ETV Bharat / bharat

PUNJAB ELECTION: ପଞ୍ଜାବ ନିର୍ବାଚନ ପାଇଁ ଆପ୍‌ର ପାଗଭିଡା, ଆଜି ଗସ୍ତ କରିବେ କେଜ୍ରିୱାଲ

author img

By

Published : Dec 7, 2021, 8:02 AM IST

ଆଜି ଦିନିକିଆ ପଞ୍ଜାବ ଗସ୍ତ କରିବେ ଅରବିନ୍ଦ କେଜ୍ରିୱାଲ
ଆଜି ଦିନିକିଆ ପଞ୍ଜାବ ଗସ୍ତ କରିବେ ଅରବିନ୍ଦ କେଜ୍ରିୱାଲ

ଆଜି (ମଙ୍ଗଳବାର) ଦିନିକିଆ ପଞ୍ଜାବ ଗସ୍ତ କରିବେ ଅରବିନ୍ଦ କେଜ୍ରିୱାଲ (Arvind Kejriwal) । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମି ପାର୍ଟି (Aam Aadmi Party) ଜାତୀୟ ସଂଯୋଜନ ଅରବିନ୍ଦ କେଜ୍ରିୱାଲ ପଞ୍ଜାବ ଗସ୍ତ କରିବେ ।

ଚଣ୍ଡିଗଡ: ଆଗକୁ ପଞ୍ଜାବରେ ବିଧାନସଭା ନିର୍ବାଚନ । ସେଠାରେ ଆପକୁ ମଜବୁତ କରିବା ପାଇଁ ଏବେ ଠୁ ଡେରା ପକାଇଲେଣି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଲଗାତାର ଭାବେ ପଞ୍ଜାବ ଗସ୍ତ କରୁଛନ୍ତି ଦିଲ୍ଲୀ ସିଏମ । ଆଜି (ମଙ୍ଗଳବାର) ଦିନିକିଆ ପଞ୍ଜାବ ଯିବେ କେଜ୍ରିୱାଲ (Arvind Kejriwal) । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (Aam Aadmi Party) ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ପଞ୍ଜାବ ଗସ୍ତ କରିବେ । ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ନେଇ ସୂଚନା ଦେଇଛନ୍ତି ଆପ ନେତା ହରପାଲ ସିଂହ ଚେମା ।

ପ୍ରଥମେ କରତାରପୁର ଓ ଜଲନ୍ଧରପୁରରେ ଏକ କାର୍ଯ୍ୟକ୍ରମରେ ମହିଳାମାନଙ୍କୁ ଭେଟିବେ କେଜ୍ରିୱାଲ । ଏହାପରେ ହୋସିଆରପୁରରେ ଅନୁସୂଚିତ ଜାତି ସମ୍ପ୍ରଦାୟକଙ୍କୁ (schedule cast community) ଭେଟିବେ । ଏସସି ସମ୍ପ୍ରଦାୟଙ୍କ ସହ କଥାବାର୍ତ୍ତା ହେବେ କେଜ୍ରିୱାଲ । ବିଶେଷ କରି ୨୦୨୨ ବିଧାନସଭା ନିର୍ବାଚନକୁ ଅଧିକ ଫୋକସ ଦେବେ କେଜ୍ରିୱାଲ ।

ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କେଜ୍ରିୱାଲ ପଞ୍ଜାବ ପାଇଁ ବିଭିନ୍ନ ଯୋଜନାର ଘୋଷଣା କରିବେ ବୋଲି କହିଛନ୍ତି ଆପ ନେତା ହରପାଲ । ବିଦ୍ୟୁତ ସେବା, ମାଗଣା ସ୍ବାସ୍ଥ୍ୟସେବା, ମାଗଣା ବିଶ୍ବ ସ୍ତରୀୟ ଶିକ୍ଷା, ସେନାଙ୍କ ପାଇଁ ୧ କୋଟି, ମହିଳାଙ୍କ ପାଇଁ ମାସିକ ୧ ହଜାର ଟଙ୍କା ରାଶି ପ୍ରଦାନ କରିବାକୁ ଘୋଷଣା କରିବେ । ପ୍ରକାଶ ଥାଉ କି , ପୂର୍ବରୁ ନଭେମ୍ବର ୨୨ରେ ଦୁଇଦିନିଆ ପଞ୍ଜାବ ଗସ୍ତରେ ଯାଇ ଆଗାମୀ ନିର୍ବାଚନ ପାଇଁ ମିଶନ ପଞ୍ଜାବର ଶୁଭାରମ୍ଭ କରିଥିଲେ କେଜ୍ରିୱାଲ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.