ETV Bharat / bharat

ଗ୍ୟାସ ସବସିଡି ବାବଦକୁ 14 ଲକ୍ଷ ପରିବାର ଖାତାକୁ ଗଲା 60 କୋଟି

author img

By

Published : Jun 5, 2023, 10:05 PM IST

Indira Gandhi Gas Cylinder Subsidy Scheme
Indira Gandhi Gas Cylinder Subsidy Scheme

ଇନ୍ଦିରା ଗାନ୍ଧୀ ଗ୍ୟାସ ସବସିଡି ଯୋଜନା ମାଧ୍ୟମରେ 14 ଲକ୍ଷ ପରିବାର ଖାତାକୁ 60 କୋଟି ଟ୍ରାନ୍ସଫର କଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ରାଜସ୍ଥାନରେ 5 ଶହ ଟଙ୍କାରେ ସିଲିଣ୍ଡର କିଣିପାରିବେ ଉଜ୍ଜଳା ହିତାଧିକାରୀ । ଅଧିକ ପଢନ୍ତୁ

ଜୟପୁର: ଇନ୍ଦିରା ଗାନ୍ଧୀ ଗ୍ୟାସ ସବସିଡ ଯୋଜନା ମାଧ୍ୟମରେ 14 ଲକ୍ଷ ଗ୍ୟାସ ଉପଭୋକ୍ତା ପରିବାର ଖାତାକୁ ସବସିଡି ରାଶି ବାବଦରେ 60 କୋଟି ଟଙ୍କା ଟ୍ରାନ୍ସଫର କଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ । ଆଜି ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟର 33ଟି ଜିଲ୍ଲାର 14 ଲକ୍ଷ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଏହି ରାଶି ଟ୍ରାନ୍ସଫର କରିଛନ୍ତି । କେନ୍ଦ୍ର ସରକାରଙ୍କ ଉଜ୍ଜଳା ଯୋଜନାରେ ଗ୍ୟାସ ବ୍ୟବହାର କରୁଥିବା ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ଏହି ସବସିଡି ଯୋଜନାର ଲାଭ ମିଳିବ । ଏପ୍ରିଲ ପହିଲାରୁ ସେମାନେ ଏହି ସବସିଡିକୁ ବାଦ ଦେଇ ମାତ୍ର 5 ଶହ ଟଙ୍କାରେ ଗ୍ୟାସ ସିଲିଣ୍ଡର କିଣିପାରିବେ ।

ଆଜି ରାଜଧାନୀ ଜୟପୁରରେ ରାଜସ୍ଥାନ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଆୟୋଜିତ ରାଜ୍ୟସ୍ତରୀୟ ‘ଲାଭାର୍ଥୀ ମହୋତ୍ସବ’ରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବଟନ ଦବାଇ ଏହି ସବସିଡି ରାଶି ଟ୍ରାନ୍ସଫର କରିଥିଲେ । ଏଥିରେ ମୋଟ 33 ଜିଲ୍ଲାର ଉଜ୍ଜଳା ଯୋଜନା ହିତାଧିକାରୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ । କେନ୍ଦ୍ର ସରକାରଙ୍କ ଉଜ୍ଜଳା ଯୋଜନାର ଲାଭ ପାଇଥିବା ହିତାଧିକାରୀମାନେ ରାଜ୍ୟ ସରକାରଙ୍କ ଏହି ସବସିଡି ପ୍ଲାନର ଲାଭ ପାଇବେ । ରାଜ୍ୟ ସରକାରଙ୍କ ଏହି ସବସିଡି ରାଶିକୁ ବାଦ ଦେବା ପରେ ମାତ୍ର 5 ଶହ ଟଙ୍କା ମୂଲ୍ୟରେ ଉଜ୍ଜଳା ହିତାଧିକାରୀଙ୍କୁ ଗ୍ୟାସ ସିଲିଣ୍ଡର ମିଳିବ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଅନୁସାରେ, ଏପ୍ରିଲ ପହିଲାରୁ 5 ଶହ ଟଙ୍କା ମୂଲ୍ୟରେ ଗ୍ୟାସ ସିଲିଣ୍ଡର ମିଳିବ ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଗେହଲଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରର ବିଜେପି ସରକାରଙ୍କୁ ଟାର୍ଗେଟ କରିବାକୁ ଭୁଲିନଥିଲେ । ବର୍ତ୍ତମାନ ସମୟରେ ସମଗ୍ର ଦେଶରେ ସାମାଜିକ ନିରାପତ୍ତା ଆଇନ (ସୋସିଆଲ ସିକ୍ୟୁରିଟି ଆକ୍ଟ ) ଲାଗୁ ହେବାର ଆବଶ୍ୟକତା ରହିଛି । ଏନେଇ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମଧ୍ଯ ଦୃଷ୍ଟି ଆକର୍ଷଣ କରାଯାଉଛି । ହେଲେ ରାଜନୈତିକ ଆକ୍ରୋଶ ଭାବ ରଖି କେନ୍ଦ୍ର ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି ।

ଏହା କହିବା ସହ ମୁଖ୍ୟମନ୍ତ୍ରୀ ଗେହଲଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିତ୍ବକୁ ଶାଣିତ ସମାଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ଜିଦଖୋର ଓ ଅହଂକାରୀ ମଧ୍ୟ । ନିଜ ଜିଦ୍‌ ଓ ଅହଂକାର ପାଇଁ ସେ ଦେଶର ସାଧାରଣ ଜନତାଙ୍କ କ୍ଷତି ପହଞ୍ଚାଇବାକୁ ମଧ୍ୟ ପଛାଉନାହାନ୍ତି ବୋଲି ଗେହଲଟ କହିଥିଲେ । ରାଜ୍ୟ ସରକାରଙ୍କ ଏହି ଯୋଜନାରେ ଲାଭ ପାଇବାକୁ ଯାଉଥିବା ପ୍ରତ୍ୟେକ ଜିଲ୍ଲାର ଲାଭାର୍ଥୀଙ୍କ ସହ ଭିସିରେ ଗେହଲଟ ଆଲୋଚନା ମଧ୍ୟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.