Earthquake: ଦିଲ୍ଲୀ ପରେ ଉତ୍ତରାଖଣ୍ଡରେ ୪.୩ ତୀବ୍ରତାର ଭୂମିକମ୍ପ

author img

By

Published : Nov 9, 2022, 9:53 AM IST

Earthquake: ଦିଲ୍ଲୀ ପରେ ଉତ୍ତରାଖଣ୍ଡରେ ୪.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ
Earthquake: ଦିଲ୍ଲୀ ପରେ ଉତ୍ତରାଖଣ୍ଡରେ ୪.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ ()

ଦିଲ୍ଲୀ ପରେ ଭୂମିକମ୍ପରେ ଥରିଲା ଉତ୍ତରାଖଣ୍ଡ । ଆଜି ସକାଳେ ଦେବଭୂମିର ପିଥୋରଗଡରେ ୪.୩ ତୀବ୍ରତାସମ୍ପନ୍ନ ଭୂକମ୍ପ ଅନୁଭୂତ । ଅଧିକ ପଢନ୍ତୁ

ଡେରାଡୁନ: ଦିଲ୍ଲୀ ପରେ ଭୂମିକମ୍ପରେ ଥରିଲା ଉତ୍ତରାଖଣ୍ଡ(earthquake jolts Uttarakhand) । ଆଜି ସକାଳେ ଦେବଭୂମି ଉତ୍ତରାଖଣ୍ଡରେ ପୁଣିଥରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରେକର୍ଡ କରାଯାଇଛି । ଯାହା ସୂଚନା ମିଳିଛି, ସକାଳ ପ୍ରାୟ ୬ଟା ୨୭ ମିନିଟ୍ ସମୟରେ ରାଜ୍ୟର ପିଥୋରଗଡରେ ଏହି ଭୂକମ୍ପ ସଂଗଠିତ ହୋଇଛି । ନ୍ୟାସନାଲ୍ ସେଣ୍ଟର ଫର୍ ସିସମୋଲୋଜୀ(National Center for Seismology) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେବେ ଏହି ଭୂମିକମ୍ପ ଯୋଗୁଁ କୌଣସି କ୍ଷତିକ୍ଷତି ହୋଇଥିବା ନେଇ ସୂଚନା ନାହିଁ ।

ସୂଚନା ମୁତାବକ, ପିଥୋରଗଡରେ ଭୂମିକମ୍ପର ଗଭୀରତା ଭୂଗର୍ଭରୁ ୫ କିଲୋମିଟର ତଳେ ରହିଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ଘଟିନାହିଁ । କହିରଖୁଛୁ କି, ଦୁଇ ଦିନ ତଳେ ଉତ୍ତରାଖଣ୍ଡର ଅନେକ ଅଞ୍ଚଳରେ ୪.୫ ତୀବ୍ରତାର ଭୂକମ୍ପ ଆସିଥିଲା । ଡେରାଡୁନଠାରୁ ଆରମ୍ଭ କରି ଉତ୍ତରକାଶୀ ପର୍ଯ୍ୟନ୍ତ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ବିଶେଷଜ୍ଞଙ୍କ କହିବାନୁଯାୟୀ, ବିଗତ ୧୦ ବର୍ଷ ମଧ୍ୟରେ ଉତ୍ତରାଖଣ୍ଡରେ ପ୍ରାୟ ୭୦୦ ଭୂମିକମ୍ପ ସଂଗଠିତ ହୋଇଛି । ହେଲେ ଆଜି ପର୍ଯ୍ୟନ୍ତ ବଡ ଧରଣର ଭୂମିକମ୍ପ ହୋଇନାହିଁ ।

ଏହାମଧ୍ୟ ପଢନ୍ତୁ: ଶକ୍ତିଶାଳୀ ଭୂକମ୍ପରେ ଥରିଲା ନେପାଳ, ୬ ମୃତ

ମଙ୍ଗଳବାର ବିଳମ୍ବିତ ରାତିରେ ନେପାଳରେ ୬.୩ ତୀବ୍ରତାର ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ନେପାଳରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଥିବାବଳେ ଏହାର ପ୍ରଭାବ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି । ବିଳମ୍ବିତ ରାତିରେ ଦିଲ୍ଲୀବାସୀ ଭୂକମ୍ପ ଅନୁଭୂତ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.