ETV Bharat / bharat

ଭାରତ ବନ୍ଦ: ଦିଲ୍ଲୀ-ମେରଟ ଏକ୍ସପ୍ରେସୱେକୁ ଜାମ କଲେ ଆନ୍ଦୋଳନକାରୀ

author img

By

Published : Sep 27, 2021, 10:18 AM IST

ଭାରତ ବନ୍ଦର ପ୍ରଭାବ:  ଦିଲ୍ଲୀ-ମେରଟ ଏକ୍ସପ୍ରେସୱେକୁ ଅବରୋଧ କରିଛନ୍ତି ଆନ୍ଦୋଳନକାରୀ
ଭାରତ ବନ୍ଦର ପ୍ରଭାବ: ଦିଲ୍ଲୀ-ମେରଟ ଏକ୍ସପ୍ରେସୱେକୁ ଅବରୋଧ କରିଛନ୍ତି ଆନ୍ଦୋଳନକାରୀ

ଗାଜିପୁର ସୀମାରେ ଆନ୍ଦୋଳନକାରୀ କୃଷକମାନେ ଦିଲ୍ଲୀ-ମେରଟ ଏକ୍ସପ୍ରେସୱେକୁ ସମ୍ପୂର୍ଣ୍ଣ ଅବରୋଧ କରିଛନ୍ତି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଆଜି ସଂଯୁକ୍ତ କୃଷକ ମୋର୍ଚ୍ଚାର ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା । କେନ୍ଦ୍ରର ୩କୃଷି ଆଇନକୁ ବିରୋଧ କରି ଏହି ବନ୍ଦ ପାଳନ କରୁଛନ୍ତି ବିଭିନ୍ନ କୃଷକ ସଂଗଠନ । ତେବେ ଭାରତ ବନ୍ଦର ପ୍ରଭାବ ଗାଜିପୁର ସୀମାରେ ମଧ୍ୟ ଦେଖିବାକୁ ମିଳିଛି । ଗାଜିପୁର ସୀମାରେ ଆନ୍ଦୋଳନକାରୀ କୃଷକମାନେ ଦିଲ୍ଲୀ-ମେରଟ ଏକ୍ସପ୍ରେସୱେକୁ ସମ୍ପୂର୍ଣ୍ଣ ଅବରୋଧ କରିଛନ୍ତି । ଫଳରେ ଦିଲ୍ଲୀରୁ ଗାଜିଆବାଦ ଅଭିମୁଖେ ଆସୁଥିବା ଦିଲ୍ଲୀ ମେରଟ ଏକ୍ସପ୍ରେସୱେର ସମସ୍ତ ରୁଟ୍ ପୋଲିସ ବନ୍ଦ କରିଛି ।

ତେବେ ଆଜିର ଏହି ବନ୍ଦ ଡାକରାରେ ପ୍ରାୟ ୫୦୦ରୁ ଊର୍ଦ୍ଧ୍ବ ସଂଗଠନ ସମର୍ଥନ ଜଣାଇଛନ୍ତି । ଏଥି ସହ କଂଗ୍ରେସ, ବାପପନ୍ଥୀ ଦଳ, ଆମ ଆଦମୀ ପାର୍ଟି ସମେତ ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ ଏହାକୁ ସମର୍ଥନ ଜଣାଇଛନ୍ତି । ବନ୍ଦ ସମୟରେ କେବଳ ଜରୁରୀ ସେବାକୁ ଅନୁମତି ମିଳିଥିବା ବେଳେ ଆଉ ସମସ୍ତ ସେବାକୁ ବନ୍ଦ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.