ETV Bharat / bharat

Assembly poll 2022: 3 ରାଜ୍ୟରେ ଚାଲିଛି ଭୋଟିଂ, ଅପରାହ୍ନ ୩ଟା ସୁଦ୍ଧା ଆଗରେ ଗୋଆ

author img

By

Published : Feb 14, 2022, 4:25 PM IST

Assembly poll 2022: 3 ରାଜ୍ୟରେ ଜାରି ରହିଛି ଭୋଟିଂ, ଜାଣନ୍ତୁ ଅପରାହ୍ନ ୩ ସୁଦ୍ଧା କେତେ ରହିଛି ଭୋଟିଂ ପ୍ରତିଶତ
Assembly poll 2022: 3 ରାଜ୍ୟରେ ଜାରି ରହିଛି ଭୋଟିଂ, ଜାଣନ୍ତୁ ଅପରାହ୍ନ ୩ ସୁଦ୍ଧା କେତେ ରହିଛି ଭୋଟିଂ ପ୍ରତିଶତAssembly poll 2022: 3 ରାଜ୍ୟରେ ଜାରି ରହିଛି ଭୋଟିଂ, ଜାଣନ୍ତୁ ଅପରାହ୍ନ ୩ ସୁଦ୍ଧା କେତେ ରହିଛି ଭୋଟିଂ ପ୍ରତିଶତ

ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ଗୋଆରେ ଜାରି ରହିଛି ଭୋଟିଂ । ଅପରାହ୍ନ ୩ଟା ସୁଦ୍ଧା କେଉଁଠି କେତେ ରହିଛି ଭୋଟିଂ ପ୍ରତିଶତ ? ଅଧିକ ପଢନ୍ତୁ

ଲକ୍ଷ୍ନୌ/ଡେରାଡୁନ: ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ଗୋଆରେ ଜାରି ରହିଛି ବିଧାନସଭା ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା । ଦୁଇ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ଭୋଟିଂ ଶେଷ ହେବାକୁ ଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ୯ ଜିଲ୍ଲାରେ ୫୫ ବିଧାନସଭା ଆସନ ପାଇଁ ଭୋଟ ଦେଉଛନ୍ତି ଉତ୍ତରପ୍ରଦେଶବାସୀ । ତେବେ ରାଜ୍ୟରେ ଅପରାହ୍ନ ୩ଟା ସୁଦ୍ଧା 51.93 ପ୍ରତିଶତ ଭୋଟିଂ ରେକର୍ଡ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ସଂନ୍ଧ୍ୟା ୬ ଟାରେ ମତଦାନ ଶେଷ ହେବ ।

ସେହିପରି ଉତ୍ତରାଖଣ୍ଡରେ ଆଜି ମାତ୍ର ଗୋଟିଏ ପର୍ଯ୍ୟାୟ ମତଦାନ ସହ ନିର୍ବାଚନ ଶେଷ ହେବାକୁ ଥିବାବେଳେ ଅପରାହ୍ନ ୩ଟା ସୁଦ୍ଧା ୪୯.୨୪ ପ୍ରତିଶତ ଭୋଟିଂ ରେକର୍ଡ କରାଯାଇଛି । ମତଦାନ ହାରରେ ଜିଲ୍ଲାଓ୍ବାରୀ ଦେଖିଲେ ଉତ୍ତରକାଶୀ ମୋଟ ୫୬.୨୩ ପ୍ରତିଶତ ସହ ଆଗରେ ରହିଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

  • उत्तराखण्ड विधानसभा सामान्य निर्वाचन- 2022
    अपराह्न 3 बजे तक प्रदेश के सभी 13 जनपदों में औसत मतदान प्रतिशत।#UttarakhandElections2022 @ECISVEEP pic.twitter.com/lobG5SZ2Nf

    — CEO Uttarakhand (@UttarakhandCEO) February 14, 2022 " class="align-text-top noRightClick twitterSection" data=" ">

ସେହିପରି ଉପକୂଳବର୍ତ୍ତୀ ରାଜ୍ୟ ଗୋଆରେ ମଧ୍ୟ ସମସ୍ତ 40ଟି ବିଧାନସଭା ଆସନ ପାଇଁ ଆଜି ଗୋଟିଏ ପର୍ଯ୍ୟାୟରେ ମତଦାନ ଜାରି ରହିଛି । ଗୋଆରେ ବିଭିନ୍ନ ରାଜନୈତିକ ଦଳର ମୋଟ 301 ଜଣ ପ୍ରାର୍ଥୀ ମୈଦାନରେ ରହିଛନ୍ତି । ଅପରାହ୍ନ ୩ଟା ସୁଦ୍ଧା ୬୦.୧୮ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ଯାହା ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ ତୁଳନାରେ ଅଧିକ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.