ETV Bharat / bharat

ଶପଥ ଗ୍ରହଣ ପୂର୍ବରୁ ରାଜ୍ୟପାଳଙ୍କୁ ଭେଟିଲେ ଭଗୱନ୍ତ

author img

By

Published : Mar 12, 2022, 12:56 PM IST

ଶପଥ ଗ୍ରହଣ  ପୂର୍ବରୁ ପଞ୍ଜାବ ରାଜ୍ୟପାଳଙ୍କୁ ଭେଟିଲେ ଭଗୱନ୍ତ
ଶପଥ ଗ୍ରହଣ ପୂର୍ବରୁ ପଞ୍ଜାବ ରାଜ୍ୟପାଳଙ୍କୁ ଭେଟିଲେ ଭଗୱନ୍ତ

ଶପଥ ଗ୍ରହଣ ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାକୁ ଥିବା ଭଗୱନ୍ତ ସିଂ ମାନ ଆଜି ରାଜ୍ୟପାଳ ବନଓ୍ବାରିଲାଲ ପୁରହିତଙ୍କୁ ଭେଟିଛନ୍ତି । ଅଧିକ ପଢନ୍ତୁ

ଚଣ୍ଡିଗଡ: ଚଳିତ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ପଞ୍ଜାବରେ ପ୍ରଥମ ଥର ସରକାର ଗଢିବାକୁ ଯାଉଛି AAP । ଏହା ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାକୁ ଥିବା ଭଗୱନ୍ତ ସିଂ ମାନ ଆଜି ରାଜ୍ୟପାଳଙ୍କ ବାସ ଭବନରେ ପହଞ୍ଚି ରାଜ୍ୟପାଳ ବନଓ୍ବାରିଲାଲ ପୁରହିତଙ୍କୁ ଭେଟିଛନ୍ତି । ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ଭଗଓ୍ବନ୍ତ କହିଛନ୍ତି ଯେ, ସରକାର ଗଢିବା ପୂର୍ବରୁ ମୁଁ ରାଜ୍ୟପାଳଙ୍କୁ ଭେଟିବାକୁ ଆସିଥିଲି । ରାଜ୍ୟରେ ସରକାର ଗଠନ ନେଇ ଜଣାଇବା ସହ ଆପ ବିଧାୟକ ଦଳର ଏକ ସମର୍ଥନ ପତ୍ର ଦାଖଲ କରିଥିବା କହିଛନ୍ତି ଭଗୱନ୍ତ ।

ଏହାମଧ୍ୟ ପଢନ୍ତୁ:-ଆଜି ଉତ୍ତର ପ୍ରଦେଶରେ ବିଜୟ ରାଲି କରିବ AAP

ଆସନ୍ତା ମାର୍ଚ୍ଚ ୧୬ ତାରିଖରେ ଦିନ ୧୨ଟା ୩୦ ମିନିଟରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି । ଏ ବିଷୟରେ ରାଜ୍ୟପାଳଙ୍କୁ ମୁଁ ଜଣାଇଛି ବୋଲି କହିଛନ୍ତି ଭଗୱନ୍ତ ସିଂ ମାନ । ଏହି ଶପଥ ଗ୍ରହଣ ଉତ୍ସବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଦଳ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଯୋଗ ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ସ୍ବାଧିନତା ସଂଗ୍ରାମୀ ଭଗତ ସିଂହଙ୍କ ଜନ୍ମମାଟିରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.