ETV Bharat / bharat

UP Assembly Poll: ମିଶନ ୟୁପି, ଆଜି ନୋଏଡାରେ ପ୍ରଚାର କରିବେ ଶାହ

author img

By

Published : Jan 27, 2022, 9:12 AM IST

UP Assembly Poll: ଆଜି ନୋଏଡାରେ ପ୍ରଚାର କରିବେ ଅମିତ ଶାହା
UP Assembly Poll: ଆଜି ନୋଏଡାରେ ପ୍ରଚାର କରିବେ ଅମିତ ଶାହା

ଆଉ ଦିନ କେଇଟା ପରେ ୟୁପିରେ ବିଧାନସଭା ନିର୍ବାଚନ । ୟୁପି ହାତେଇବାକୁ ଜୋରଦାର ପ୍ରୟାସ ଆରମ୍ଭ କରିଦେଇଛି ବିଜେପି । ଆଜି ନୋଏଡାରେ ଡୋରଟୁଡୋର ପ୍ରଚାର କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ସରଗରମ ଉତ୍ତରପ୍ରଦେଶ ରାଜନୀତି । ଆସନ୍ତାମାସରେ ବିଧାନସଭା ଆସନ ପାଇଁ ଭୋଟ ପଡିବାକୁ ଥିବା ବେଳେ ଆରମ୍ଭ ହୋଇଗଲାଣି ପ୍ରଚାର । ଉତ୍ତରପ୍ରଦେଶକୁ ଏବେ ବଡବଡ ନେତାଙ୍କ ସୁଅ ଛୁଟୁଥିବା ବେଳେ ଭର୍ଚୁଆଲ ମାଧ୍ୟରେ ଜୋରସୋରରେ ପ୍ରଚାର ଆରମ୍ଭ କରିଛି ବିଜେପି । ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ନୋଏଡାରେ ଡୋରଟୁଡୋର ପ୍ରଚାର କରିବା ସହ ଜନସାଧାରଣଙ୍କ ସହ କଥା ହେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହାପୂର୍ବରୁ ଶାହା ମଥୁରାରେ ଦଳ ପାଇଁ ପ୍ରଚାର କରିବେ ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବଡ ବଡ ନେତାଙ୍କ ସହ ଅମିତ ଶାହା ଆଲୋଚନା ହେବା ନେଇ ମଧ୍ୟ କୁହାଯାଉଛି । ଶାହଙ୍କ ଗସ୍ତକୁ ନେଇ ପ୍ରଶାସନ ତରଫରୁ ପ୍ରସ୍ତୁତି ଶେଷ ହୋଇଛି ।

ଅମିତ ଶାହଙ୍କ ଆଜିର କାର୍ଯ୍ୟକ୍ରମ

୧.ଆଜି ଅପରାହ୍ନ ୩ଟା ସମୟରେ ନୋଏଡାର ଏକ୍ସପୋ ମାର୍ଟରେ ଅବସ୍ଥିତ ହେଲିପ୍ୟାଡରେ ପହଞ୍ଚିବ ଗୃହମନ୍ତ୍ରୀ ।

୨. ଏହାପରେ ୩ଟା ୧୫ରେ ଦାଦ୍ରି ବିଧାନସଭାର ତୁଗଲାପୁର ଗ୍ରାମରେ ଡୋରଟୁ ଡୋର କ୍ୟାମ୍ପେନ କରିବେ ।

୩. ଅପରାହ୍ନ ୪ଟାରୁ ୬ଟା ୧୫ ପର୍ଯ୍ୟନ୍ତ ଶାରଦା ବିଶ୍ୱବିଦ୍ୟାଳୟରେ ରହିବେ ।

୪. ଏହା ପରେ ଦିଲ୍ଲୀ ବାସଭବନକୁ ଯିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.