ETV Bharat / bharat

Child Vaccination: ଭିଏତନାମରେ ବ୍ୟବହାର ହୋଇପାରେ Covaxin

author img

By

Published : Dec 18, 2021, 8:00 PM IST

Child Vaccination: କୋଭାକ୍ସିନ ବ୍ୟବହାର ନେଇ ଭିଏତନାମ-ଭାରତ ବାୟୋଟେକର ଆଲୋଚନା
Child Vaccination: କୋଭାକ୍ସିନ ବ୍ୟବହାର ନେଇ ଭିଏତନାମ-ଭାରତ ବାୟୋଟେକର ଆଲୋଚନା

ଏସିଆର ଦକ୍ଷିଣ ପୂର୍ବବର୍ତ୍ତୀ ଦେଶ ଭିଏତନାମରେ ଶିଶୁଙ୍କ ଟୀକାକରଣ ପାଇଁ କୋଭାକ୍ସିନର ବ୍ୟବହାରକୁ ନେଇ ପ୍ରସ୍ତାବ ଦେଇଛି ଭାରତ ବାୟୋଟେକ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦକ୍ଷିଣ ପୂର୍ବ ଏସୀୟ ଦେଶ ଭିଏତନାମର ଉପସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ଟ୍ରାନନ ଭାନ୍‌ ଥୁଆନଙ୍କୁ ଭେଟିଛନ୍ତି ଭାରତ ବାୟୋଟେକର ଚେୟାରମ୍ୟାନ ଡକ୍ଟର କ୍ରିଷ୍ଣା ଇଲ୍ଲା । ଭିଏତନାମରେ ଶିଶୁଙ୍କ ଟୀକାକରଣ ପାଇଁ କୋଭାକ୍ସିନର ବ୍ୟବହାରକୁ ନେଇ ସେ ଦେଇଛନ୍ତି ପ୍ରସ୍ତାବ । ଦେଶରେ ୧୮ ବର୍ଷର ତଳକୁ ଥିବା ଶିଶୁଙ୍କ ପାଇଁ ଏହି ଟିକା ବ୍ୟବହାର ନେଇ ସେମାନେ ଆଲୋଚନା କରିଥିବା ଜଣାପଡ଼ିଛି ।

ଏହାସହିତ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ ହୋଇଥିବା କୋରୋନାର ନାଜାଲ ଭ୍ୟାକ୍ସିନ(ନାକ ପଟେ ଦିଆଯାଉଥିବା ଔଷଧ)କୁ ଭିଏତନାମରେ କ୍ଲିନିକାଲ ଟ୍ରାଏଲ ପାଇଁ ମଧ୍ୟ ଆଲୋଚନା ହୋଇଛି । ଗତ ଶୁକ୍ରବାର ରାଜଧାନୀ ଦିଲ୍ଲୀରେ ଏ ନେଇ ଉଭୟ ପକ୍ଷ ମଧ୍ୟରେ ହୋଇଛି ଆଲୋଚନା ।

ସେପଟେ ପଶୁଙ୍କ ପାଇଁ ଭାରତ ବାୟୋଟେକ ପ୍ରସ୍ତୁତ କରୁଥିବା ଟିକା ସମ୍ପର୍କରେ ଜାଣିବା ପାଇଁ ଉପସ୍ବାସ୍ଥ୍ୟମନ୍ତ୍ରୀ ଆଗ୍ରହ ପ୍ରକାଶ କରିଥିଲେ ବୋଲି ସୂତ୍ରରୁ ଜଣାପଡ଼ିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.