ETV Bharat / bharat

BJPରେ ସାମିଲ ହେବା ଚର୍ଚ୍ଚାକୁ ଗୁଜବ କହିଲେ ଗୁଜୁରାଟ AAP ବିଧାୟକ

author img

By

Published : Dec 11, 2022, 10:46 PM IST

BJP ରେ ସାମିଲ ହେବା ଚର୍ଚ୍ଚାକୁ ଗୁଜବ କହିଲେ ଗୁଜୁରାଟ AAP ବିଧାୟକ
BJP ରେ ସାମିଲ ହେବା ଚର୍ଚ୍ଚାକୁ ଗୁଜବ କହିଲେ ଗୁଜୁରାଟ AAP ବିଧାୟକ

BJPରେ ସାମିଲ ହେବା ଚର୍ଚ୍ଚାକୁ ନେଇ ସ୍ପଷ୍ଟୀକରଣ ରଖିଲେ AAP ବିଧାୟକ ଭୂପତ ଭାୟାନୀ । କହିଲେ ଏହି ଚର୍ଚ୍ଚା ଏକ ଗୁଜବ । ବ୍ୟକ୍ତିଗତ କାମରେ ଗାନ୍ଧୀନଗର ଯାଇଥିଲି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆପ ଟିକେଟରେ ଗୁଜୁରାଟର ବିଶାଭଦର ବିଧାନସଭା ଆସନରୁ ବିଜୟୀ ହୋଇଥିବା ବଧାୟକ ଭୂପତ ଭାୟାନୀ ବିଜେପିରେ ଯୋଗଦେବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି । ସେ ଭାରତୀୟ ଜନତା ପାର୍ଟିରେ ଖୁବଶୀଘ୍ର ସାମିଲ ହେବା ଚର୍ଚ୍ଚାକୁ ଏକ ଗୁଜବ ବୋଲି ଦର୍ଶାଇଛନ୍ତି । ତେବେ ସେ ନିର୍ବାଚନ ଫଳାଫଳ ପରେ ରାଜଧାନୀ ଗାନ୍ଧୀନଗର ଗସ୍ତ କରିବା ପରେ ଏପରି ଚର୍ଚ୍ଚା ଆରମ୍ଭ ହୋଇଥିଲା । ସେ ଭାରତୀୟ ଜନତା ପାର୍ଟିରେ ସାମିଲ ହେବା ନେଇ ଆଲୋଚନା ପାଇଁ ଗାନ୍ଧୀନଗର ଗସ୍ତ କରିଥିବା ଚର୍ଚ୍ଚା ହେଉଥିଲା । ଯାହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ବିଧାୟକ ଭୂପତ ।

ଭୂପତ କହିଛନ୍ତି, ‘‘ମୁଁ ଅନ୍ୟ କୌଣସି ଦଳରେ ଯୋଗ ଦେଉନାହିଁ । ଜାରି ରହିଥିବା ଚର୍ଚ୍ଚା କେବଳ ଏକ ଗୁଜବ । ମୁଁ ମୋର ବ୍ୟକ୍ତିଗତ କାମ ପାଇଁ ଗାନ୍ଧୀନଗର ଯାଇଥିଲି । ଭାରତୀୟ ଜନତା ପାର୍ଟିର ନେତାଙ୍କ ସହ ମୋର କୌଣସି ସାକ୍ଷାତ କିମ୍ବା ଆଲୋଚନା ହେବାର ପ୍ରଶ୍ନ ଉଠୁନାହିଁ ।’’

ଡିସେମ୍ବର 8ରେ ଗୁଜୁରାଟ ବିଧାନସଭା ନିର୍ବାଚନ ଜନାଦେଶ ପ୍ରକାଶ ପାଇଛି । ଏଥିରେ ସରକାର ଗଠନ କରିବାକୁ ଦାବି କରିଆସୁଥିବା କେଜ୍ରିଓ୍ବାଲଙ୍କ ଆମ ଆଦମୀ ପାର୍ଟି ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ସମସ୍ତ ଆସନରେ ପ୍ରାର୍ଥୀ ଦେଇଥିବା ଆପ ମାତ୍ର 5ଟି ଆସନରେ ଜିତିବାରେ ସଫଳ ହୋଇଛି । ଏହି ବିଧାୟକଙ୍କ ସ୍ଥାୟୀତ୍ବ ନେଇ ମଧ୍ୟ ବିଭିନ୍ନ ସମୟରେ ଭିନ୍ନଭିନ୍ନ ଚର୍ଚ୍ଚା ସୃଷ୍ଟି ହେଉଛି । ଏମାନେ ଭାରତୀୟ ଜନତା ପାର୍ଟିରେ ସାମିଲ ହେବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ବିଧାୟକ ଭୂପତଙ୍କୁ ନେଇ ଲାଗିରହିଥିବା ଚର୍ଚ୍ଚାକୁ ସେ ନିଜେ ଖଣ୍ଡନ କରିବା ସହ ବ୍ୟକ୍ତିଗତ କାମରେ ଗାନ୍ଧୀନଗର ଗସ୍ତ କରିଥିବା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.