ETV Bharat / bharat

ଅର୍ଡର କ୍ୟାନସଲ ପରେ ଯୁବତୀଙ୍କୁ ମାରି ରକ୍ତାକ୍ତ କଲା ଜୋମାଟୋ ବଏ

author img

By

Published : Mar 10, 2021, 11:07 PM IST

ଅର୍ଡର କ୍ୟାନ୍ସଲ ପରେ ମହିଳାଙ୍କୁ ମାରି ରକ୍ତାକ୍ତ କଲା ଜୋମାଟୋ ବଏ
ଅର୍ଡର କ୍ୟାନ୍ସଲ ପରେ ମହିଳାଙ୍କୁ ମାରି ରକ୍ତାକ୍ତ କଲା ଜୋମାଟୋ ବଏ

ଜୋମାଟୋ ଡେଲିଭରି ବଏଙ୍କ ନିନ୍ଦନୀୟ ଆଚରଣ । ଜଣେ ଗ୍ରାହକ ଖାଦ୍ୟ ଅର୍ଡର କ୍ୟାନସଲ କଲେ ବୋଲି ତାଙ୍କ ମୁହଁକୁ ମୁଥ ମାରି ଫଟାଇଦେଇଛନ୍ତି । ଆଉ ଏଭଳି ରକ୍ତାତ ଅବସ୍ଥାରେ ଭିଡିଓ କରି ସୋସିଆଲ ମିଡିଆରେ କହିଛନ୍ତି । ଅଧିକ ପଢନ୍ତୁ..

ବେଙ୍ଗାଲୁରୁ: ଅନଲାଇନ ଖାଦ୍ୟ ବିତରଣ କମ୍ପାନୀ ଜୋମାଟୋର ଡେଲିଭରି ବଏର ନିନ୍ଦନୀୟ ଆଚରଣ । ଖାଦ୍ୟ ଅର୍ଡରକୁ ବାତିଲ କରିବାରୁ ଆକ୍ରୋଶିତ ହୋଇ ଜଣେ ଯୁବତୀଙ୍କ ମୁହଁକୁ ମାଡ ମାରି ରକ୍ତାକ୍ତ କରିଦେଇଛନ୍ତି । କର୍ଣ୍ଣାଟକରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା ।

ସୂଚନା ଅନୁସାରେ ଜୋମାଟୋର ଡେଲିଭରି ବଏ ହିତେଶ ଇନ୍ଦ୍ରାଣୀ ନାମକ ଜଣେ ଯୁବତୀଙ୍କୁ ମାଡ ମାଡ ମାରିଥିବା ଅଭିଯୋଗ ଆସିଛି । ଏ ନେଇ ଡେଲିଭରି ବଏର ଚିହ୍ନଟ ହୋଇଛି ।

ଘଟଣାଟା ଥିଲା ଏହିଭଳି , ମଙ୍ଗଳବାର ଦିନ ଦ୍ବିପ୍ରହର ପ୍ରାୟ 3.30 ମିନିଟରେ ଇନ୍ଦ୍ରାଣୀ ଜୋମାଟୋରୁ ଖାଦ୍ୟ ଅର୍ଡର କରିଥିଲେ । ପ୍ରାୟ 1 ଘଣ୍ଟା ଯାଏଁ ତାଙ୍କ ଡେଲିଭରି ଆସିନଥିଲା । ଯାହା ଫଳରେ ସେ ନିଡ ଅର୍ଡର ବାତିଲ କରିଦେଲେ । ଆଉ ପରେ ଯେତେବେଳେ ଜୋମାଟୋ ଡେଲିଭରି ବଏ ମହିଳାଙ୍କ ଘର ବାହାରେ ପହଞ୍ଚିଥିଲେ , ସେଠାରେ ବିଳମ୍ବ ଡେଲିଭରି ନେଇ ସେମାନଙ୍କର ବଚସା ହୋଇଥିଲା । ଆଉ ପରେ ଅର୍ଡର ରଦ୍ଦ ହୋଇଥିବାରୁ ରାଗିଯାଇ ଡେଲିଭରି ବଏ ଜୋର ପାଟି କରି ଯୁବତୀଙ୍କୁ କହିଲା କି, ‘‘ ମୁଁ ତୁମ ଗୋଲାମ ନୁହେଁ, ଆଉ ତା ପରେ ସେ ତାଙ୍କ ମୁହଁକୁ ମୁଥ ମାରି ରକ୍ତାକ୍ତ କରିଦେଇଛି । ଏ ନେଇ ଯୁବତୀଜଣଙ୍କ ନିକତଟସ୍ଥ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ଏଥିସହ ପୀଡିତ ମହିଳା ପୂରା ଘଟଣାର ଭିଡିଓ କରି ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଛନ୍ତି ।

ଏପଟେ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ଡେଲିଭରି ବଏକୁ ଗିରଫ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.