ରିଲ୍ସ ତିଆରି କରିବାରୁ ପତ୍ନୀକୁ ହତ୍ୟା କଲା ସ୍ବାମୀ, ଅଭିଯୁକ୍ତ ଗିରଫ

author img

By

Published : Sep 27, 2022, 11:06 PM IST

Angry husband killed his wife for making reels in Bhojpur Bihar
ରିଲ୍ସ ତିଆରି କରିବାରୁ ପତ୍ନୀକୁ ହତ୍ୟା କଲା ସ୍ବାମୀ, ଅଭିଯୁକ୍ତ ଗିରଫ ()

ବିହାର ଭୋଜପୁରରେ ଘରୋଇ କଳହ ପରେ ପତ୍ନୀକୁ ହତ୍ୟା କରିଛି ସ୍ବାମୀ । ସୋସିଆଲ ମିଡିଆରେ ରିଲ୍ସ ତିଆରି କରୁଥିବାରୁ ପତ୍ନୀକୁ ହତ୍ୟା କରିଥିବା କଥା ସ୍ବୀକାର କରିଛି ସ୍ବାମୀ । ଅଧିକ ପଢ଼ନ୍ତୁ

ପାଟନା: ବିହାର ଭୋଜପୁରରେ ଘରୋଇ କଳହ ପରେ ପତ୍ନୀକୁ ହତ୍ୟା କରିଛି ସ୍ବାମୀ । ଏହାକୁ ନେଇ ନବାଦା ଥାନା ଅଞ୍ଚଳ ଅନାଇଠ ମହଲାରେ ଏହି ଘଟଣା ଘଟିଛି । ମୃତକ ଗଜଦିଶିପୁର ଥାନା ଅଞ୍ଚଳ ଅନୁ ଖାତୁନ୍‌ ବୋଲି ଜଣା ପଡ଼ିଛି । ଘଟଣା ପରେ ପୋଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି । ପଚରାଉଚରା ବେଳେ ସୋସିଆଲ ମିଡିଆରେ ରିଲ୍ସ ତିଆରି କରୁଥିବାରୁ ପତ୍ନୀକୁ ହତ୍ୟା କରିଥିବା କଥା ସ୍ବୀକାର କରିଛି ସ୍ବାମୀ ।

ଅନିଲ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ରିଲ୍ସ ତିଆରି କରିବାକୁ ବିଭିନ୍ନ ସମୟରେ କଳହ ଲାଗି ରହୁଥିଲା । ରବିବାର ମଧ୍ୟ ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଥିଲା । ଆପ୍ଲିକେଶନକୁ ମୋବାଇଲରୁ ଡିଲିଟ କରିବାକୁ ଅନିଲ ଅନୁଙ୍କୁ କହିଥିଲା । ତେବେ ତାହା କରିବାକୁ ଅନୁ ମନା କରିଦେଇଥିଲେ । କ୍ରୋଧରେ ଅନୁର ଗଳା ଚିପି ହତ୍ୟା କରିଛି ଅନିଲ୍‌ ।

ହତ୍ୟା କରିବା ପରେ ବି ସେଠାରୁ ଫେରାର ହୋଇନଥିଲା ଅଭିଯୁକ୍ତ । ପୁରା ରାତି ପତ୍ନୀର ମୃତଦେହ ପାଖରେ ବସି ରହିଥିଲା । କୌଣସିମତେ ଏହି ଘଟଣାକୁ ନେଇ ପୋଲିସ ପାଖରେ ଖବର ପହଞ୍ଚିଥିଲା । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା । ୧୦ ବର୍ଷ ପୂର୍ବେ ଅନୁ ଅନିଲ ଚୌଧୁରୀଙ୍କୁ ବିବାହ କରିଥିଲେ । ଦୁହିଁଙ୍କ ମଧ୍ୟରେ ପ୍ରେମ ବିବାହ ହୋଇଥିଲା । ପ୍ରଥମେ ପତିପତ୍ନୀ ଉଭୟ ପରିବାର ଠାରୁ ଅଲଗା ରହୁଥିଲେ । ଏହାପରେ ଫେରି ଆସି ପରିବାର ସହ ରହିବାକୁ ଲାଗିଲେ । ଏହାପୁର୍ବରୁ ମୃତକ ମହିଳାଙ୍କ ଆଉ ଏକ ବିବାହ ହୋଇଥିଲା ।

ଏହାକୁ ନେଇ ଅଭିଯୁକ୍ତଙ୍କ ବାପା କହିଛନ୍ତି, "ପୁଅ ଓ ବୋହୁଙ୍କ ମଧ୍ୟରେ ଅନେକ ସମୟରେ ରିଲ୍ସ ତିଆରି କରିବାକୁ ନେଇ କଳହ ଲାଗି ରହୁଥିଲା । ଅନୁକୁ ରିଲ୍ସ ନକରିବା ପାଇଁ ଅନିଲ ଅନେକ ଥର କହିଥିଲା । ତେବେ ତା କଥା ଶୁଣିନଥିଲା ଅନୁ । ରବିବାର ପୁଅ ଉପର ଘରେ ଥିବା ବେଳେ ଏହାକୁ ନେଇ ପୁନଃ ବିବାଦ ଆରମ୍ଭ ହୋଇଯାଇଥିଲା । ସୋମବାର ବାହାରକୁ କବାଟ ବାଡେଇବା ସତ୍ତ୍ବେ କେହି କବାଟ ଖୋଲି ନଥିଲେ । ଏହାପରେ କବାଟ ଭାଙ୍ଗି ଘରେ ପଶିଥିଲୁ । ଦେଖିବାକୁ ପାଇଲୁ ଅନିଲ ନିଜ ପତ୍ନୀକୁ ହତ୍ୟା କରି ପାଖରେ ବସିଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.