ETV Bharat / bharat

ଅଗ୍ନିପଥ ଯୋଜନା ବିରୋଧରେ ଆଜି ଭାରତ ବନ୍ଦ ଡାକରା

author img

By

Published : Jun 20, 2022, 9:44 AM IST

Updated : Jun 20, 2022, 10:32 AM IST

bharat bandh today against agnipath scheme
ଅଗ୍ନିପଥ ଯୋଜନା ବିରୋଦ୍ଧରେ ଆଜି ଭାରତ ବନ୍ଦ ଡାକରା

ଅଗ୍ନିପଥ ଯୋଜନାକୁ ବିରୋଧ କରି ବିହାରରେ ବିକ୍ଷୋଭକାରୀ ଏବଂ ଛାତ୍ର ସଂଗଠନର ବିହାର ବନ୍ଦ ପରେ ଆଜି ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ପାଇଁ ଡାକରା ଦିଆଯାଇଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ (Agnipath Scheme) ନେଇ ସାରା ଦେଶରେ ବିରୋଧ । ଏଥିସହ ଅନେକ ରାଜ୍ୟରେ ଆନ୍ଦୋଳନ ହିଂସାର ରୂପ ନେଇଛି । ବିହାରରେ ବିକ୍ଷୋଭକାରୀ ଏବଂ ଛାତ୍ର ସଂଗଠନର ବିହାର ବନ୍ଦ ଆହ୍ବାନ ପରେ ଆଜି ଭାରତ ବନ୍ଦ ପାଇଁ ବିଭିନ୍ନ ସଂଗଠନ ଡାକରା ଦେଇଛନ୍ତି । ଫଳରେ ସୁରକ୍ଷା ଦୃଷ୍ଟିରୁ ବିହାର, ଝାଡଖଣ୍ଡ, ହାୱଡା ସମେତ ଦେଶର ଅନେକ ସ୍ଥାନରେ ଅଧିକ ପୋଲିସ ମୁତୟନ ସହ ବ୍ୟବସ୍ଥା ବୃଦ୍ଧି ହୋଇଛି ।

ସମଗ୍ର ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ତୀବ୍ର ବିରୋଦ୍ଧ କରାଯାଉଛି । ଅନେକ ରାଜ୍ୟରେ ହଜାର ହଜାର ଯୁବକ ଏହି ଯୋଜନା ବିରୋଧରେ ବିରୋଧ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ରବିବାର ଦିନ 3 ସେନାର ବରିଷ୍ଠ ଅଧିକାରୀଙ୍କ ମିଳିତ ସାମ୍ବାଦିକରେ ଏହା ସ୍ପଷ୍ଟ କରାଯାଇଥିଲା ଯେ ଅଗ୍ନିପଥ ଯୋଜନା, ପ୍ରତ୍ୟାହୃତ ହେବନାହିଁ । ଏଣିକି ଭାରତୀୟ ସେନାରେ ସାମିଲ ହେବାକୁ ସମସ୍ତ ନିଯୁକ୍ତି ପ୍ରକ୍ରିୟା ଅହି ଯୋଜନା ଦ୍ବାରା କରାଯିବ । ଅଗ୍ନିପଥ ଯୋଜନାର ଲାଭ ବିଷୟରେ କହିଥିଲେ ସେନାମୁଖ୍ୟ । ଏହାପରେ ଆଶାୟୀ ଯୁବକମାନେ ସୋମବାର ଦିନ ଭାରତ ବନ୍ଦର ଘୋଷଣା କରିଥିଲେ । ଭାରତ ବନ୍ଦ ଘୋଷଣାକୁ ଦୃଷ୍ଟିରେ ରଖି RPF ଏବଂ GRP ହାଇ ଆଲର୍ଟରେ ଅଛନ୍ତି ।

ହିଂସା ଘଟାଇଥିବା ବିରୋଧକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆରପିଏଫର ବରିଷ୍ଠ ଅଧିକାରୀମାନେ ନିର୍ଦ୍ଦେଶ ଦେଇଛନ୍ତି । ଜାତୀୟ ସମ୍ପତି ନଷ୍ଟ କରୁଥିବା ଓ ପ୍ରତିବାଦ ନାଁରେ ଅରାଜକତା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି । RPF ଏବଂ GRP ଅଧିକାରୀ ଭାରତ ବନ୍ଦ ଘୋଷଣା ପରେ କହିଛନ୍ତି ଯେ, ପ୍ରତ୍ୟେକ କୋଣ ଅନୁକୋଣରେ ନଜର ରଖାଯିବ ଏଥିସହ ଯଦି କୌଣସି ବିକ୍ଷୋଭକାରୀ ହିଂସା କରନ୍ତି ତେବେ ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ ।

Last Updated :Jun 20, 2022, 10:32 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.