ETV Bharat / bharat

Karnataka: ସାମ୍ପ୍ରଦାୟିକ ନିରୋଧୀ ଓ୍ବିଙ୍ଗ୍‌ ଲଞ୍ଚ କଲା ପୋଲିସ୍‌

author img

By

Published : Jun 15, 2023, 10:50 PM IST

Karnataka: ଲଞ୍ଚ ହେଲା ଆଣ୍ଟି-କମୁନାଲ ଓ୍ବିଙ୍ଗ୍‌
Karnataka: ଲଞ୍ଚ ହେଲା ଆଣ୍ଟି-କମୁନାଲ ଓ୍ବିଙ୍ଗ୍‌

ମାଙ୍ଗାଲୋରରେ ଲଞ୍ଚ ହେଲା ଆଣ୍ଡି-କମୁନାଲ ଓ୍ବିଙ୍ଗ୍‌ । ସାମ୍ପ୍ରଦାୟିକ ଗତିବିଧି ଉପରେ ରଖିବ । ଗ୍ରହଣ କରିବ ତ୍ବରିତ କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: କର୍ଣ୍ଣାଟକର ମେଙ୍ଗାଲୁରୁରେ ସାମ୍ରଦାୟିକ ଅସ୍ଥିରତା ସୃଷ୍ଟି କରୁଥିବା ଉପାଦାନ ଉପରେ ନଜର ରଖିବା ପାଇଁ ପୋଲିସ ଭିନ୍ନ ଏକ ପ୍ରୟାସ ଆରମ୍ଭ କରିଛି । ସହରରେ ଲଞ୍ଚ ହୋଇଛି ସାମ୍ପ୍ରଦାୟିକ ନିରୋଧୀ ଶାଖା (anti-communal wing ) ରାଜ୍ୟ ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ମେଙ୍ଗାଲୁରୁ ସହର ପୋଲିସ କମିଶନର କୁଲଦ୍ବୀପ କୁମାର ଜୈନ ଆଜି ଏହି ବିଶେଷ ପୋଲିସ ଶାଖାକୁ ଲଞ୍ଚ କରିଛନ୍ତି ।

ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ଆୟୋଜିତ ପ୍ରେସମିଟରେ କମିଶନର କହିଛନ୍ତି, ନିକଟରେ ଗୃହମନ୍ତ୍ରୀ ମଙ୍ଗଲୁରେ ଏହି ଘୋଷଣା କରିଥିଲେ । ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ସହରରେ ପୋଲିସ ପକ୍ଷରୁ ଏକ ସାମ୍ପ୍ରଦାୟିକ ବିରୋଧୀ ୱିଙ୍ଗ ଗଠନ କରାଯାଇଛି । ସିଟି ସ୍ପେଶାଲ ବ୍ରାଞ୍ଚ (CSB) ଇନ୍ସପେକ୍ଟର ସରିଫଙ୍କ ନେତୃତ୍ୱରେ ଏହି ଦଳ ଗଠନ କରାଯାଇଛି ଓ ଏହା ତାଙ୍କ ନେତୃତ୍ବରେ ହିଁ ସଞ୍ଚାଳିତ ହେବ । ଏହି ଟିମ ସିଧା ପୋଲିସ କମିଶନରଙ୍କୁ ରିପୋର୍ଟ ଦେବ ।

ପୋଲିସର ଏହି ବିଶେଷ ଶାଖା ସମସ୍ତ ପ୍ରକାରର ସାମ୍ପ୍ରଦାୟିକ ମାମଲା ଓ ଗିତିବିଧି ଉପରେ ନଜର ରଖିବ । ସାମ୍ପ୍ରଦାୟିକ ମାମଲାରେ ଅଭିଯୁକ୍ତଙ୍କ ଏବଂ ସେମାନଙ୍କ ଗତିବିଧି ଉପରେ ନଜର ରଖାଯିବା ସହ ଆବଶ୍ୟକ ସ୍ଥଳେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ପୂର୍ବର ସମସ୍ତ ମାମଲା ସହ ଜଡିତ କୋର୍ଟର ଶୁଣାଣି ଉପରେ ମଧ୍ୟ ଏହି ସ୍ପେସାଲ ଓ୍ବିଙ୍ଗ ନଜର ରଖିବ ଏବଂ କୋର୍ଟରେ ବିଚାରାଧୀନ ଥିବା ସାମ୍ପ୍ରଦାୟିକ ମାମଲାର ପୀଡିତମାନେ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ, ସେନେଇ ଏହି ଟିମ ନିଶ୍ଚିତ କରିବେ । ସେହିପରି କେବଳ ବର୍ତ୍ତମାନ ଘଟଣାକ୍ରମ ନୁହେଁ, ବରଂ ଗତ 10 ବର୍ଷ ମଧ୍ୟରେ ଘଟିଥିବା ପ୍ରାୟ 200 ଟି ମାମଲାର ତଦନ୍ତ, ନ୍ୟାୟିକ ପ୍ରକ୍ରିୟା ଉପରେ ମଧ୍ଯ ଏହି ଟିମ୍ ନଜର ରଖିବା ନେଇ ପୋଲିସ କମିଶନର କହିଛନ୍ତି ।

ଏହି ସ୍ପେସାଲ ଟିମ ଘୃଣାସୃଷ୍ଟିକାରୀ ବକ୍ତବ୍ୟ, ସୋସିଆଲ ମିଡିଆରେ ଘୃଣା ବ୍ୟାପିବା ପରି ପୋଷ୍ଟ କିମ୍ବା ମନ୍ତବ୍ୟ ଏବଂ ସାମ୍ପ୍ରଦାୟିକ ପ୍ରସଙ୍ଗ ସହ ଜଡିତ ମାମଲାରେ କୌଣସି ବ୍ୟକ୍ତିବିଶେଷଙ୍କ ମନ୍ତବ୍ୟ ଉପରେ ଏହା ନଜର ରଖିବ । କୌଣସି ଘଟଣା ସାମ୍ନାକୁ ଆସିବା କ୍ଷଣି ସମ୍ପୃକ୍ତ ପୋଲିସ ଷ୍ଟେସନରେ ଏକ ମାମଲା ପଞ୍ଜୀକୃତ ହେବ ଏବଂ ସାମ୍ପ୍ରଦାୟିକ ବିରୋଧୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ମାଙ୍ଗାଲୋର ସିଟି ପୋଲିସର ଏହି କାର୍ଯ୍ୟାନୁଷ୍ଠାନ କେତେ ସଫଲ ହେଉଛି, ତାକୁ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.