ETV Bharat / bharat

ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଲା ସର୍ବଭାରତୀୟ ପଛୁଆ ବର୍ଗ ସଂଗଠନ

author img

By

Published : May 24, 2022, 3:13 PM IST

bharat bandh declared by BAMCEF on 25 may over demand of caste based census
ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଲା ସର୍ବଭାରତୀୟ ପଛୁଆ ବର୍ଗ ସଂଗଠନ

ଆସନ୍ତାକାଲି (ବୁଧବାର) ଭାରତ ବନ୍ଦ ଡାକରା ଦେଲା ସର୍ବଭାରତୀୟ ପଛୁଆ ବର୍ଗ ଓ ସଂଖ୍ୟାଲଘୁ କର୍ମଚାରୀ ସଂଗଠନ । ଜାତି ଭିତ୍ତିକ ଜନଗଣନା ଦାବିରେ ବନ୍ଦ ଡାକରା ଦିଆଯାଇଛି । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ଆସନ୍ତାକାଲି (ବୁଧବାର) ଭାରତ ବନ୍ଦ ଡାକରା ଦେଲା ସର୍ବଭାରତୀୟ ପଛୁଆ ବର୍ଗ ଓ ସଂଖ୍ୟାଲଘୁ କର୍ମଚାରୀ ସଂଗଠନ। ଜାତି ଭିତ୍ତିକ ଜନଗଣନା ଦାବିରେ ବନ୍ଦ ଡାକରା ଦିଆଯାଇଛି। ପଛୁଆ ବର୍ଗ (OBC)ଙ୍କ ପାଇଁ କେନ୍ଦ୍ର ସରକାର କୌଣସି ଜାତି ଭିତ୍ତିକ ଜନଗଣନା କରୁ ନଥିବାରୁ ବନ୍ଦ ଡାକରା ଦିଆଯାଇଥିବା ବହୁ ଜନ ପାର୍ଟି (BMP)ର ଶାହରଣପୁର ଜିଲ୍ଲା ସଭାପତି ନୀରଜ ଧୀମନ କହିଛନ୍ତି।

ଜାତି ଭିତ୍ତିକ ଜନଗଣନା ଦାବି ସହିତ ସଂଗଠନ ନିର୍ବାଚନ ସମୟରେ ଇଭିଏମର ବ୍ୟବହାରକୁ ବିରୋଧ କରାଯାଇଛି ଏବଂ ବିଭିନ୍ନ ଘରୋଇ ସେକ୍ଟରରେ ଏସଟି/ଏସସି/ ଓବିସି ପାଇଁ ସଂରକ୍ଷଣର ଦାବି ହୋଇଛି। ଭାରତ ବନ୍ଦ ଡାକରାକୁ ସର୍ବଭାରତୀୟ ପଛୁଆ ବର୍ଗ ଓ ସଂଖ୍ୟାଲଘୁ କର୍ମଚାରୀ ସଂଗଠନ (BAMCEF) ବ୍ୟତୀତ ବହୁଜନ ମୁକ୍ତି ପାର୍ଟିର ସମର୍ଥନ ମିଳିଛି । ଏଥିସହ ବହୁଜନ କ୍ରାନ୍ତି ମୋର୍ଚ୍ଚାର ଜାତୀୟ ସଂଯୋଜକ ୱାମନ ମେଶ୍ରମ ମଧ୍ୟ ଆସନ୍ତାକାଲି ହେବାକୁ ଥିବା ଭାରତ ବନ୍ଦକୁ ସମର୍ଥନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.