ETV Bharat / bharat

ମହଙ୍ଗା ପଡିଲା ଭାରତରେ ରହି ପାକିସ୍ତାନ ସ୍ବାଧୀନତା ଦିବସ ପାଳନ, ଯୁବକ ଗିରଫ

author img

By

Published : Aug 16, 2023, 9:55 PM IST

ପାକିସ୍ତାନର ସ୍ବାଧୀନତା ଦିବସ ପାଳନ କରିବା ପଡିଲା ଭାରି
ପାକିସ୍ତାନର ସ୍ବାଧୀନତା ଦିବସ ପାଳନ କରିବା ପଡିଲା ଭାରି

ପାକିସ୍ତାନର ଆଜାଦୀ ଉତ୍ସବ ପାଳନ କରି ଗିରଫ ଯୁବକ । ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ପରେ ଯୁବକକୁ ଗିରଫ କଲା ପୋଲିସ । ଅଧିକ ପଢ଼ନ୍ତୁ

ଲକ୍ଷ୍ନୌ: 77ତମ ସ୍ବାଧୀନତା ଦିବସ ପାଇଁ ସାରା ଭାରତ ଉତ୍ସବ ମୁଖର ଥିବା ବେଳେ ଜଣେ ଯୁବକ ପାକିସ୍ତାନର ଆଜାଦୀ ଉତ୍ସବ ପାଳନ କରି ଗିରଫ ହୋଇଛନ୍ତି। ତେବେ ସୋସିଆଲ ମିଡ଼ିଆରେ ପାକିସ୍ତାନର ଆଜାଦୀ ଉତ୍ସବ ପାଳନର ଭିଡ଼ିଓ ଭାଇରାଲର ଗୁରୁତର ଅଭିଯୋଗ ହେବା ପରେ ପୋଲିସ ଯୁବକଙ୍କୁ ଗିରଫ କରିଛି । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ। ଯେଉଁଠାରେ ଭାରତରେ ରହି ଜଣେ ଯୁବକ ପାକିସ୍ତାନର ସ୍ବାଧୀନତା ଦିବସକୁ ପଳନ କରିବା ଭଳି ଜଘନ୍ୟ ଅପରାଧ କରିଛନ୍ତି।

ପୋଲିସର ସୂଚନା ମୁତାବକ, ଲକ୍ଷ୍ନୌର ବକ୍ସି ତାଲାବ ଅଞ୍ଚଳର ଇନ୍ଦୋରବାଗରେ ରହୁଥିବା ଜୁବୈର ଅହମ୍ମଦ ନାମକ ଯୁବକ ଜଣକ ରାସନ ଡିଲର ଭାବରେ କାର୍ଯ୍ୟ କରନ୍ତି। ତେବେ ଏହି ଯୁବକ ଜଣକ ପାକିସ୍ତାନର ସ୍ବାଧୀନତା ଦିବସ ପାଳନ କରି ଏହାର ଭିଡ଼ିଓକୁ ସୋସିଆଲ ମିଡିଆରେ ସେୟାର କରିଥିଲେ। ଏହା ପରେ ଭିଡିଓଟି ଯୋରଦାର ଭାଇରାଲ ହେବାରେ ଲାଗିଥିଲା। ତେବେ ସ୍ଥାନୀୟ ଲୋକମାନେ ଏହି ଭିଡିଓ ଦେଖିବା ପରେ ଏନେଇ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଯୁବକକୁ ଗିରଫ କରିଛି । ଏହାସହ ଯୁବକଙ୍କ ମୋବାଇଲକୁ ମଧ୍ୟ ଜବତ କରିଛି । ଏହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଯୁବକକୁ ଜେଲ୍‌କୁ ପଠାଇଛି।

ଏହା ମଧ୍ୟ ପଢ଼ନ୍ତୁ.....ତାଳବଣିଆ ଇଣ୍ଡୋର ଷ୍ଟାଡିୟମରୁ ନକଲି ଯବାନ ଠାବ: ଚିହ୍ନିଲେ ସାମ୍ବାଦିକ, କାବୁ କଲା ପୋଲିସ

ତେବେ ଇନ୍ଦୋରବାଗରେ ରହୁଥିବା ରୁରାଲ୍‌ ଇନିସ୍‌ପେକ୍ଟର ସିଂ କହିଛନ୍ତି, "ସୋସିଆଲ ମିଡିଆରେ ପାକିସ୍ତାନର ସ୍ବାଧୀନତା ଦିବସ ପାଳନର ଏକ ଭିଡିଓକୁ ଜଣେ ଯୁବକ ଷ୍ଟାଟସ୍‌ରେ ରଖିଥିବାର ସୂଚନା ମିଳିଥିଲା । ତେବେ ହିନ୍ଦୁସ୍ତାନରେ ରହି ସରକାରୀ କୋଟା ବ୍ୟବହାର କରିବା ପାରେ ମଧ୍ୟ ଏଭଳି ପ୍ରକାରର ଷ୍ଟାଟସ୍‌ ଲଗାଇବା ଅପରାଧ ଅଟେ ।"

ସେହିପରି ବିକେଟି ଏସିପି ଧର୍ମେନ୍ଦ୍ର ରଘୁବଂଶି କହିଛନ୍ତି, "ଜୁବେର ଅହମ୍ମଦ ନାମକ ଜଣେ ଯୁବକ ଦ୍ବାରା ପାକିସ୍ତାନର ସ୍ବାଧାନତା ଦିବସ ପାଳନ କରିବାର ଏକ ଭିଡ଼ିଓ ନିଜ ମୋବାଇଲରେ ଷ୍ଟାଟସ୍‌ରେ ରଖିଥିଲେ। ଏହାକୁ ନେଇ ଲୋକମାନେ ପୋଲିସରେ ଅଭିଯୋଗ କରିଥିଲେ । ଏହାପରେ ବ୍ୟକ୍ତି ଜଣଙ୍କର ମୋବାଇଲ ଷ୍ଟାଟସ୍‌ ଏବଂ କଲ୍‌ ଡିଟେଲକୁ ଯାଞ୍ଚ କରାଯାଇଥିଲା ।" ତେବେ ପୋଲିସ ଯୁବକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଗିରଫ କରିବା ସହ ଏନେଇ ଅଧିକ ତନାଘନା ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.