ETV Bharat / bharat

କଂଗ୍ରେସ ୧୦ଜଣ CM ପ୍ରାର୍ଥୀ ଘୋଷଣା କଲେବି ସରକାର ଗଠନ କରିପାରିବନି: AAP

author img

By

Published : Feb 6, 2022, 10:56 AM IST

କଂଗ୍ରେସ ୧୦ଜଣ CM ପ୍ରାର୍ଥୀ ଘୋଷଣା କଲେବି ସରକାର ଗଠନ କରିପାରିବ ନାହିଁ: AAP
କଂଗ୍ରେସ ୧୦ଜଣ CM ପ୍ରାର୍ଥୀ ଘୋଷଣା କଲେବି ସରକାର ଗଠନ କରିପାରିବ ନାହିଁ: AAP

କିଏ ହେବ ପଞ୍ଜାବ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ? ଏହାକୁ ଦ୍ବନ୍ଦ ଉପୁଜିଥିବା ବେଳେ କଂଗ୍ରେସକୁ ଟାର୍ଗେଟ କଲେ ଆପ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ଅଧିକ ପଢନ୍ତୁ

ଚଣ୍ଡିଗଡ: ପଞ୍ଜାବ ବିଧାନସଭା ନିର୍ବାଚନ(Punjab polls 2022)କୁ ନେଇ ସରଗରମ ରାଜନୀତି ମଇଦାନ । ବିଧାନସଭା ଆସନକୁ ନେଇ କଂଗ୍ରେସ ପ୍ରର୍ଥୀଙ୍କ ନାମ ଘୋଷଣା କରିସାରିଥିବା ବେଳେ ଏପର୍ଯ୍ୟନ୍ତ କିଏ ହେବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସେନେଇ ନିଷ୍ପତ୍ତି ହୋଇପାରିନାହିଁ । ଫଳରେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଏହାରି ମଧ୍ୟରେ ପଞ୍ଜାବ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ଆମ ଆଦମୀ ପାର୍ଟି(Aam Aadmi Party )ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଥିବା ଭଗୱନ୍ତ ମାନ ।

ସେ କହିଛନ୍ତି ଯେ କଂଗ୍ରେସ ଯଦି ମୁଖ୍ୟମନ୍ତ୍ରୀ ପାଇଁ ଗୋଟିଏ ବଦଳରେ ଯଦି 10 ଟି ସିଏମ୍ ଚେହେରା ଘୋଷଣା କରେ, ତେବେ ମଧ୍ୟ ସେ ସରକାର ଗଠନ କରିପାରିବ ନାହିଁ। ତେବେ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିବାର କାରଣ କଣ ? ଚଳିତ ନିର୍ବାଚନରେ ଆମ ଆଦମୀ ପାର୍ଟି ସରକାର ଗଠନ କରିବାକୁ ଯାଉଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋ ପାର୍ଟି ମୋତେ ସିଏମ୍ ଚେହେରା କରିଛି ଏବଂ ଜନତା ଆମ ଉପରେ ବିଶ୍ବାସ କରୁଛନ୍ତି। ଯଦି ଏହା ଦେଖିବାକୁ ଚାହୁଁଛନ୍ତି ଆମର ସମାବେଶକୁ ଆସନ୍ତୁ । ତେବେ ନିଜର ସୁରକ୍ଷାକୁ ନେଇ ସେ କହିଛନ୍ତି ଯେ ମୋର ସୁରକ୍ଷାକୁ ବୃଦ୍ଧି କରିବାକୁ କୁହାଯାଇଥିଲା କିନ୍ତୁ ମୁଁ ଏହାକୁ ପ୍ରତ୍ୟାଖାନ କରିଛି । ସାଂସଦ ଭାବରେ ମୋର ସୁରକ୍ଷା ଯଥେଷ୍ଟ । ଯଦି ପଞ୍ଜାବର ଲୋକମାନେ ସୁରକ୍ଷିତ ନୁହଁନ୍ତି ଏବଂ ସମସ୍ତ ଧର୍ମର ଧାର୍ମିକ ପୁସ୍ତକ ସୁରକ୍ଷିତ ନୁହେଁ, ତେବେ ମୋର ସୁରକ୍ଷା କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି କହିଛନ୍ତି ଭଗୱନ୍ତ ମାନ ।

ପଞ୍ଜାବ କଂଗ୍ରେସରେ ଚଳିତ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଓ ପ୍ରଦେଶ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ମୁଖ୍ୟମନ୍ତ୍ରୀ ଆଶାୟୀ ପ୍ରାର୍ଥୀ ତାଲିକାର ଦୌଡରେ ସବୁଠୁ ଆଗରେ ରହିଛନ୍ତି । କିନ୍ତୁ କିଏ ହେବ ମୁଖ୍ୟମନ୍ତ୍ରୀ ପ୍ରର୍ଥୀ ସେନେଇ ଦ୍ବନ୍ଦ ସୃଷ୍ଟି ହୋଇଥିବା ବେଳେ ଆଜି ଏହି ଚର୍ଚ୍ଚା ଓ ଦ୍ବନ୍ଦର ଅବସାନ ଘଟିପାରେ । ଦଳର କେନ୍ଦ୍ରୀୟ ନେତା ରାହୁଲ ଗାନ୍ଧୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଚୂଡାନ୍ତ ଘୋଷଣା କରିପାରନ୍ତି ବୋଲି ସୂତ୍ରରୁ ସୂଚନା ମିଳିଛି । ପଞ୍ଜାବରେ ଆସନ୍ତା ମାସ (ଫେବୃଆରୀ) ୨୦ ତାରିଖରେ ମାତ୍ର ଗୋଟିଏ ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି । ମାର୍ଚ୍ଚ ୧୦ ଫଳାଫଳ ପ୍ରକାଶ ପାଇବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.