ETV Bharat / bharat

ଆଜି ଗାନ୍ଧୀନଗରକୁ ୪୯.୩୬ କୋଟିର ଭେଟି ଦେବେ ଗୃହମନ୍ତ୍ରୀ

author img

By

Published : Dec 29, 2021, 9:53 AM IST

ଆଜି ଗାନ୍ଧୀନଗରବାସୀଙ୍କୁ ୪୯.୩୬ କୋଟିର ଭେଟି ଦେବେ ଗୃହମନ୍ତ୍ରୀ
ଆଜି ଗାନ୍ଧୀନଗରବାସୀଙ୍କୁ ୪୯.୩୬ କୋଟିର ଭେଟି ଦେବେ ଗୃହମନ୍ତ୍ରୀ

ଆଜି(ବୁଧବାର) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନିଜ ନିର୍ବାଚନୀମଣ୍ଡଳୀ ଗାନ୍ଧୀନଗରକୁ ୪୯.୩୬ କୋଟିର ପ୍ରକଳ୍ପ ଭେଟି ଦେବେ (Amit Shah to virtually lay foundation stone of developmental projects)। ଭିସି ଯୋଗେ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କରିବେ ଗୃହମନ୍ତ୍ରୀ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ବିଭିନ୍ନ ସ୍ଥାନରେ ଲୋକଙ୍କୁ ଜନକଲ୍ୟାଣକାରୀ ପ୍ରକଳ୍ପ ଭେଟି ଦେଉଛନ୍ତି କେନ୍ଦ୍ର ସରକାର । ଆଜି(ବୁଧବାର) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନିଜ ନିର୍ବାଚନୀମଣ୍ଡଳୀ ଗାନ୍ଧୀନଗରକୁ ୪୯.୩୬ କୋଟିର ପ୍ରକଳ୍ପ ଭେଟି ଦେବେ (Amit Shah to virtually lay foundation stone of developmental projects) । ଭିସି ଯୋଗେ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କରିବେ ଗୃହମନ୍ତ୍ରୀ ଅମିତ ଶାହା । ଅପରାହ୍ନ ୧ଟା ୨୦ରେ ଏହି କାର୍ଯ୍ୟକ୍ରମ ହେବା ବୋଲି ସୂଚନା ମିଳିଛି ।

କାର୍ଯ୍ୟକ୍ରମ ପରେ ଆସନ୍ତାକାଲି ଅର୍ଥାତ ଗୁରୁବାର ଉତ୍ତରପ୍ରଦେଶ ଗସ୍ତରେ ଯିବେ ଗୃହମନ୍ତ୍ରୀ । ସେଠାରେ ବାରଣାସୀରେ ସଙ୍କଟ ମୋଚନ ମନ୍ଦିରରେ ପ୍ରଭୁ ହନୁମାନଙ୍କୁ ଦର୍ଶନ କରିବେ । ଏହାପରେ ବିଜେପିର ଏକ ରାଲିକୁ ସମ୍ବୋଧନ କରିବା ସହ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିବେ ।

ଆସନ୍ତା ବର୍ଷ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ବିଜେପି ତାର ରଣନୀତି ପ୍ରସ୍ତୁତ କରୁଛି । ଦଳୀୟ କର୍ମୀଙ୍କ ସହ ଘନଘନ ବୈଠକ ସହ କିପରି ନିର୍ବାଚନରେ ସଫଳ ହେବେ ସେ ନେଇ ମନ୍ତ୍ରୀମାନଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.