ETV Bharat / bharat

Assam Flood: ଆସାମରେ ବନ୍ୟା ସ୍ଥିତି ଗମ୍ଭୀର, ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି

author img

By

Published : May 22, 2022, 10:37 AM IST

Assam Flood:ଆସାମରେ ବନ୍ୟା ସ୍ଥିତି ଗମ୍ଭୀର,ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି
Assam Flood:ଆସାମରେ ବନ୍ୟା ସ୍ଥିତି ଗମ୍ଭୀର,ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି

ଆସାମରେ ବନ୍ୟା ସ୍ଥିତି ଏବେବି ଗମ୍ଭୀର ରହିଛି । ବନ୍ୟା ଓ ଭୂସ୍ଖଳନରେ ରାଜ୍ୟରେ ୧୮ ଜଣ ପ୍ରାଣ ହରାଇଛନ୍ତି ।ଅଧିକ ପଢନ୍ତୁ

ଗୌହାଟି: ଆସାମରେ ବନ୍ୟା ସ୍ଥିତି ଏବେବି ଗମ୍ଭୀର ରହିଛି । ବନ୍ୟା ଓ ଭୂସ୍ଖଳନରେ ରାଜ୍ୟରେ ୧୮ ଜଣ ପ୍ରାଣ ହରାଇଛନ୍ତି । ଏନେଇ ASDMA (Assam State Disaster Management Authority) ପକ୍ଷରୁ ବୁଲେଟିନ ଜାରି କରାଯାଇଛି ।

ଭୂସ୍ଖଳନରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବନ୍ୟାରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ବନ୍ୟାର ସ୍ଥିତି ସଙ୍ଗନ ଥିବା ବେଳେ ରାଜ୍ୟବାସୀଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି । ୨୯ ଜିଲ୍ଲାର 3246 ଗାଁ ଏବେବି ଜଳ ଘେରରେ ରହିଥିବା ବେଳେ 8,39,691 ଲୋକେ ପ୍ରଭାବିତ ହୋଇଛନ୍ତି । ବନ୍ୟା ପ୍ରଭାବିତ ଜିଲ୍ଲା ଗୁଡିକରେ 6,248 ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ 36,845 ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଏହାସହ ବନ୍ୟା ଯୋଗୁ ଗମନାଗମନ ସେବା ମଧ୍ୟ ପ୍ରଭାବିତ ହୋଇଛି । ଅନେକ ସ୍ଥାନରେ ବ୍ରିଜ ଧୋଇଯିବା ସହ କେନାଲ ବନ୍ଦ ଗୁଡିକ ଭାଙ୍ଗି ଯାଇଛି ।

100,732.43 ହେକ୍ଟର ଚାଷ ଜମି ବନ୍ୟା ପାଣିରେ ବୁଡ଼ି ଯାଇଛି । ଏହାସହ ବ୍ୟାପକ ଫସଲ ମଧ୍ୟ ନଷ୍ଟ ହୋଇଯାଇଛି । ASDMA ପକ୍ଷରୁ କୁହାଯାଇଛି ଯେ,ଗତ 2 ଦିନ ମଧ୍ୟରେ ଡିମା ହାସାଓ ଜିଲ୍ଲା(Dima Hasao district )ରୁ ମୋଟ 269 ଜଣଙ୍କୁ ଉଦ୍ଧାର କରାଯାଉଛି । ଉଦ୍ଧାର ପରେ ଭାରତୀୟ ବାୟୁସେନା ସେମାନଙ୍କୁ ସିଲଚରରେ ଏୟାରଡ୍ରପ୍ କରିଛି ।

ପ୍ରଭାବିତ ଲୋକଙ୍କୁ ରାଜ୍ୟ ସରକାର ସହାୟତା ରାଶି ମଧ୍ୟ ବଣ୍ଟନ କରିଛନ୍ତି । ଚାଚର (Cachar) ଓ ଡିମା ହସାଓ ( Dima Hasao district ) ଜିଲ୍ଲା ଗୁଡିକୁ ୨ କୋଟିର ଅତିରିକ୍ତ ସହାୟତା ଦେଇଛନ୍ତି ସରକାର । ଏହାସହ ଗତ ୨ ଦିନ ମଧ୍ୟରେ ଡିମା ହାସାଓ ଜିଲ୍ଲାକୁ ୨୪ ମେଟ୍ରିକ ଟନ ଖାଦ୍ୟ ପଠାଯାଇଛି । ବନ୍ୟା ପୀଡିତଙ୍କ ପାଇଁ ରାଜ୍ୟ ସରକାର 343 ରିଲିଫ କ୍ୟାମ୍ପ ଖୋଲିଥିବା ବେଳେ 411 ରିଲିଫ ବିତରଣ କେନ୍ଦ୍ର ଖୋଲିଛନ୍ତି । ବାତ୍ୟା ଆଶ୍ରୟସ୍ଥଳରେ 86,772 ଅନ୍ତେବାସୀ ଆଶ୍ରୟ ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.