ETV Bharat / bharat

Bharat Jodo Yatra: ଲୋକସଭା ନିର୍ବାଚନ ପାଇଁ ବରଂ ଦେଶ ବିଭାଜନକାରୀ ଶକ୍ତି ବିରୋଧରେ କହିଲେ ଖଡଗେ

author img

By

Published : Nov 27, 2022, 8:23 PM IST

Bharat Jodo Yatra: ଲୋକସଭା ନିର୍ବାଚନ ପାଇଁ ବରଂ ଦେଶ ବିଭାଜନକାରୀ ଶକ୍ତି ବିରୋଧରେ କହିଲେ ଖଡଗେ
Bharat Jodo Yatra: ଲୋକସଭା ନିର୍ବାଚନ ପାଇଁ ବରଂ ଦେଶ ବିଭାଜନକାରୀ ଶକ୍ତି ବିରୋଧରେ କହିଲେ ଖଡଗେ

ଲୋକସଭା ନିର୍ବାଚନ ପାଇଁ ବରଂ ଦେଶ ବିଭାଜନକାରୀ ଶକ୍ତି ବିରୋଧରେ ଦେଶବାସୀଙ୍କୁ ଏକାଠି କରିବା ପାଇଁ ଆରମ୍ଭ ହୋଇଛି ଭାରତ ଯୋଡ ଯାତ୍ରା କହିଲେ କଂଗ୍ରେସ ଅଧ୍ୟକ୍ଷ ଖଡଗେ (Mallikarjun kharge on Bharat Jodo Yatra)। ଅଧିକ ପଢନ୍ତୁ

ହାଇଦ୍ରାବାଦ: କଂଗ୍ରେସ ଜାରି ରଖିଥିବା ଭାରତ ଯୋଡ ଯାତ୍ରା କେବଳ 2024 ସାଧାରଣ ନିର୍ବାଚନ ପାଇଁ ନୁହେଁ ବରଂ ଦେଶକୁ ବିଭାଜନକାରୀ ଶକ୍ତି ବିରୋଧରେ ଏକାଠି କରିବା ପାଇଁ ଆରମ୍ଭ ହୋଇଛି । ବିଭାଜନକାରୀ ଶକ୍ତି ବିରୋଧରେ ଦେଶବାସୀଙ୍କୁ ଏକାଠି କରିବା ଏହାର ଉଦ୍ଦେଶ୍ୟ । ଲୋକଙ୍କ ଏକ ଆଦର୍ଶବାଦରେ ଯୋଡିବା ପାଇଁ କଂଗ୍ରେସ ଏହି ଯାତ୍ରାର ଆୟୋଜନ କରିଛି ବୋଲି କହିଛନ୍ତି ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ (Mallikarjun kharge on Bharat Jodo Yatra)।

ଖବର ସରବରାହ ସଂସ୍ଥା ଏଏନଆଇକୁ ପ୍ରତିକ୍ରିୟା ଦେଇ ଖଡଗେ କହିଛନ୍ତି,‘‘ ଏହି ଯାତ୍ରା କେବଳ ନିର୍ବାଚନ କିମ୍ବା ଭୋଟ ପାଇଁ ଆୟୋଜିତ ନୁହେଁ । ଦେଶ ବିଭାଜନକାରୀ ଶକ୍ତି ବିରୋଧରେ ଲୋକଙ୍କୁ ଏକତାରେ ବାନ୍ଧିବା ହିଁ ଏହାର ମୂଳ ଉଦ୍ଦେଶ୍ୟ । ଆମେ ଏହି ଯାତ୍ରା ମାଧ୍ୟମରେ ଲୋକଙ୍କୁ ଯୋଡିବାକୁ ପ୍ରୟାସ କରୁଛୁ । ବର୍ତ୍ତମାନ ଏହି ଯାତ୍ରାକୁ ଅଦ୍ଭୁତପୂର୍ବ ସମର୍ଥନ ମିଳିବାରେ ଲାଗିଛି । ଡାକ୍ତର, କୃଷକ, ଓକିଲ ସବୁ ବର୍ଗରର ଲୋକେ ଏଥିରେ ସାମିଲ ହେବା ଆରମ୍ଭ କରିଛନ୍ତି । ଦେଶର ସମ୍ବିଧାନକୁ ଦେଶବାସୀଙ୍କୁ ହିଁ ଜୀବିତ ରଖିବାକୁ ପଡିବ ବୋଲି ଖଡଗେ କହିଛନ୍ତି ।

ଦଳ ଆରମ୍ଭ କରିଥିବା ଭାରତ ଯୋଡ ଯାତ୍ରା କନ୍ୟାକୁମାରୀରୁ ଆରମ୍ଭ ହୋଇ ଏବେ ମହାରାଷ୍ଟ୍ରରେ ଜାରି ରହିଛି । ଦଳର ଯୁବନେତା ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଯାତ୍ରା 4 ରାଜ୍ୟ ଅତିକ୍ରମ କରି 5 ରାଜ୍ୟ ପରିକ୍ରମା ଜାରି ରଖିଛି । ଏବେ ଯାତ୍ରା ମହାରାଷ୍ଟ୍ରରେ ଜାରି ରହିଥିବା ବେଳେ କାଶ୍ମୀରରେ ଶେଷ ହେବ । ଯାତ୍ରରେ ରାହୁଲ ଗାନ୍ଧୀଙ୍କ ସହ ପ୍ରାଦେଶିକ କଂଗ୍ରେସର କାର୍ଯ୍ୟକର୍ତ୍ତା ଓ ବହୁ କେନ୍ଦ୍ରୀୟ ନେତା ମଧ୍ୟ ସାମିଲ ହେଉଛନ୍ତି । ତେବେ ଏହି ଯାତ୍ରା ଆୟୋଜନ ହେବା ମଧ୍ୟରେ ଦଳର ହାଇକମାଣ୍ଡ ନିର୍ବାଚନ ମଧ୍ୟ ଶେଷ ହୋଇଥିଲା । ଥିରୁଅନନ୍ତପୁରମରୁ ଦଳୀୟ ସାଂସଦ ଥିବା ଶଶୀ ଥରୁରଙ୍କୁ ପରାଜିତ କରି ମଲ୍ଲିକାର୍ଜୁନ ଖଡଗେ ଦଳର ଏହି ସର୍ବୋଚ୍ଚ କମାଣ୍ଡିଂ ପଦବୀ ଅଧିକାର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.