ETV Bharat / bharat

NITI Aayog ଦେଲା ଚେତାବନୀ, ଆଗକୁ ଗୋଟିଏ ଦିନରେ ଆସିବ ୫ ଲକ୍ଷ କୋରୋନା ମାମଲା

author img

By

Published : Aug 22, 2021, 8:56 PM IST

NITI Aayog ଦେଲା ଚେତାବନୀ, ଆଗକୁ ଗୋଟିଏ ଦିନରେ ଆସିବ ୫ ଲକ୍ଷ କୋରୋନା ମାମଲା
NITI Aayog ଦେଲା ଚେତାବନୀ, ଆଗକୁ ଗୋଟିଏ ଦିନରେ ଆସିବ ୫ ଲକ୍ଷ କୋରୋନା ମାମଲା

ତୃତୀୟ ଲହରୀ ସଂକ୍ରମଣକୁ ନେଇ ଚେତାବନୀ ଦେଇଛି ନୀତି ଆୟୋଗ (NITI Aayog) । ଗୋଟିଏ ଦିନରେ 4ରୁ 5 ଲକ୍ଷ କୋରୋନା ମାମଲା ଚିହ୍ନଟ ନେଇ ଆଶଙ୍କା କରାଯାଉଛି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ମହାମାରୀ କୋରୋନାର ଦ୍ବିତୀୟ ଲହରୀରେ ମହାବିପତ୍ତିର ସାମ୍ନା କରିଛି ଭାରତ । ଏହି ସମୟରେ ଅନେକ ଲୋକଙ୍କ କୋରୋନାରେ ମୃତ୍ୟୁ ହୋଇଥିଲା । ଦେଶରେ ଏକପ୍ରକାର ସୃଷ୍ଟି ହୋଇଥିଲା ଭୟାବହ ପରିସ୍ଥିତି । ଦ୍ବିତୀୟ ଲହରୀର ଜୁଆରରେ ଧିରେ ଧିରେ ଭଟା ପଡୁଥିବାବେଳେ ସେପଟେ ଡରାଉଛି ତୃତୀୟ ଲହରୀ ଆଶଙ୍କା । ଏହାରି ମଧ୍ୟରେ ତୃତୀୟ ଲହରୀ ସଂକ୍ରମଣକୁ ନେଇ ଚେତାବନୀ ଦେଇଛି ନୀତି ଆୟୋଗ (NITI Aayog) ।

ନୀତି ଆୟୋଗ ସଦସ୍ୟ ଭିକେ ପାଲ କୋରୋନା ସଂକ୍ରମଣକୁ ନେଇ ସାମ୍ନାରେ ରଖିଛନ୍ତି କିଥି ତଥ୍ୟ, ଯାହା ଆଗାମୀ ଦିନରେ ସ୍ବାସ୍ଥ୍ୟ ବିଭାଗ ଓ ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇପାରେ । ଭବିଷ୍ୟତରେ ପ୍ରତି ୧୦୦ କୋରୋନା କୋରୋନା ପଜିଟିଭରେ ୨୩ ଜଣ ପଜିଟିଭ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିବ ବୋଲି କହିଛନ୍ତି ନୀତି ଆୟୋଗ ସଦସ୍ୟ ।

୨୦୨୦ରେ ଦ୍ବିତୀୟ ଲହରୀ ପୂର୍ବରୁ ମଧ୍ୟ ନୀତି ଆୟୋଗ ପକ୍ଷରୁ ଅନୁମାନ ଲଗାଯାଇଥିଲା । ସେତେବେଳେ ଗମ୍ଭୀର ଓ ମଧ୍ୟମ ଗମ୍ଭୀର ଲକ୍ଷଣ ଥିବା ୨୦ ପ୍ରତିଶତ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାର ଆବଶ୍ୟକତା ରହିଥିବା ଦର୍ଶାଇଥିଲା ।

କୋରୋନା ଦ୍ୱିତୀୟ ଲହରୀ ପରେ ବହୁ ସଂଖ୍ୟକ ଡାକ୍ତରଖାନା ଶଯ୍ୟାକୁ ପୃଥକ କରିବାକୁ ସୁପାରିଶ ଚଳିତ ବର୍ଷ ଏପ୍ରିଲ ଓ ଜୁନରେ ଦେଖାଯାଇଥିବା ପ୍ୟାଟର୍ଣ୍ଣ ଉପରେ ଆଧାରିତ । ଜୁନ ପହିଲାରେ କୋରୋନାର ପିକ୍ ସମୟରେ ଯେତେବେଳେ ଦେଶବ୍ୟାପୀ ସକ୍ରିୟ ମାମଲା 18 ଲକ୍ଷ ଥିଲା, ସର୍ବାଧିକ ମାମଲା ଥିବା 10ଟି ରାଜ୍ୟର 21.74% ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇବାର ଆବଶ୍ୟକତା ପଡିଥିଲା । ସେଥିମଧ୍ୟରୁ 2.2% ଆଇସିୟୁରେ ଭର୍ତ୍ତି ହୋଇଥିଲେ ।

ନୀତି ଆୟୋଗ ପକ୍ଷରୁ କୁହାଯଆଇଛି ଯେ ଆମେ ଆହୁରି ଖରାପ ପରିସ୍ଥିତି ପାଇଁ ପ୍ରସ୍ତୁତ ହେବା ଉଚିତ୍ । ଗୋଟିଏ ଦିନରେ 4ରୁ 5 ଲକ୍ଷ କୋରୋନା ମାମଲା ଚିହ୍ନଟ ନେଇ ଆଶଙ୍କା କରାଯାଉଛି । ଏହା ସହିତ ଆସନ୍ତା ମାସ ସୁଦ୍ଧା ଦୁଇ ଲକ୍ଷ ଆଇସିୟୁ ଶଯ୍ୟା ପ୍ରସ୍ତୁତ କରାଯିବା ଉଚିତ ବୋଲି କହିଛି ଆୟୋଗ । ଏଥିମଧ୍ୟରୁ ଭେଣ୍ଟିଲେଟର ସହିତ 1.2 ଲକ୍ଷ ଆଇସିୟୁ ଶଯ୍ୟା ପ୍ରସ୍ତୁତ ରଖିବାକୁ କହିଛି ନୀତି ଆୟୋଗ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.