ETV Bharat / bharat

Rajasthan: ଅଧା କିମି ଘୋଷାଡି ନେଲା କାର ଡ୍ରାଇଭର, ହୋମଗାର୍ଡ ଗୁରୁତର

author img

By ETV Bharat Odisha Team

Published : Sep 26, 2023, 10:37 PM IST

ଟ୍ରାଫିକ୍‌ ହୋମଗାର୍ଡଙ୍କୁ ଅଧା କି.ମି ଘୋଷାଡି ନେଲା ନିୟମ ଉଲ୍ଲଙ୍ଘନକାରୀ କାର ଡ୍ରାଇଭର । ହୋମଗାର୍ଡ ହସ୍ପିଟାଲରେ ଭର୍ତ୍ତି । କାରକୁ ଖୋଜୁଛି ପୋଲିସ । ଅଧିକ ପଢନ୍ତୁ

Rajasthan: 5 ଶହ ମିଟର ଘୋଷାଡିନେଲା କାର ଡ୍ରାଇଭର, ହୋମଗାର୍ଡ ଗୁରୁତର
Rajasthan: 5 ଶହ ମିଟର ଘୋଷାଡିନେଲା କାର ଡ୍ରାଇଭର, ହୋମଗାର୍ଡ ଗୁରୁତର

ଜୟପୁର: ରାଜସ୍ଥାନର ଯୋଧପୁର ସହରରେ ଜଣେ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀ କାର ଡ୍ରାଇଭର ଦାୟିତ୍ବରେ ଥିବା ହୋମଗାର୍ଡଙ୍କୁ କାର ବନେଟରେ ଘୋଷାଡି ନେଇଛି । ପ୍ରାୟ 5ଶହ ମିଟର ପର୍ଯ୍ୟନ୍ତ ପୋଲିସ କର୍ମୀଜଣଙ୍କୁ କାର ଡ୍ରାଇଭର ଘୋଷାଡି ନେଇ ବ୍ରେକ ଲଗାଇଥିଲା । ପୋଲିସ କର୍ମୀ କାର ବନେଟରୁ ଖସିପଡିଥିଲେ । ତାଙ୍କ ଅଣ୍ଟା ଓ ଛାତିରେ ଆଘାତ ଲାଗିଛି । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି (ସୋମବାର) ରାତିରେ ଏହି ଅଘଟଣ ଘଟିଛି । କାର ସହ ଡ୍ରାଇଭର ଫେରାର ହୋଇଯାଇଛି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ନିକଟରେ ଲାଗିଥିବା ସିସିଟିଭି ମାଧ୍ୟମରେ କାରକୁ ଚିହ୍ନଟ କରାଯିବାକୁ ପ୍ରୟାସ କରାଯାଉଛି ।

ମିଳିଥିବା ସୂଚନା ଅନୁସାରେ, ଗତକାଲି (ସୋମବାର) ରାତିରେ ଯୋଧପୁର ସହରର ମେଡିକାଲ କଲେଜ ଛକରେ ରେଡ୍ ସିଗନାଲ୍ କ୍ରସ କରି ଏକ କାର ଆଗକୁ ବଢିଥିଲା । ସେଠାରେ ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ବରେ ଥିବା ପ୍ରତାପ ନାମକ ଜଣେ ହୋମଗାର୍ଡ ଓ ତାଙ୍କ ସହକର୍ମୀ କନେଷ୍ଟବଳ ଏହି କାରକୁ ରୋକିବାକୁ ପ୍ରୟାସ କରିଥିଲେ । ଏହି ସମୟରେ ଏହି ଧଳା ରଙ୍ଗର ଅଲ୍ଟୋ କାରଟି ଉଭୟଙ୍କୁ ଧକ୍କା ଦେଇ ଖସି ପଳାଇବାକୁ ପ୍ରୟାସ କରିଥିଲା । କନେଷ୍ଟବଳ ଜଣକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ହୋମଗାର୍ଡ ପ୍ରତାପ କାରର ବନେଟର (ଅଗ୍ରଭାଗ) ରେ ଲାଖି ଯାଇଥିଲେ । ପ୍ରାୟ 5ଶହ ମିଟର କାର ଡ୍ରାଇଭର ତାଙ୍କୁ ଘୋଷାଡି ନେବା ପରେ ବ୍ରେକ ମାରିଥିଲା । ପ୍ରତାପ ଗାଡି ବନେଟରୁ ରାସ୍ତାକୁ ଖସି ପଡିଥିଲେ । କାରଟି ଦୃତଗତିରେ ଫେରାର ହୋଇଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:- ବୁଲେଟ ଚଢି ହେଲିପ୍ୟାଡରେ ପହଞ୍ଚିଲେ ହରିୟାଣା ମୁଖ୍ୟମନ୍ତ୍ରୀ

ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏବେ ତାଙ୍କ ଅବସ୍ଥା ଗୁରୁତର ରହିଛି । ଅଣ୍ଟା, ଛାତି ଓ ଶରୀରର ଅନ୍ୟ ସ୍ଥାନରେ ଆଘାତ ଲାଗିଛି । ପୋଲିସ ସମ୍ପୃକ୍ତ କାର ଚାଳକଙ୍କ ବିରୋଧରେ ସରକାରୀ କାର୍ଯ୍ୟରେ ବାଧା ଦେବା, ଟ୍ରାଫିକ ନିୟମ ଭାଙ୍ଗିବା, ସରକାରୀ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ କରିବା, ସର୍ବସାଧାରଣ ସ୍ଥାନରେ ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି କରିବା ପରି ଏକାଧିକ ଦଫାରେ ମାମଲା ରୁଜୁ କରିଛି । ଗାଡିଟି ଧଳା ରଙ୍ଗର ଅଲ୍ଟୋ କାର ଥିଲା ବୋଲି ପ୍ରାଥମିକ ଭାବେ ଦାୟିତ୍ବରେ ଥିବା ପୋଲିସ କର୍ମଚାରୀ କହିଛନ୍ତି । ନିକଟରେ ଲାଗିଥିବା ସିସିଟିଭି ଫୁଟେଜ ସଂଗ୍ରହ କରି ତଦନ୍ତ କରାଯାଉଛି । କାରକୁ ଚିହ୍ନଟ କରି ଠାବ କରିବାକୁ ପୋଲିସ ପରିବହନ ବିଭାଗର ସାହାଯ୍ୟ ନେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.