ETV Bharat / bharat

ଚିକିତ୍ସାର ପାଞ୍ଚ ମାସ ପରେ ଆଖି ବୁଜିଲେ ଏସିଡ ପୀଡିତା

author img

By

Published : Feb 1, 2023, 3:01 PM IST

Etv Bharat
Etv Bharat

ଭାଣିଜିକୁ ଏସିଡ ମାଡ କରିଥିଲା ମାମୁଁ । ଚିକିତ୍ସାଧିନ ଅବସ୍ଥାରେ ଆଖିବଜୁଜିଲେ ନାବାଳିକା । ଅଧିକ ପଢନ୍ତୁ

ଅମରାବତୀ: ଯୌନ ଲାଳସା ମେଣ୍ଟାଇବା ପାଇଁ ଭାଣିଜି ସହ ଦୁଷ୍କର୍ମ କରିବା ପାଇଁ ଚେଷ୍ଟା କରିଥିଲା ମାମୁଁ । ବିଫଳ ହେବା ପରେ ଭାଣିଜି ଉପରକୁ ଏସିଡ ଫିଙ୍ଗିଥିଲା ସଇତାନ ମାମୁଁ । ଆନ୍ଧ୍ରପ୍ରଦେଶର ନେଲୋରେରୁ ଗତ ପାଞ୍ଚ ମାସ ତଳେ ସାମ୍ନାକୁ ଆସିଥିଲା ଏଭଳି ଦୁଃଖଦ ଘଟଣା । ଚିକିତ୍ସା ଜାରି ରହିଥିବା ବେଳେ ଏବେ ଆଖି ବୁଜିଛନ୍ତି ଏସିଡ ପୀଡିତା ନାବାଳିକା ଜଣଙ୍କ । ଗତବର୍ଷ ସେପ୍ଟେମ୍ବର ମାସ ୨ ତାରିଖରେ ନାବାଳିକାଙ୍କ ଉପରେ ଏସିଡ ମାଡ କରିଥିଲା ମାମୁଁ । ମୃତ ନାବାଳିକା ଜଣକ ନେଲୋର ଜିଲ୍ଲାର ଜଣେ ଅବସରପ୍ରାପ୍ତ ଶିକ୍ଷକ ଏକମାତ୍ର ଝିଅ ବୋଲି ଜଣା ପଡ଼ିଛି ।


ଖବରଅନୁସାରେ, ସେପ୍ଟେମ୍ବର ମାସ ୨ ତାରିଖରେ ନାବାଳିକାର ପରିବାର ଲୋକେ ବାହାରକୁ ଯାଇଥିବା ବେଳେ ଘରେ ଏକା ରହିଥିଲେ । ଏହାର ସୁଯୋଗ ନେଇ ମାମୁଁ ଘରେ ପଶି ନାବାଳିକାଙ୍କ ଉପରେ ଏସିଡ ମାଡ କରିଥିଲା । ତେବେ ନେଲୋର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ନାବାଳିକାକୁ ସଙ୍ଗେସଙ୍ଗେ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ହସ୍ପିଟାଲରେ ୫ ମାସର ସଂଘର୍ଷ ପରେ ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ନାବାଳିକା । ଗତକାଲି(ମଙ୍ଗଳବାର) ହସ୍ପିଚଟାଲରେ ନାବାଳିକ ଜଣଙ୍କର ମୃତ୍ୟୁ ହୋଇଛି ।

ଅଭିଯୋଗ ଅନୁସାରେ, ନାବାଳିକା ଜଣକ ଏକା ରହୁଥିବା ବେଳେ ଏହାର ସୁଯୋଗ ନେଇ ତାଙ୍କ ମାମୁଁ ଘରେ ପଶିଥିଲା । ଏହା ପରେ ଭାଣିଜିକୁ ଦୁଷ୍କର୍ମ କରିବା ପାଇଁ ଚେଷ୍ଟା କରିଥିଲା । କିନ୍ତୁ ବାଳିକା ଜଣକ ବାରଣ କରିବାରୁ ଏଥିରେ ଉପକ୍ଷିପ୍ତ ହୋଇ ମାମୁଁ ଏସିଡ ମାଡ କରିଥିଲା । ଫଳରେ ଗୁରୁତର ଅବସ୍ଥାରେ ନାବାଳିକା ଜଣଙ୍କୁ ପ୍ରଥମେ ନେଲୋରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଚେନ୍ନାଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଦୀର୍ଘ ପାଞ୍ଚ ମାସର ଚିକିତ୍ସା ପରେ ନାବାଳିକ ଜଣଙ୍କର ଗତକାଲି ମୃତ୍ୟୁ ହୋଇଛି । ତେବେ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ମୃତକଙ୍କ ପରିବାର ଲୋକେ । ଦୁଇଦିନ ପୂର୍ବରୁ ନାବାଳିକାର ପ୍ଲାଷ୍ଟିର ସର୍ଜରି ପାଇଁ ପରାମର୍ଶ ଦେଇଥିଲେ ଡାକ୍ତର । କିନ୍ତୁ ପରବର୍ତ୍ତୀ ସମୟରେ ବିଗିଡିଥିଲା ସ୍ବାସ୍ଥ୍ୟାବସ୍ଥା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.