ETV Bharat / bharat

Hate Speech Case: ଆଜମ ଖାନଙ୍କୁ ୩ ବର୍ଷ ଜେଲଦଣ୍ଡ

author img

By

Published : Oct 27, 2022, 5:04 PM IST

Hate Speech case: ଆଜମ ଖାନଙ୍କୁ ୩ ବର୍ଷ ଜେଲଦଣ୍ଡ
Hate Speech case: ଆଜମ ଖାନଙ୍କୁ ୩ ବର୍ଷ ଜେଲଦଣ୍ଡ

ଘୃଣା ସୃଷ୍ଟିକାରୀ ଭାଷଣ ଦେବା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ସମାଜବାଦୀ ପାର୍ଟିର ନେତା ଆଜମ ଖାନ । ୩ ବର୍ଷ ଜେଲଦଣ୍ଡ ସହ 2 ହଜାର ଜୋରିମାନ (Azam Khan Found Guilty in Hate Speech case)। ଅଧିକ ପଢନ୍ତୁ

ଲକ୍ଷ୍ନୌ: ଘୃଣା ସୃଷ୍ଟିକାରୀ ମନ୍ତବ୍ୟ ବା ଭାଷଣ (Hate Speech) ଦେବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ବିଧାୟକ ଆଜମ ଖାନ (Azam Khan Found Guilty in Hate Speech Case) । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ସେ ଏପରି ବୟାନ ଦେବା ନେଇ ମାମଲା ହୋଇଥିଲା । ତେବେ ଆଜି ସେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ସହ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି ।

ତାଙ୍କର ବିଧାୟକ ପଦ ମଧ୍ୟ ରଦ୍ଦ ହେବା ନେଇ ଅନୁମାନ କରାଯାଉଛି । ଏହି ମାମଲାରେ ଗତ ୨୧ ରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖାଯାଇଥିଲା । ଯାହା ଆଜି ପ୍ରକାଶ ପାଇଛି । ଆଜମଙ୍କୁ ୩ ବର୍ଷର ଜେଲ ଦଣ୍ଡାଦେଶ ସହ 2 ହଜାର ଟଙ୍କାର ଜୋରିମାନା ମଧ୍ୟ ଶୁଣାଇଛନ୍ତି କୋର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.