ETV Bharat / bharat

Presidential Polls: ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥିତ୍ବକୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ

author img

By

Published : Jun 24, 2022, 7:57 AM IST

Presidential Polls: NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ
Presidential Polls: NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ

NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ । ପ୍ରାର୍ଥିପତ୍ର ଦାଖଲ ବେଳେ YSRCPର ଦୁଇ ସାଂସଦ ଉପସ୍ଥିତ ରହିବା ନେଇ ସୂଚନା ଦେଲେ ଜଗନ ମୋହନ । ଅଧିକ ପଢନ୍ତୁ

ଅମରାବତୀ: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ସମର୍ଥନ ବଢିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ରାଜନୈତିକ ଦଳ ମୁର୍ମୁଙ୍କ ପ୍ରାର୍ଥିତ୍ବକୁ ସମର୍ଥନ ଘୋଷଣା କରୁଛନ୍ତି । ପୂର୍ବରୁ ଓଡିଶା ନବୀନ ପଟ୍ଟନାୟକ, ବିହାରରେ ଏଲଜେପିଆର, ହମ ଏବଂ ଜେଡିୟୁ ଏନଡିଏର ପ୍ରାର୍ଥୀ ଚୟନକୁ ପ୍ରଶଂସା କରି ସମର୍ଥନ କରିଥିବା ବେଳେ ଆନ୍ଧ୍ରପ୍ରଦେଶରେ ସରକାରରେ ଥିବା ୱାଇଏସଆର୍‌ କଂଗ୍ରେସ ପାର୍ଟି(YSR Congress Party) ମଧ୍ୟ ଏହି ତାଲିକାରେ ଯୋଡି ହୋଇଛି ।

ଗୁରୁବାର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥିତ୍ବକୁ ସମର୍ଥନ ଘୋଷଣା କରିଛନ୍ତି । ଏହିସବୁ ଘଟଣାକୁ ଲକ୍ଷ୍ୟ କଲେ ମୁର୍ମୁଙ୍କ ବିଜୟ ଏକପ୍ରକାର ସୁନିଶ୍ଚିତ ବୋଲି କୁହାଯାଉଛି । ଯଦି ଦ୍ରୌପଦୀ ମୁର୍ମୁ ବିଜୟୀ ହୁଅନ୍ତି ତାହାହେଲେ ସେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବେ । ଆନ୍ଧ୍ର ସରକାରଙ୍କ ସରକାରୀଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଜରିଆରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ସମର୍ଥନ ଘୋଷଣା କରିଛନ୍ତି । ଏଥିସହ ଆଜି ମୁର୍ମୁଙ୍କ ପ୍ରାର୍ଥିପତ୍ର ଦାଖଲ ସମୟରେ ତାଙ୍କ ଦଳର ଦୁଇ ସାଂସଦ ଉପସ୍ଥିତ ରହିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି ଜଗନ ମୋହନ ।

ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି, ମୁଖ୍ୟମନ୍ତ୍ରୀ ସବୁବେଳେ ଏସସି, ଏସଟି, ବିସି ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରତିନିଧିତ୍ବକୁ ଗୁରୁତ୍ବ ଦେଇଥାନ୍ତି । ଗତ ତିନି ବର୍ଷ ମଧ୍ୟରେ ଏହି ସମ୍ପ୍ରଦାୟର ଉତ୍ଥାନକୁ ଖୁବ୍ ମହତ୍ବ ଦେଇଛନ୍ତି ଏବଂ ସେମାନଙ୍କୁ କ୍ୟାବିନେଟରେ ପ୍ରତିନିଧିତ୍ବ କରିବାର ସୁଯୋଗ ଦେବାକୁ ଉଦ୍ୟମ କରିଛନ୍ତି । ଏହିସବୁ ଦୃଷ୍ଟିରୁ ଜଣେ ଆଦିବାସୀ ସମ୍ପ୍ରଦାୟର ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବାର ଏନଡିଏ ନିଷ୍ପତ୍ତିକୁ ଗ୍ରହଣ କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.