ETV Bharat / bharat

Bharat Jodo Yatra: ଭାରତ ଯୋଡ ଯାତ୍ରାର ଶେଷ ଦିନ, କାଶ୍ମୀରରେ ମେଗା ରାଲି ଆୟୋଜନ କରୁଛି କଂଗ୍ରେସ

author img

By

Published : Jan 30, 2023, 3:59 PM IST

ଭାରତ ଯୋଡ ଯାତ୍ରାର ଶେଷ ଦିନ
ଭାରତ ଯୋଡ ଯାତ୍ରାର ଶେଷ ଦିନ

ଶ୍ରୀନଗର ସ୍ଥିତ ପାର୍ଟି ଅଫସିରେ ଜାତୀୟ ପତାକା ଉତ୍ତୋଳନ ସହ ଆରମ୍ଭ ହେଲା ଭାରତ ଯୋଡ ଯାତ୍ରାର ସମାପନ ଉତ୍ସବ । କଂଗ୍ରେସର ସମାପନ ରାଲିରେ ସାମିଲ ହେବେ ବହୁ ବିରୋଧି ଦଳ ନେତା । ଅଧିକ ପଢନ୍ତୁ

ଶ୍ରୀନଗର: କଂଗ୍ରେସର ଭାରତ ଯୋଡ ଯାତ୍ରାର ଆଜି ହେଉଛି ଅନ୍ତିମ ଦିନ । ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ପଦଯାତ୍ରା ଆଜି କାଶ୍ମୀରରେ ଶେଷ ହେବ । ପ୍ରବଳ ତୁଷାରପାତ ଭିତରେ ଜମ୍ମୁ-କାଶ୍ମୀରରେ କଂଗ୍ରେସ ଭାରତ ଯୋଡ ଯାତ୍ରାର ସମାପନ ଉତ୍ସବ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ରାହୁଲଙ୍କ ଉପସ୍ଥିତିରେ ଶ୍ରୀନଗର ସ୍ଥିତ ପାର୍ଟି ଅଫସିରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହାପରେ ବରଫ ବର୍ଷା ମଧ୍ୟରେ ରାହୁଲ ଧଳା ଟି-ସାର୍ଟ ଓ ସ୍ଲିଭଲେସ୍ ଜ୍ୟାକେଟ ପିନ୍ଧି ପାନ୍ଥଚୌକ କ୍ୟାମ୍ପସାଇଟରେ ଜାତୀୟ ସଙ୍ଗୀତ ଗାନ ସହ ପତାକା ଉତ୍ତୋଳନ କରି କଂଗ୍ରେସ ନେତା ଓ କର୍ମୀଙ୍କୁ ଉଦବୋଧନ ଦେଇଛନ୍ତି ।

ଦୀର୍ଘ ୧୩୫ ଦିନ ପଦଯାତ୍ରାର ଆଜି ଅନ୍ତିମ ଦିବସରେ କଂଗ୍ରେସ କାଶ୍ମୀର ସ୍ଥିତ ଶେର-ଇ-କାଶ୍ମୀର କ୍ରିକେଟ ଷ୍ଟାଡିୟମରେ ଏକ ବିଶାଳ ରାଲି ଆୟୋଜନ କରିଛି । ଏହି ରାଲିରେ ବହୁ କଂଗ୍ରେସ କର୍ମୀଙ୍କ ସହ ଅନେକ ବିରୋଧି ଦଳ ନେତା ସାମିଲ ହେବେ । ଏଥିପାଇଁ କଂଗ୍ରେସ ପକ୍ଷରୁ ୨୧ଟି ଦଳକୁ ଆମନ୍ତ୍ରିତ କରାଯାଇଥିଲା । ମାତ୍ର ଏଥିରେ ୧୨ଟି ଦଳର ନେତା ଅଂଶଗ୍ରହଣ କରିବେ ବୋଲି ସୂଚନା ମିଳିଛି ।

ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ଏମକେ ଷ୍ଟାଲିନଙ୍କ ନେତୃତ୍ବାଧୀନ ଡିଏମକେ, ଶରଦ ପାୱାରଙ୍କ ଏନସିପି, ଆରିଜେଡି, କେରଳ କଂଗ୍ରେସ, ସିପିଆଇଏମ, ସିପିଆଇ, ଉଦ୍ଧବ ଠାକରେଙ୍କ ଶିବସେନା, ନ୍ୟାସନାଲ କନଫରେନ୍ସ, ମେହବୁବ ମୁଫତିଙ୍କ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି, ବିଦ୍ୟୁତଥାଇଲାଇ ଚିରୁଠିଗାଲି କାଞ୍ଚି ଓ ଝାଡଖଣ୍ଡର ମୁକ୍ତି ମୋର୍ଚ୍ଚା କଂଗ୍ରେସର ମେଗା ରାଲିରେ ଯୋଗ ଦେବେ ବୋଲି କୁହାଯାଉଛି । ସୁରକ୍ଷା ଦୃଷ୍ଟିରୁ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ, ଟିଡିପି ଓ ସମାଜବାଦୀ ପାର୍ଟି ସାମିଲ ହୋଇନପାରନ୍ତି ।

ପ୍ରକାଶଥାଉ କି, ସେପ୍ଟେମ୍ବର ୭ରୁ ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିଲା କଂଗ୍ରେସର ଭାରତ ଯୋଡ ଯାତ୍ରା । ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ୧୩୫ ଦିନର ଏହି ବିଶାଳ ପଦଯାତ୍ରା ୧୨ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଦେଇ ୩,୯୭୦ କିଲୋମିଟର ଅତିକ୍ରମ କରିବା ପରେ ଆଜି ଶ୍ରୀନଗରରେ ସମାପନ ହେବ । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ପଦଯାତ୍ରା ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.