ETV Bharat / bharat

Hate Speech: ବିବାଦରେ ବିଜେପି ସାଂସଦ ପ୍ରଜ୍ଞା ସିଂ ଠାକୁର

author img

By

Published : Dec 28, 2022, 9:33 PM IST

Shivamogga speech: ବିଜେପି ସାସଂଦ ପ୍ରଜ୍ଞା ଠାକୁରଙ୍କ ବିରୋଧରେ ଏତଲା
Shivamogga speech: ବିଜେପି ସାସଂଦ ପ୍ରଜ୍ଞା ଠାକୁରଙ୍କ ବିରୋଧରେ ଏତଲା

ବିଜେପି ସାଂସଦ ପ୍ରଜ୍ଞା ସିଂ ଠାକୁରଙ୍କ ବିରୋଧରେ ହେଟସ୍ପିଚ ଅଭିଯୋଗ (complaint against Pragya Thakur)। କାର୍ଯ୍ୟାନୁଷ୍ଠାନ ଦାବିରେ ପୋଲିସକୁ ଟ୍ବିଟ କଲେ କର୍ଣ୍ଣାଟକର ଜୈନିକ ବ୍ୟକ୍ତି । ଶିଭମୋଗାରେ ଏକ କାର୍ଯ୍ୟକ୍ରମରେ ସାଂସଦ ସଂଖ୍ୟାଲଘୁଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ । ଅଧିକ ପଢନ୍ତୁ

Hate speech: ବିବାଦରେ ବିଜେପି ସାସଂଦ ପ୍ରଜ୍ଞା ସିଂ ଠାକୁର

ହାଇଦ୍ରାବାଦ: ଉତ୍ତେଜିତ ଭାଷଣ ଦେଇ ବିବାଦରେ ଭାରତୀୟ ଜନତା ପାର୍ଟିର ଫାୟାର ବ୍ରାଣ୍ତ ନେତ୍ରୀ ତଥା ବିବାଦୀୟ ସାଂସଦ ପ୍ରଜ୍ଞା ସିଂ ଠାକୁର । କର୍ଣ୍ଣାଟକ ଶିଭମୋଗାରେ ଏକ କାର୍ଯ୍ୟକ୍ରମରେ ଅଭିଭାଷଣ ଦେବା ବେଳେ ସେ ଘୃଣା ସୃଷ୍ଟିକାରୀ ଭାଷଣ ବା ହେଟସ୍ପିଚ୍ ଦେଇଥିବା ଅଭିଯୋଗ ହୋଇଛି (complaint against Pragya Thakur)। ଏନେଇ ସ୍ଥାନୀୟ ତେହେସିନ ପୁନାଓ୍ବାଲା ନାମକ ଜଣେ ବ୍ୟକ୍ତି ପ୍ରଜ୍ଞାଙ୍କ ବିରୋଧରେ ପୋଲିସକୁ ଟ୍ବିଟ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏକ ହିନ୍ଦୁ ଅନୁ୍ଷ୍ଠାନ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ସାମିଲ ହୋଇଥିଲେ ସାଂସଦ ପ୍ରଜ୍ଞା ସିଂ ଠାକୁର ।

ଅଭିଯୋଗକାରୀ ତେହେସିନ ପୁନାଓ୍ବାଲା ନିଜ ଟ୍ବିଟରେ ଦର୍ଶାଇଛନ୍ତି, ସାଂସଦ ପ୍ରଜ୍ଞା ଠାକୁର ନିଜ ସମ୍ବୋଧନରେ ସଂଖ୍ୟାଲଘୁ ସମ୍ପ୍ରଦାୟ ବିରୋଧରେ ଅତ୍ୟନ୍ତ ନିନ୍ଦନୀୟ ତଥା ଅପମାନଜନକ ମନ୍ତବ୍ୟ ଦେଇଛନ୍ତି । ତେବେ ସେ ଏହି ମାମଲାରେ ପୋଲିସରେ ଟ୍ବିଟ ଜରିଆରେ ଅଭିଯୋଗ କରିବା ପରେ ସ୍ଥାନୀୟ ପୋଲିସ ଅଧୀକ୍ଷକ ଅଭିଯୋଗ ଗ୍ରହଣ କରିଛନ୍ତି ବୋଲି ଅଭିଯୋଗକାରୀ ପୁନାଓ୍ବାଲା କହିଥିଲେ । ସେହିପରି ସାଂସଦ ପ୍ରଜ୍ଞାଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ ଓ ଫଳାଫଳ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବା ନେଇ ଏସପି ତାଙ୍କୁ ଆଶ୍ବାସନା ଦେଇଥିବା ମଧ୍ୟ ସେ ସୂଚନା ଦେଇଥିଲେ ।

ତେବେ ଭାଷଣକୁ ନେଇ ବିବାଦ ଓ ଅଭିଯୋଗ ହେବା ପରେ ସ୍ଥାନୀୟ ଏସ.ପି ମିଥୁନ କୁମାର କହିଛନ୍ତି, ସାସଂଦଙ୍କ ବିରୋଧରେ କୌଣସି ଏତଲା ଦାଏର ହୋଇନାହିଁ । ଭାଷଣକୁ ନେଇ ଜଣେ ସ୍ଥାନୀୟ ବ୍ୟକ୍ତି ଟ୍ବିଟର ଯୋଗେ ପୋଲିସର ଦୃଷ୍ଟି ଆକର୍ଷଣ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ତେବେ ଏପରି ଅଭିଯୋଗ କରିଥିବା ବ୍ୟକ୍ତିଙ୍କର ଟ୍ବିଟର ହ୍ୟାଣ୍ଡେଲକୁ ଯାଞ୍ଚ କରାଯାଉଛି ଓ ତାଙ୍କୁ ଥାନାରେ ପହଞ୍ଚି ପ୍ରତ୍ୟେକ୍ଷ ଅଭିଯୋଗ କରିବା ପାଇଁ ମଧ୍ୟ କୁହାଯାଇଥିବା ଏସ.ପି ସୂଚନା ଦେଇଛନ୍ତି ।

ବିଜେପିର ବିବାଦୀୟ ନେତ୍ରୀ ତଥା ମଧ୍ୟ ପ୍ରଦେଶ ରାଜଧାନୀ ଭୋପାଳରୁ ସାଂସଦ ଥିବା ପ୍ରଜ୍ଞା ସିଂ ଠାକୁର କର୍ଣ୍ଣାଟକର ଶିବମୋଗାରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସମ୍ବୋଧନ ରଖିଥିଲେ । ନିଜ ସମ୍ବୋଧନରେ ପ୍ରଜ୍ଞା କହିଥିଲେ, ଦେଶରେ ହିନ୍ଦୁମାନେ ସେମାନଙ୍କ ମର୍ଯ୍ୟାଦା ଉପରେ ହେଉଥିବା ଆକ୍ରମଣର ଜବାବ ଦେବା ଉଚିତ । କର୍ଣ୍ଣାଟକରେ ହିନ୍ଦୁ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା ପ୍ରସଙ୍ଗରେ ସେ ଏହି ମନ୍ତବ୍ୟ ରଖିଥିଲେ । ପ୍ରତ୍ୟେକ ହିନ୍ଦୁଙ୍କର ଆତ୍ମରକ୍ଷା କୌଶଳ ଅବଲମ୍ବନ କରିବା ସହ ଓ ଘରେ ଅସ୍ତ୍ରଶସ୍ତ୍ର ରଖିବା ଉଚିତ ବୋଲି ମଧ୍ୟ ପ୍ରଜ୍ଞା କହିଥିବା ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.