ETV Bharat / bharat

ନିଆରା ବାହାଘର, କିନ୍ନରଙ୍କୁ ସାତ ଜନ୍ମର ସାଥି କଲେ ତେଲେଙ୍ଗାନା ଯୁବକ

author img

By

Published : Dec 17, 2022, 1:44 PM IST

young man love marriage with a transgender
କିନ୍ନରଙ୍କୁ ବିବାହ କଲେ ଯୁବକ

ତେଲେଙ୍ଗାନାର କରିମନଗର ଜିଲ୍ଲାରେ ନିଆରା ବାହାଘର । କିନ୍ନରଙ୍କୁ ବିବାହ କଲେ ଯୁବକ । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ପ୍ରେମ ଶାଶ୍ବତ, ଚିରନ୍ତନ । ପ୍ରେମ ମାନେନି ଧର୍ମ କିମ୍ବା ଲିଙ୍ଗ । କେତେବେଳେ କାହାକୁ ଓ କେଉଁ ପରିସ୍ଥିତିରେ ହୋଇଯାଏ ତାହା ଜାଣଇବା ମୁସ୍କିଲ । ମନ ସହ ମନର ମିଳନ ହିଁ ପ୍ରକୃତ ପ୍ରେମର ଅର୍ଥ । ଠିକ ଏହି ଭଳି ଏକ ନିଆରା ବିବାହ ଦେଖିବାକୁ ମିଳିଛି ତେଲେଙ୍ଗାନାର କରିମନଗର ଜିଲ୍ଲାର ଜମ୍ମିକୁନ୍ତାରେ । ଜଣେ କିନ୍ନରଙ୍କୁ ବିବାହ କରି ସାତ ଜନ୍ମର ସାଥି ହୋଇଛନ୍ତି ଯୁବକ ।

ଭିନାଭେଙ୍କା ଅଞ୍ଚଳର ସମ୍ପଥ ଓରଫ ଦିବ୍ୟା ଜଣେ କିନ୍ନର ଅଟନ୍ତି । କିଛି ଦିନ ହେବ ସେ ଜମ୍ମିକୁନ୍ତାରେ ରହିଆସୁଥିଲେ । ଏହି ସମୟରେ ଅର୍ଶଦ ନାମକ ଯୁବକଙ୍କ ସହ ତାଙ୍କର ଭେଟ ହୋଇଥିଲା । ଅର୍ଶଦ ବୃତ୍ତିରେ ଜଣେ କାର ଡ୍ରାଇଭର । ଦେଖା ସାକ୍ଷାତ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହାପରେ ଦିବ୍ୟାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ଅର୍ଶଦ । ମାତ୍ର ଦିବ୍ୟା ଏହି ପ୍ରସ୍ତାବରେ ଅରାଜି ଥିଲେ । ଏହାପରେ ଦିବ୍ୟା ଅସ୍ତ୍ରୋପଚାର କରି ନିଜ ଲିଙ୍ଗ ପରିବର୍ତ୍ତନ କରିଥିଲେ । ହିନ୍ଦୁ ପରମ୍ପରା ଅନୁଯାୟୀ ଅର୍ଶଦ ଦିବ୍ୟାଙ୍କ ମଥାରେ ସିନ୍ଦୂର ଦେଇ ସାତ ଜନ୍ମର ସାଥୀ ହୋଇଛନ୍ତି ଏବଂ ନୂତନ ଜୀବନ ଆରମ୍ଭ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.