ETV Bharat / bharat

Vaccine For Kids: ଶିଶୁଙ୍କ ପାଇଁ ଆସିଲା ଭ୍ୟାକ୍ସିନ, Covaxinକୁ DCGIର ଅନୁମୋଦନ

author img

By

Published : Dec 25, 2021, 9:35 PM IST

ଶିଶୁଙ୍କ ପାଇଁ ଆସିଲା ଭ୍ୟାକ୍ସିନ, ଭାରତ ବାୟୋଟେକକୁ DCGI ର ଶିଶୁଙ୍କ ପାଇଁ ଆସିଲା ଭ୍ୟାକ୍ସିନ, ଭାରତ ବାୟୋଟେକକୁ DCGI ର ଅନୁମୋଦନଅନୁମୋଦନ
ଶିଶୁଙ୍କ ପାଇଁ ଆସିଲା ଭ୍ୟାକ୍ସିନ, ଭାରତ ବାୟୋଟେକକୁ DCGI ର ଅନୁମୋଦନ

ଭାରତ ବାୟୋଟେକର ଶିଶୁ ଭ୍ୟାକ୍ସିନକୁ DCGI ର ଅନୁମୋଦନ । ଏଣିକି ଜରୁରୀକାଳୀନ ଭାବେ ବ୍ୟବହାର ହୋଇପାରିବ 12-18 ବର୍ଷ ବୟସର ପିଲାମାନଙ୍କ ପାଇଁ ବିକଶିତ କୋଭିଡ ଟିକା (Covaxin gets emergency use nod for children aged 12-18 )। ଅଧିକ ପଢନ୍ତୁ

ହାଇଦ୍ରାବାଦ: ଶିଶୁଙ୍କୁ ପ୍ରଦାନ କରିବା ପାଇଁ କୋଭିଡ ଟିକାର ବ୍ୟବହାରିକ ଅନୁମତି ପାଇଲା ଭାରତୀୟ ଟିକା ପ୍ରସ୍ତୁତକାରୀ ସଂସ୍ଥା ଭାରତ ବାୟୋଟେକ । ଏବେ ସଂସ୍ଥା ଦ୍ବାରା ପ୍ରସ୍ତୁତ 12-18 ବର୍ଷ ବୟସର ପିଲାମାନଙ୍କ ଉଦ୍ଦିଷ୍ଟ କୋଭିଡ ଟିକାକୁ ଏହି ବୟସର ପିଲାଙ୍କୁ ଦିଆଯାଇପାରିବ (Covaxin gets emergency use nod for children aged 12-18 ) ।

ଗତ କିଛି ମାସର ଗବେଷଣା ଓ ବିଭିନ୍ନ ପର୍ଯ୍ୟାୟର ପରୀକ୍ଷଣ ସଫଳ ହେବା ପରେ ଭାରତ ବାୟୋଟେକ ପକ୍ଷରୁ ଏହାର ବ୍ୟବହାରିକ ଅନୁମତି ପାଇଁ ଡ୍ରଗ୍ସ ନିୟାମକ ସଂସ୍ଥା DCGIର ଅନୁମୋଦନକୁ ଅପେକ୍ଷା କରାଯାଇଥିଲା । ତେବେ ଆଜି ଏହି ଅନୁମୋଦନ ପାଇବାରେ ସଫଳ ହୋଇଛି ସଂସ୍ଥା ।

ତେବେ ଦେଶରେ ପ୍ରାପ୍ତ ବୟସ୍କଙ୍କ ଟିକାକରଣ ଅଭିଯାନ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । ଶିଶୁଙ୍କ ପାଇଁ ଟିକା ଆସିବାକୁ ଅପେକ୍ଷା କରାଯାଇଥିଲା । ତେବେ ଏହି ଅନୁମତି ସହ ଶିଶୁଙ୍କ ଟିକାକରଣ ମଧ୍ୟ ଖୁବ ଶୀଘ୍ର ଆରମ୍ଭ ହେବା ନେଇ ସମ୍ଭାବନା ମଧ୍ୟ ସ୍ପଷ୍ଟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.