ETV Bharat / bharat

Amit Shah visit J&K: ଆଜି CRPF ରାଇଜିଂ ଡେ ପରେଡ କାର୍ଯ୍ୟକ୍ରମରେ ସାମିଲେ ହେବ ଶାହା

author img

By

Published : Mar 19, 2022, 7:44 AM IST

Amit Shah visit J&K: ଆଜି  CRPF ରାଇଜିଂ ଡେ ପରେଡ କାର୍ଯ୍ୟକ୍ରମରେ ସାମିଲେ ହେବ ଶାହା
Amit Shah visit J&K: ଆଜି CRPF ରାଇଜିଂ ଡେ ପରେଡ କାର୍ଯ୍ୟକ୍ରମରେ ସାମିଲେ ହେବ ଶାହା

ଆଜି ଜମ୍ମୁ କାଶ୍ମୀରରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ର ୮୩ ତମ ରାଇଜିଂ ଡେ ପରେଡ କାର୍ଯ୍ୟକ୍ରମରେ ସାମିଲ ହେବେ ଶାହା। ଅଧିକ ପଢନ୍ତୁ

ଶ୍ରୀନଗର: ଦୁଇ ଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆଜି ଗସ୍ତର ଦ୍ବିତୀୟ ଦିନରେ ମୌଲାନା ଆଜାଦ ଷ୍ଟାଡିୟମରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ର ୮୩ ତମ ରାଇଜିଂ ଡେ ପରେଡ କାର୍ଯ୍ୟକ୍ରମରେ ସାମିଲ ହେବେ ଶାହା।

ପ୍ରଥମ ଥର ପାଇଁ ଜାତୀୟ ରଜଧାନୀ ଦିଲ୍ଲୀ ପରିବର୍ତ୍ତେ ଜମ୍ମୁକାଶ୍ମୀରରେ CRPF ରାଇଜିଂ ଡେ ପାଳନ କରୁଛି । ଆଜି ଅମରନାଥ ଯାତ୍ରା ଏବଂ ପ୍ରସ୍ତାବିତ ବିଧାନସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ସମୀକ୍ଷା କରିବା ନେଇ ସୂଚନା ମିଳିଛି । ଗତ ପାଞ୍ଚ ମାସ ମଧ୍ୟରେ ଜମ୍ମୁ କାଶ୍ମୀରକୁ ଶାହାଙ୍କର ଏହା ହେଉଛି ଦ୍ୱିତୀୟ ଗସ୍ତ । ଏହାପୂର୍ବରୁ ସେ ପାଞ୍ଚ ଦିନିଆ ଗସ୍ତ କରିଥିଲେ।

୧୯୫୦ ମସିହାରେ ତତ୍କାଳୀନ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ପଟେଲ CRPF ଅଧିନିୟମ ପ୍ରଣୟନ କରିବା ପରେ ସେହିଦିନ ଠାରୁ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ରାଇଜିଂ ଡେ ପାଳନ କରାଯାଉଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.