ETV Bharat / bharat

UP Polls: ବାଜିମାତ ପାଇଁ BJPର ପ୍ରସ୍ତୁତି, ଆଜି ରାଲି କରିବେ ଶାହ

author img

By

Published : Dec 17, 2021, 9:31 AM IST

ଆଗକୁ ଅନୁଷ୍ଠିତ ହେବାକୁ ଯାଉଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ଏନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ବିଭିନ୍ନ ରାଜନୈତିକ ଦଳ । ଆଜିଠୁ ଦୁଇଦିନିଆ ୟୁପି ଗସ୍ତରେ ଅଛନ୍ତି ଗୃହମନ୍ତ୍ରୀ । ସେଠାରେ ସେ 'ନିଶାଦ ସମାଜ ଜନ ସଭା' (Nishad Samaj Jan Sabha) କାର୍ଯ୍ୟକ୍ରମରେ ଯୋଗ ଦେବେ । ଅଧିକ ପଢନ୍ତୁ

ଆଜି ରାଲି କରିବେ ଶାହ
ଆଜି ରାଲି କରିବେ ଶାହ

ଲକ୍ଷ୍ନୌ: ଆଗକୁ ଅନୁଷ୍ଠିତ ହେବାକୁ ଯାଉଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ଏନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ବିଭିନ୍ନ ରାଜନୈତିକ ଦଳ । ଆଜିଠୁ ଦୁଇଦିନିଆ ୟୁପି ଗସ୍ତରେ ଅଛନ୍ତି ଗୃହମନ୍ତ୍ରୀ । ସେଠାରେ 'ନିଶାଦ ସମାଜ ଜନ ସଭା' କାର୍ଯ୍ୟକ୍ରମରେ (Nishad Samaj Jan Sabha) ଯୋଗ ଦେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (union home mister Amit Shah) । ଏହାଛଡା ସରକାର ବନାଅ ଅଧିକାର ପାଅ (make government, get rights) ଏକ ରାଲିରେ ଯୋଗ ଦେବା ନେଇ ସୂଚନା ମିଳିଛି ।

ଅପରାହ୍ନ ୧ଟାରେ ବିଜେପି ପକ୍ଷରୁ ଲକ୍ଷ୍ନୌର ରାମବାଇ ଆମ୍ବୋଦକର ଗ୍ରାଉଣ୍ଡରେ 'ନିଶାଦ ସମାଜ ଜନ ସଭା' କାର୍ଯ୍ୟକ୍ରମ ଆରମ୍ଭ ହେବ । ଆୟୋଜିତ ରାଲିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ନିଶାଦ ପାର୍ଟି ମୁଖ୍ୟ ସଞ୍ଜୟ ନିଶାଦ ବିଜେପି ରାଜ୍ୟ ସଭାପତି ସ୍ବତନ୍ତ୍ର ସିଂହ ଦେବ ଉପସ୍ଥିତ ରହିବେ । ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୟୂର ମଧ୍ୟ ରାଲିରେ ଯୋଗ ଦେବେ ।

ରାଲି ପରେ ୟୁପିରେ ସମବାୟ ବ୍ୟାଙ୍କର ୨୩ଗୋଟି ଶାଖାର ଉଦଘାଟନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହାଛଡା ୨୯ଟି ଗୋଦାମକୁ ରାଜ୍ୟବାସୀଙ୍କୁ ଉତ୍ସର୍ଗ କରିବେ । ଏହାପରେ ସନ୍ଧ୍ୟାରେ ସପ୍ତମ ଜାତୀୟ ସାହାକର ସମ୍ମିଳନୀର ଉଦଘାଟନ କରିବେ ଶାହ । ଏହାଛଡା ୨୯ଟି ଗୋଦାମକୁ ରାଜ୍ୟବାସୀଙ୍କୁ ଉତ୍ସର୍ଗ କରିବେ ।

ବିଜେପିର ଏହି ପ୍ରସ୍ତୁତି ନେଇ ରାଜନୈତିକ ବିଶେଷଜ୍ଞଙ୍କ ମତ ପ୍ରକାଶ ପାଇଛି । ବିଜେପି ପାଇଁ ନିଶାଦ ସମ୍ପ୍ରଦାୟ ଏକ ଗୁରୁତ୍ବପୂର୍ଣ୍ଣ ସମ୍ପତ୍ତି ବୋଲି କହିଛନ୍ତି ବିଶେଷଜ୍ଞ । ପୂର୍ବ ନିର୍ବାଚନରେ ମଧ୍ୟ ବିଜେପି ଜିତିବାରେ ସହାୟ ହୋଇଛି । ପୂର୍ବାଞ୍ଚଳ ୟୁପିର ୧୬୦ ବିଧାନସଭା ନିର୍ବାଚନୀମଣ୍ଡଳ ନିଶାଦ ସମ୍ପ୍ରଦାୟଙ୍କ ଭୋଟ ନିର୍ଣ୍ଣାୟକ ହେବ ବୋଲି ଆଶା କରାଯାଉଛି । ୟୁପିରେ ସମୁଦାୟ ୧୮ ଜିଲ୍ଲାରେ ଅଧିକ ନିଶାଦ ସମ୍ପ୍ରଦାୟ ରହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.