ETV Bharat / bharat

Vice president Election: ଅମରିନ୍ଦର ହୋଇପାରନ୍ତି ଉପରାଷ୍ଟ୍ରପତି ପ୍ରାର୍ଥୀ

author img

By

Published : Jul 3, 2022, 8:00 AM IST

ଅମରିନ୍ଦର ହୋଇପାରନ୍ତି ଉପରାଷ୍ଟ୍ରପତି ପ୍ରାର୍ଥୀ
ଅମରିନ୍ଦର ହୋଇପାରନ୍ତି ଉପରାଷ୍ଟ୍ରପତି ପ୍ରାର୍ଥୀ

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି । ଏନଡିଏ ପକ୍ଷରୁ ସେ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଅଗଷ୍ଟ 6 ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ । ଏନେଇ ବିରୋଧୀ ମେଣ୍ଟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି । ଏନଡିଏ ପକ୍ଷରୁ ସେ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି । କ୍ୟାପଟେନଙ୍କ ଦଳ ପଞ୍ଜାବ ଲୋକ କଂଗ୍ରେସ ବିଜେପିରେ ମିଶିବା ନେଇ ପ୍ରସ୍ତୁତି ଚାଲିଥିବାବେଳେ ଏହି ଚର୍ଚ୍ଚା ଜୋର ଧରିଛି ।

ରିପୋର୍ଟ ଅନୁସାରେ, ଅମରିନ୍ଦର ସିଂହ ଗତ ବର୍ଷ କଂଗ୍ରେସ ଛାଡିବା ପରେ ପଞ୍ଜାବ ଲୋକ କଂଗ୍ରେସ ଭାବରେ ଦଳ ଗଢି ବିଜେପି ସହ ନିର୍ବାଚନ ଲଢିଥିଲେ । ହେଲେ ଦଳକୁ କୌଣସି ଲାଭ ମିଳି ନଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ କ୍ୟାପଟେନଙ୍କ ଭଲ ସମ୍ପର୍କ ରହିଛି । ନିକଟରେ ସର୍ଜରୀ ପାଇଁ ଲଣ୍ଡନ ଯାଇଥିବା ଅମରିନ୍ଦର ସିଂହଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ । ସେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି ।

ପ୍ରକାଶ ଥାଉ କି, ଅଗଷ୍ଟ 10ରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ଶେଷ ହେବ । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁଲାଇ 6 ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଜୁଲାଇ 19 ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ରହିଛି । ଜୁଲାଇ 20ରେ ପ୍ରାର୍ଥୀ ପତ୍ର ଯାଞ୍ଚ ହେବ । ଜୁଲାଇ 22 ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ଦିନ ରହିଛି । ଆବଶ୍ୟକ ସ୍ଥଳେ ଯଦି ନିର୍ବାଚନ ହୁଏ ଜୁଲାଇ 6ରେ ମତଦାନ ହୋଇ ସେହି ଦିନ ଭୋଟ ଗଣତି ହେବ । ଅନ୍ୟପଟେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଏବେ ପ୍ରକ୍ରିୟା ଜାରି ରହିଥିବାବେଳେ, ଶାସକ ବିରୋଧୀ ପ୍ରାର୍ଥୀ ମଧ୍ୟ ନାମାଙ୍କନ ଦାଖଲ କରି ସାରିଛନ୍ତି । ଏହାରି ଭିତରେ ପୁଣି ଦେଶର ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.