ETV Bharat / bharat

ବଙ୍ଗରେ TMC ର ବଡ ବିଜୟ ! ଛୁଟିଲା ମମତାଙ୍କୁ ଶୁଭେଚ୍ଛା ସୁଅ

author img

By

Published : May 2, 2021, 4:46 PM IST

Updated : May 2, 2021, 6:46 PM IST

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ମମତାଙ୍କୁ ଛୁଟିଲା ଶୁଭେଚ୍ଛାର ସୁଅ । ଅଧିକ ପଢନ୍ତୁ....

ଫଳାଫଳ ପରେ  ମମତାଙ୍କୁ ଶୁଭେଚ୍ଛା ଜଣାଇଲେ କେଜ୍ରିଓ୍ବାଲ ଓ ଶରଦ ପାଓ୍ବର
ଫଳାଫଳ ପରେ ମମତାଙ୍କୁ ଶୁଭେଚ୍ଛା ଜଣାଇଲେ କେଜ୍ରିଓ୍ବାଲ ଓ ଶରଦ ପାଓ୍ବର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିପୁଳ ଆସନ ବ୍ୟବଧାନରେ ବିଜେପିକୁ ପଛରେ ପକାଇ ଆଗକୁ ବଢୁଛି ତୃଣମୂଳ କଂଗ୍ରେସ । ତେବେ ମମତାଙ୍କ ନେତୃତାଧୀନ ଟିଏମସି ପୁଣି କ୍ଷମତା ବଜାୟ ରଖିବାକୁ ଯାଉଥିବାବେଳେ ଦେଶର ବିଭିନ୍ନ ସ୍ଥାନରୁ ମମତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବା ଆରମ୍ଭ ହୋଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ,ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, ଏନସିପି ମୁଖ୍ୟ ଶରଦ ପାଓ୍ବାର ପ୍ରମୁଖ ମମତାଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଥିବା ଜଣାପଡିଛି ।

  • Congratulations @MamataOfficial on your stupendous victory!
    Let us continue our work towards the welfare of people and tackling the Pandemic collectively.

    — Sharad Pawar (@PawarSpeaks) May 2, 2021 " class="align-text-top noRightClick twitterSection" data=" ">

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​ଟିଏମସିର ବିଜୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ମମତାଙ୍କ ବିଜୟ ଓ ତାଙ୍କ ପରବର୍ତ୍ତୀ କାର୍ଯ୍ୟକାଳ ରାଇଁ ରାଜନାଥ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

  • Congratulations @MamataOfficial didi for landslide victory. What a fight!

    Congratulations to the people of WB

    — Arvind Kejriwal (@ArvindKejriwal) May 2, 2021 " class="align-text-top noRightClick twitterSection" data=" ">

ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ଏହା ମମତାଙ୍କ ଐତିହାସିକ ବିଜୟ ବୋଲି କହିବା ସହ ଦିଦିଙ୍କ ଉପରେ ଆସ୍ଥା ରଖିଥିବାରୁ ବଙ୍ଗବାସୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ସେହିପରି ଏନସିପି ମୁଖ୍ୟ ଶରଦ ପାଓ୍ବାର ମଧ୍ୟ ମମତାଙ୍କ ବିଜୟ ପାଇଁ ତାଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଥିବା ଦେଖିବାକୁ ମିଳିଛି ।

ଆସନ ବ୍ୟବଧାନକୁ ତର୍ଜମା କଲେ ମୁଖ୍ୟ ପ୍ରତିଦ୍ବନ୍ଦୀ ବିଜେପି ଟିଏମସି ଠାରୁ ବହୁ ପଛରେ ପଡିଥିବା ଦେଖିବାକୁ ମିଳିଛି । ନନ୍ଦିଗ୍ରାମ ଆସନରେ ମମତା ଓ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିନଥିବା ବେଳେ ଏପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ ହୋଇପାରିନାହିଁ । ତେବେ ବର୍ତ୍ତମାନର ଟ୍ରେଣ୍ଡକୁ ଦେଖି ମମତା ବାନାର୍ଜୀଙ୍କ ଟିଏମସି ପୁଣି କ୍ଷମତା ହାତେଇବା ଏକ ପ୍ରକାର ସ୍ପଷ୍ଟ ହୋଇଛି ।

  • Congratulations to the Chief Minister of West Bengal, @MamataOfficial Didi on her party’s victory in West Bengal assembly elections. My best wishes to her for her next tenure.

    — Rajnath Singh (@rajnathsingh) May 2, 2021 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଚିଭି ଭାରତ

Last Updated :May 2, 2021, 6:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.