ETV Bharat / bharat

ପୋଲିସ କଷ୍ଟଡିକୁ ସ୍ଥାନାନ୍ତରିତ ପ୍ରୟାସକୁ ବିରୋଧ କରି କୋର୍ଟରେ ସଞ୍ଜୟ, କହିଲେ ନିର୍ଯାତନା ଦେବା ପାଇଁ ଚାଲିଛି ଷଡଯନ୍ତ୍ର

author img

By ETV Bharat Odisha Team

Published : Oct 7, 2023, 6:15 PM IST

ଇଡି କଷ୍ଟଡିରୁ ପୋଲିସ କଷ୍ଟଡିକୁ ସ୍ଥାନାନ୍ତର ପ୍ରୟାସକୁ ବିରୋଧ କରି ସଞ୍ଜୟ ସିଂଙ୍କ ଆବେଦନ । ନିର୍ଯାତନା ଦେବା ପାଇଁ ଷଡଯନ୍ତ୍ର ଚାଲିଥିବା ଅଭିଯୋଗ । ଅଧିକ ପଢନ୍ତୁ

ପୋଲିସ କଷ୍ଟଡିକୁ ସ୍ଥାନାନ୍ତରିତ ପ୍ରୟାସକୁ ବିରୋଧ କରି କୋର୍ଟରେ ସଞ୍ଜୟ, କହିଲେ ନିର୍ଯାତନା ଦେବା ପାଇଁ ଚାଲିଛି ଷଡଯନ୍ତ୍ର
ପୋଲିସ କଷ୍ଟଡିକୁ ସ୍ଥାନାନ୍ତରିତ ପ୍ରୟାସକୁ ବିରୋଧ କରି କୋର୍ଟରେ ସଞ୍ଜୟ, କହିଲେ ନିର୍ଯାତନା ଦେବା ପାଇଁ ଚାଲିଛି ଷଡଯନ୍ତ୍ର

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ଗିରଫ ହୋଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିମାଣ୍ଡରେ ଥିବା ଆମ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ ଇଡି ବିରୋଧରେ କୋର୍ଟରେ ହାଜର ହୋଇଛନ୍ତି । ରିମାଣ୍ଡ ଅବଧି ମଧ୍ୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ କାର୍ଯ୍ୟାଳୟ ହାଜତ ପରିବର୍ତ୍ତେ ପୋଲିସ କଷ୍ଟଡିକୁ ସ୍ଥାନାନ୍ତରିତ କରିବାକୁ ଯୋଜନା ରଖିଥିବା ସେ ପିଟିସନରେ ଦର୍ଶାଇଛନ୍ତି । ତାଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟାଳୟ ହାଜତ ପରିବର୍ତ୍ତେ ତୋଗଲକ ରୋଡରେ ଥିବା ପୋଲିସ ଷ୍ଟେସନକୁ ସ୍ଥାନାନ୍ତରିତ କରି ନିର୍ଯାତନା ଦେବାକୁ ଚକ୍ରାନ୍ତ ଚାଲିଥିବା ନେଇ ଏକ ପିଟିସନ ସହ ସେ ରାଉଜ ଆଭିନ୍ୟୁ କୋର୍ଟରେ ହାଜର ହୋଇଛନ୍ତି ।

ଆବେଦନରେ ସଞ୍ଜୟ ଦର୍ଶାଇଛନ୍ତି, ତାଙ୍କୁ ତୋଗଲକ ରୋଡ ପୋଲିସ ଷ୍ଟେସନ ଲକଅପକୁ ସ୍ଥାନାନ୍ତରିତ କରାଯିବାକୁ ଯୋଜନା ରଖାଯାଇଛି । ସେଠାରେ ତାଙ୍କୁ ସିସିଟିଭି ଆଢୁଆଳରେ ନିର୍ଯାତନା ଦେବା ପାଇଁ ମଧ୍ୟ ଯୋଜନା ରଖାଯାଇଛି । ସେ ଏ ସମ୍ପର୍କରେ ପଚାରିବାରୁ ସଂସ୍ଥା ତରଫରୁ କୁହାଯାଇଥିଲା ଯେ, କୌଣସି କାରଣ ପାଇଁ ଇଡି କାର୍ଯ୍ୟାଳୟରେ ଥିବା ଲକଅପରେ କୀଟନାଶକ ବ୍ୟବହାର କରାଯାଇଛି । ସେଥିପାଇଁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ହେବ ।

ତେବେ ଏଭଳି ଉତ୍ତରରେ କ’ଣ ଏକ କେନ୍ଦ୍ରୀୟ ଏଜେନ୍ସି ନିକଟରେ ମାତ୍ର ଗୋଟିଏ ଲକଅପ ରହିଛି ବୋଲି ସଞ୍ଜୟ ପ୍ରଶ୍ନ କରିଥିଲେ । ଯଦି ଏପରି କାରଣ ଅଛି ତାଙ୍କୁ ସଂସ୍ଥା ମୁଖ୍ୟାଳୟର ଅନ୍ୟ କୌଣସି ଲକଅପକୁ ସ୍ଥାନାନ୍ତରିତ କରାଯାଉ ବୋଲି ସେ ଦାବି କରିଛନ୍ତି । ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଉତ୍ତର ରଖିବାକୁ କୋର୍ଟ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-Delhi Excise Policy Case: 5 ଦିନିଆ ରିମାଣ୍ଡରେ ଗଲେ ସଞ୍ଜୟ ସିଂ

ବୁଧବାର ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ବାସଭବନରେ ଦିନ ତମାମ ଚଢାଉ ଓ ଏକାଧିକ ଘଣ୍ଟା ଜେରା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସାଂସଦ ସଞ୍ଜୟ ସିଂଙ୍କୁ ଗିରଫ କରିଥିଲା । ଗୁରୁବାର ପୂର୍ବାହ୍ନରେ ସଞ୍ଜୟଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ଅପରାହ୍ନରେ ତାଙ୍କୁ ରାଉଜ ଆଭିନ୍ୟୁ କୋର୍ଟର ସ୍ବତନ୍ତ୍ର ଜଜଙ୍କ ନିକଟରେ ହାଜର କରାଯାଇଥିଲା । ଏହି ମାମଲାରେ ଅଧିକ ଜେରା ଆଧାରରେ ଡିଜିଟାଲ ପ୍ରମାଣ ଏକାଠି କରିବା ପାଇଁ ୧୦ ଦିନିଆ ରିମାଣ୍ଡ ଆବେଦନ କରିଥିଲା ଇଡି । କୋର୍ଟ ସଞ୍ଜୟଙ୍କୁ ୫ ଦିନିଆ ରିମାଣ୍ଡରେ ପଠାଇଛନ୍ତି । ୧୦ ତାରିଖ ପର୍ଯ୍ୟନ୍ତ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଷ୍ଟଡିରେ ଜେରା ହେବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.