ETV Bharat / bharat

Night Curfew in AP: ଆନ୍ଧ୍ରପ୍ରଦେଶରେ ଲାଗୁ ହେଲା ରାତ୍ରିକାଳୀନ କର୍ଫ୍ୟୁ

author img

By

Published : Jan 10, 2022, 7:38 PM IST

Night curfew in AP: ଆନ୍ଧ୍ରପ୍ରଦେଶରେ ଲାଗୁ ହେଲା ରାତ୍ରିକାଳୀନ କର୍ଫ୍ୟୁ
Night curfew in AP: ଆନ୍ଧ୍ରପ୍ରଦେଶରେ ଲାଗୁ ହେଲା ରାତ୍ରିକାଳୀନ କର୍ଫ୍ୟୁ

ବଢୁଥିବା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶରେ ଲାଗୁ ହେଲା ରାତ୍ରିକାଳୀନ କର୍ଫ୍ୟୁ । ରାତି 11 ରୁ ସକାଳ 5 ଯାଏଁ ସାଧାରଣ ଯାତାୟତ ବନ୍ଦ । ଅଧିକ ପଢନ୍ତୁ

ଅମରାବତୀ: ବଢୁଥିବା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଗୋଟିଏ ପରେ ଗୋଟିଏ ରାଜ୍ୟ କୋଭିଡ କଟକଣା ବଢାଇବାରେ ଲାଗିଛନ୍ତି । ଏକାଧିକ ରାଜ୍ୟର ରାତ୍ରିକାଳୀନ କର୍ଫ୍ୟୁ ଜାରି କରିସାରିଥିବାବେଳେ ଆଜି ଏହି କ୍ରମରେ ସାମିଲ ହୋଇଛି ଆନ୍ଧ୍ରପ୍ରଦେଶ । ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ରାତି 11 ରୁ ସକାଳ 5 ଯାଏଁ ଏହି କର୍ଫ୍ୟୁ ଜାରି ରହିବ। ଏହି ସମୟ ମଧ୍ୟରେ କେବଳ ଜରୁରୀକାଳୀନ ସେବାକୁ ବାଦ ଦେଲେ ଅନ୍ୟ ସମସ୍ତ କାର୍ଯ୍ୟ ଓ ଗତିବିଧି ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ସ୍ଥିତିକୁ ଦେଖି ଅନ୍ୟ କିଛି ଗାଇଡଲାଇନ ମଧ୍ୟ ଜାରି କରାଯାଇଛି । ମନ୍ଦିର, ଚର୍ଚ୍ଚ ଏବଂ ମସଜିଦ ଗୁଡିକରେ ସାମାଜିକ ଦୂରତା ସହ ଭିଡ ଏଡାଇବା ପାଇଁ ନିର୍ଦ୍ଦେଶ ରହିଛି । ଥିଏଟର ଗୁଡିକ 50 ପ୍ରତିଶତ କ୍ଷମତା ସହିତ ଚାଲିବା ସହ ବ୍ୟବସାୟ କମ୍ପ୍ଲେକ୍ସରେ ସାମାଜିକ ଦୂରତା ବଜାୟ ରଖିବାକୁ ମଧ୍ୟ ବିଶେଷ ଗୁରୁତ୍ବ ଦେବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ସେହିପରି ବସ୍‌ରେ ଯାତ୍ରୀମାନ ପାଇଁ ନିଶ୍ଚିତ ଭାବରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । କୌଣସି ବାହ୍ୟ ଇଭେଣ୍ଟ ପାଇଁ ସର୍ବାଧିକ 2ଶହ ଲୋକଙ୍କୁ ଅନୁମତି ଥିବା ବେଳେ ଇଣ୍ଡୋର ଇଭେଣ୍ଟରେ 100 ଲୋକଙ୍କୁ ସାମିଲ ହେବା ନେଇ ଅନୁମତି ରହିଛି । ଜାରି ହୋଇଥିବା ଗାଇଡଲାଇନକୁ କଡାକଡି ଅନୁପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯିବା ସହ ଏଥିରେ ଖିଲାପ ହେଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.