ETV Bharat / bharat

ଆଜି କେଜ୍ରିଓ୍ବାଲଙ୍କୁ ଭେଟିବେ ଭଗୱନ୍ତ ସିଂ ମାନ୍‌

author img

By

Published : Mar 11, 2022, 12:38 PM IST

ଆଜି କେଜ୍ରିଓ୍ବାଲଙ୍କୁ ଭେଟିବେ  ଭଗୱନ୍ତ ସିଂହ  ମାନ୍‌
ଆଜି କେଜ୍ରିଓ୍ବାଲଙ୍କୁ ଭେଟିବେ ଭଗୱନ୍ତ ସିଂହ ମାନ୍‌

ଆଜି ଦିଲ୍ଲୀରେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଭେଟିବେ ପଞ୍ଜାବର ବିଜୟୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ସିଂ ମାନ୍‌ । ଅଧିକ ପଢନ୍ତୁ

ଚଣ୍ଡିଗଡ: ପଞ୍ଜାବରେ ଆପର ବିପୁଳ ମାତ୍ରାରେ ବିଜୟ ପରେ ଆଜି ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଭେଟିବେ ପଞ୍ଜାବର ବିଜୟୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ସିଂ ମାନ୍‌ । ଏନେଇ ଆଜି ସକାଳୁ ଦିଲ୍ଲୀ ଗସ୍ତରେ ବାହାରିଛନ୍ତି ମାନ । ଚଳିତ ବିଧାନସଭା ନିର୍ବାଚନରେ ପଞ୍ଜାବର ମୋଟ ୧୧୭ ବିଧାନସଭା ଆସନରୁ ଆପ ୯୨ ଟିରେ ବାଜିମାତ କରିଛି ।

ଆଜି ସନ୍ଧ୍ୟା ସୁଦ୍ଧା ଶପଥ ଗ୍ରହଣ ସମାରୋହର ତାରିଖ ଘୋଷଣା କରାଯିବ । ଏଥିସହ ଯେକୌଣସି ସମୟରେ ଆପର ବିଧାନସଭା ପାର୍ଟି ବୈଠକ ଅନୁଷ୍ଠିତ ହୋଇପାରେ ବୋଲି କହିଛନ୍ତି ଭଗଓ୍ବନ୍ତ । ଧୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୫୮,୨୦୬ ଭୋଟ ବ୍ୟବଧାନରେ ଭଗୱନ୍ତ ସିଂହ ମାନ ବିଜୟୀ ହୋଇଛନ୍ତି ।

ଗତକାଲି ବିଜୟ ପରେ ଜନତାଙ୍କୁ ସମ୍ବୋଧନ କରିଥିଲେ ଭଗୱନ୍ତ ସିଂହ ମାନ୍ । ବିଜୟ ପରେ ସେ ପଞ୍ଜାବର ଭୋଟରଙ୍କୁ ଧନ୍ୟବାଦ ଦେଇ ବିରୋଧୀ ନେତାଙ୍କୁ କଟାକ୍ଷ ମଧ୍ୟ କରିଥିଲେ । ମୋଟ ୮୨ ହଜାର ୦୨୩ ଭୋଟ ପାଇ ବିଜୟ ହାସଲ କରିଛନ୍ତି ଭଗୱନ୍ତ ସିଂହ ମାନ୍ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.