ETV Bharat / bharat

ପ୍ରେମ କଲା କିମିଆ, ଦଶମ ଶ୍ରେଣୀ ଛାତ୍ର ସହ ଶିକ୍ଷୟିତ୍ରୀ ଫେରାର

author img

By

Published : Mar 5, 2023, 9:01 AM IST

ଛାତ୍ରଙ୍କ ପ୍ରେମରେ ପଡିଲେ ଶିକ୍ଷୟିତ୍ରୀ
ଛାତ୍ରଙ୍କ ପ୍ରେମରେ ପଡିଲେ ଶିକ୍ଷୟିତ୍ରୀ

ଦଶମ ଶ୍ରେଣୀଙ୍କ ଛାତ୍ରଙ୍କ ପ୍ରେମରେ ପଡି ଫେରାର ହେଲେ ଶିକ୍ଷୟିତ୍ରୀ । ହାଇଦ୍ରାବାଦର ଏକ ଘରୋଇ ସ୍କୁଲରେ ଘଟିଛି ଘଟଣା । ଅଧିକ ପଢନ୍ତୁ

ହାଇଦ୍ରାବାଦ: ବେଳେ ବେଳେ କିଛି ବିରଳ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ହୁଏ । କିଛି ପ୍ରେମ ସମ୍ପର୍କ ଏମିତି ଥାଏ ଯାହାକୁ ସାମାଜିକ ବ୍ୟବସ୍ଥାରେ ଅତି ସହଜରେ ଗ୍ରହଣ ମଧ୍ୟ କରାଯାଇପାରେ ନାହିଁ । ପ୍ରେମୀଯୁଗଳଙ୍କୁ ତୀବ୍ର ସମାଲୋଚିତ ହେବାକୁ ପଡେ । ଏମିତି ଏକ ବିରଳ ପ୍ରେମ କାହାଣୀ ହାଇଦ୍ରାବାଦରେ ଦେଖବାକୁ ମିଳିଛି । ସେ ପୁଣି ଅନ୍ୟତ୍ର କେଉଁଠି ନୁହେଁ ବଂର ସ୍କୁଲରେ ଓ ପିଲାଙ୍କ ମଧ୍ୟରେ ନୁହେଁ, ଜଣେ ଶିକ୍ଷୟିତ୍ରୀ ଓ ଜଣେ ୧୦ମ ଶ୍ରେଣୀ ଛାତ୍ରଙ୍କ ମଧ୍ୟରେ ।

ହାଇଦ୍ରାବାଦର ଗଚ୍ଚିବାଉଲି ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲରେ ପାଠ ପଢାଉଥିବା ଜଣେ ୨୬ ବର୍ଷୀୟା ଶିକ୍ଷୟତ୍ରୀ ଉକ୍ତ ବିଦ୍ୟାଳୟର ଜଣେ ୧୦ମ ଶ୍ରେଣୀର ଛାତ୍ରର ପ୍ରେମରେ ପଡିଛନ୍ତି । କେବଳ ପ୍ରେମ ନୁହେଁ ଉଭୟ କେଉଁଆଡେ ଫେରାର ମଧ୍ୟ ହୋଇଯାଇଥିବା ଅଭିଯୋଗ ଆସିଛି । ନିକଟରେ ଉଭୟ ଶିକ୍ଷୟିତ୍ରୀ ଓ ସମ୍ପୃକ୍ତ ଛାତ୍ର ନିଖୋଜ ହୋଇଯାଇଥିବା ନେଇ ଉଭୟଙ୍କ ପରିବାର ଥାନାରେ ଭିନ୍ନ ଭିନ୍ନ ଏତଲା ଦେଇଥିଲେ । ପରେ ଉଭୟ ଫେରି ଆସିଥିବା ମଧ୍ୟ ଜଣାପଡିଥିଲା । ଅଭିଯୋଗ ଆଧାରରେ ପୋଲିସ ଉଭୟ ଶିକ୍ଷୟିତ୍ରୀ ଓ ଛାତ୍ରଙ୍କୁ ଡାକି କାଉନସିଲିଂ କରିବା ପରେ ଘଟଣାର ପର୍ଦ୍ଦାଫାସ ହୋଇଛି ।

ସ୍ଥାନୀୟ ତଥା ପୋଲିସର ସୂଚନାନୁସାରେ ଚନ୍ଦନଗରରେ ରହୁଥିବା 26 ବର୍ଷୀୟା ଜଣେ ଶିକ୍ଷୟିତ୍ରୀ ଏକ ଘରୋଇ ବିଦ୍ୟାଳୟରେ କାର୍ଯ୍ୟ କରୁଛନ୍ତି । ଉକ୍ତ ସ୍କୁଲରେ ଜଣେ15 ବର୍ଷୀୟ ଛାତ୍ର ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି । ଉଭୟ ଶିକ୍ଷୟିତ୍ରୀ ଓ ଛାତ୍ର ପରିବାର ସଦସ୍ୟଙ୍କୁ ନଜଣାଇ ଏକତ୍ର କେଉଁଆଡେ ଚାଲିଯାଇଥିଲେ । ସେମାନଙ୍କୁ ଖୋଜାଖୋଜି କରି ନପାଇ ମାମଲା ଥାନାରେ ପହଞ୍ଚିଥିଲା ହେଲେ ଉଭୟ ପୁଣି ଫେରି ଆସିଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିବା ପରେ ସ୍ପଷ୍ଟ ହୋଇଥିଲା ।

ତେବେ ୨୬ ବର୍ଷୀୟା ଶିକ୍ଷୟିତ୍ରୀଜଣଙ୍କର ବିବାହ ପରିବାର ସଦସ୍ୟ ଅନ୍ୟତ୍ର ଠିକ କରିଥିବା ବେଳେ ଉଭୟ ଏପରି କରିଛନ୍ତି । ସେ ବିବାହ କରିବାକୁ ଚାହୁଁଥିବା ବେଳେ ସମ୍ପୃକ୍ତ ନାବାଳକ ସହ ଫେରାର ହୋଇଯିବାକୁ ଯୋଜନା କରିଥିଲେ । ଯୋଜନା ମୁତାବକ ଉଭୟ ସ୍କୁଲରୁ ଫେରାର ହୋଇଯାଇଥିଲେ । ତେବେ କାଉନସିଲିଂରେ ଏକଥା ସ୍ପଷ୍ଟ ହେବା ପରେ ଉଭୟଙ୍କୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି । ସ୍କୁଲରେ ଜଣେ ଶିକ୍ଷୟିତ୍ରୀ ନିଜର ଜଣେ ନାବାଳକ ଛାତ୍ରଙ୍କ ପ୍ରେମରେ ପଡିବା ଓ ସ୍କୁଲରୁ ଫେରାର ହୋଇଯିବା ଘଟଣାକୁ ସହଜରେ ଗ୍ରହଣ କରାଯାଇନାହିଁ । ଶିକ୍ଷୟିତ୍ରୀଙ୍କ ତୀବ୍ର ସାମାଲୋଚନା ଶିକାର ହେବାକୁ ପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.