାରଙ୍ଗର ଟି-ସାର୍ଟରେ ପୁରା ଯାତ୍ରା କରିଥିଲେ । ହାଡଭଙ୍ଗା ଶୀତରେ ଲୋକମାନେ ଥରୁଥିବା ବେଳେ ରାହୁଲ ବିନା ସ୍ବେଟର ଜ୍ୟାକେଟରେ ବୁଲିଥିଲେ । ଏପରିକି ହିମାଚଳର ଜାଡ ମଧ୍ୟ ତାଙ୍କୁ ଥରାଇ ପାରିନଥିଲା । ହେଲେ ଜମ୍ମୁରେ ପହଞ୍ଚିବା ପରେ ଶୀତରେ ଥରି ଯାଇଛନ୍ତି କଂଗ୍ରେସ ନେତା । ସେଥିପାଇଁ ସେ ଦୀର୍ଘ ଦିନର ପଦଯାତ୍ରା ଭିତରେ ପ୍ରଥମ ଥର ଜ୍ୟାକେଟ ପିନ୍ଧିଛନ୍ତି ।

Bharat Jodo Yatra
Bharat Jodo Yatra

ଆଜି ସକାଳେ ଭାରତ ଯୋଡ ଯାତ୍ରା ଜମ୍ମୁର କାଠୁଆରୁ ଆରମ୍ଭ ହୋଇଛି । ଏହି ସମୟରେ ରାହୁଲ ଏକ କଳାରଙ୍ଗର ଜ୍ୟାକେଟରେ ପିନ୍ଧିଥିବାର ନଜର ଆସିଛନ୍ତି । ଯେ ପର୍ଯ୍ୟନ୍ତ ସେ ଶୀତରେ ଥରି ନାହାନ୍ତି ସେତେ ପର୍ଯ୍ୟନ୍ତ କୌଣସି ଶୀତବସ୍ତ୍ର ପିନ୍ଧିବେ ନାହିଁ ବୋଲି ପୂର୍ବରୁ ଏହି କଂଗ୍ରେସ ନେତା କହିଥିଲେ । ଏହାର କାରଣ ଥିଲା, ସେ ଭାରତ ଯୋଡ ଯାତ୍ରା ବେଳେ ମଧ୍ୟପ୍ରଦେଶରେ କିଛି ଗରୀବ ଝିଅକୁ ଚିରା କପଡାରେ ଥରୁଥିବାର ଦେଖିଥିଲେ । ଏହା ଦେଖି ରାହୁଲ ମଧ୍ୟ କେବଳ ଟି-ସାର୍ଟ ପିନ୍ଧି ଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିଲେ ଓ ଶୀତରେ ନଥିବା ପର୍ଯ୍ୟନ୍ତ ଶୀତବସ୍ତ୍ର ପିନ୍ଧିବେନି ବୋଲି କହିଥିଲେ । ଯାହାକୁ ନେଇ ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା ।

ପ୍ରକାଶଥାଉ କି, ଗତକାଲି ସନ୍ଧ୍ୟାରେ ଭାରତ ଯୋଡ ଯାତ୍ରା ପଞ୍ଜାବରୁ ଲଖନପୁର ବର୍ଡର ଦେଇ ଜମ୍ମୁ କାଶ୍ମୀରରେ ପ୍ରବେଶ କରିଥିଲା । ସେଠାରେ କଂଗ୍ରେସ ନେତା ତଥା ଏନସି ମୁଖ୍ୟ ଫାରୁକ ଅବଦୁଲ୍ଲା ରାହୁଲଙ୍କୁ ସ୍ବାଗତ କରିଥିଲେ । ଏହି ପଦଯାତ୍ରାରେ ଶିବସେନା ନେତା ସଞ୍ଜୟ ରାଉତ କେତେକ ସ୍ଥାନୀୟ ନେତାଙ୍କ ସାମିଲ ହୋଇଥିଲେ । କଂଗ୍ରେସର ଏହି ପଦଯାତ୍ରା ଏବେ ୧୨୫ ଦିନରେ ପହଞ୍ଚିଛି । ଜାନୁଆରୀ ୨୬ ତାରିଖରେ ରାହୁଲ ଘାଟିରେ ପତାକା ଉତ୍ତୋଳନ କରି ଏହି ଯାତ୍ରା ଶେଷ କରିବେ ବୋଲି ଅନୁମାନ କରାଯାଇଛି ।

ଜମ୍ମୁ କାଶ୍ମୀରରେ ପ୍ରବେଶ କରିବା ପରେ ରାହୁଲ ଏକ ଜନସଭାକୁ ସମ୍ବୋଧିତ କରି କହିଛନ୍ତି, ''ଆଜି ମୁଁ ମୋ ଘରକୁ ଆସିଛି । କାରଣ ମୋ ପରିବାର ଜମ୍ମୁ କାଶ୍ମୀରରୁ ଅଟନ୍ତି । ଏଠାକାର ଲୋକମାନେ ସହୁଥିବା ଦୁଃଖ ମୁଁ ବୁଝିପାରୁଛି ଏବଂ ତାଙ୍କର ଏହି ଦୁଃଖ ବାଣ୍ଟିବାକୁ ଆସିଛି ।'' ଏହି ଅବସରରେ ଫାରୁକ ଅବଦୁଲ୍ଲା ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ରାହୁଲଙ୍କୁ ତୁଳନା କରିଛନ୍ତି ।

ଏନସି ମୁଖ୍ୟ ଅବଦୁଲ୍ଲା କହିଛନ୍ତି, '' ଅନେକ ବର୍ଷ ପୂର୍ବେ ଶଙ୍କରାଚାର୍ଯ୍ୟ କନ୍ୟାକୁମାରୀରୁ କାଶ୍ମୀର ଯାତ୍ରା କରିଥିଲେ । ଆଜି ରାହୁଲ ଗାନ୍ଧୀ ତାହା କରୁଛନ୍ତି । ଆଜିର ଭାରତ ଆଉ ରାମଙ୍କ ଭାରତ ବା ଗାନ୍ଧୀଙ୍କ ହିନ୍ଦୁସ୍ଥାନ ହୋଇରହିନାହିଁ । କାରଣ ଏବେ ଧର୍ମ ନାଁରେ ଲୋକମାନେ ବିଭାଜିତ ହୋଇଛନ୍ତି । ତେଣୁ ଆମେ ଏକାଠି ହେଲେ ଏହି ଘୃଣାକୁ ଦୂର କରିବାରେ ସକ୍ଷମ ହୋଇପାରିବା ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.