ETV Bharat / bharat

ସୀମା ଟପିଲା ପାଶବିକତା: ୮୫ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ ପରେ ବ୍ଲେଡରେ ଓଠ କାଟିଲା ଅଭିଯୁକ୍ତ

author img

By ETV Bharat Odisha Team

Published : Sep 2, 2023, 10:15 AM IST

ରାଜଧାନୀରେ ଲଜ୍ଜା । ୮୫ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ । ଦୁଷ୍କର୍ମ ପରେ ବ୍ଲେଡରେ ପୀଡିତାଙ୍କ ଓଠ କାଟିଲା ଅଭିଯୁକ୍ତ । ଅଧିକ ପଢନ୍ତୁ

ଦିଲ୍ଲୀରେ ବୃଦ୍ଧାଙ୍କୁ ଦୁଷ୍କର୍ମ
ଦିଲ୍ଲୀରେ ବୃଦ୍ଧାଙ୍କୁ ଦୁଷ୍କର୍ମ

ନୂଆଦିଲ୍ଲୀ: ରାଜଧାନୀରେ ସୀମା ଡେଇଁଲା ପାଶବିକତା । ଯୌନ ଲାଳସା ପୁରା କରିବାକୁ ୮୫ ବର୍ଷୀୟା ବୃଦ୍ଧାଙ୍କୁ ବି ଛାଡିଲାନି କାମାନ୍ଧ ମଣିଷ । ଦିଲ୍ଲୀରେ ଜଣେ ୮୫ ବର୍ଷୀୟା ବୃଦ୍ଧ ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି । ଜଣେ ୨୮ ବର୍ଷୀୟ ଯୁବକ ଏହି ପାଶବିକ କାଣ୍ଡ ଭିଆଇଛି । ସେ ବୃଦ୍ଧାଙ୍କୁ ଦୁଷ୍କର୍ମ କରିବା ସହିତ ବ୍ଲେଡରେ ତାଙ୍କର ଓଠ କାଟି ଦେଇଥିବାର ମଧ୍ୟ ଜଣାପଡିଛି । ଏନେଇ ଦିଲ୍ଲୀ ମହିଳା କମିଶନର ସିଟି ପୋଲିସକୁ ଏକ ନୋଟିସ୍ ଜାରି କରିବା ପରେ ଅଭିଯୁକ୍ତକୁ ଗିରଫ କରାଯାଇଛି ।

ସୂଚନା ଅନୁଯାୟୀ, ଦିଲ୍ଲୀର ଶକୁରପୁର ଅଞ୍ଚଳରେ ଘଟଣା ଘଟିଛି । ୮୫ ବର୍ଷୀୟା ପୀଡିତା ବୃଦ୍ଧା ଗୋଟିଏ ବସ୍ତିରେ ଏକାକୀ ରହୁଥିଲେ । ଗତକାଲି(ଶୁକ୍ରବାର) ଭୋର୍ ୪ଟା ବେଳେ ବୃଦ୍ଧା ଶୋଇଥିବା ସମୟରେ ଅଭିଯୁକ୍ତ ଯୁବକ ତାଙ୍କ ଘର ଭିତରେ ପଶି ଦୁଷ୍କର୍ମ କରିଥିଲା । ଏତିକିରେ ତା'ର ବର୍ବରତା ସରିନଥିଲା । ଅଭିଯୁକ୍ତ ଦୁଷ୍କର୍ମ କରିବା ସହିତ ବୃଦ୍ଧାଙ୍କ ମୁହଁକୁ ମୁଥା ମାରିଥିଲା ଏବଂ ବ୍ଲେଡରେ ଓଠକୁ କାଟି ଦେଇଥିଲା । ଏହାପରେ ତାଙ୍କର ତଣ୍ଟି ଚିପି ଦେଇଥିଲା । ଏଥିରେ ପୀଡିତାଙ୍କ ଗୁପ୍ତାଙ୍ଗ ସହ ସାରା ଶରୀରରେ ଗଭୀର ଆଘାତ ଲାଗିଥିବା ପୋଲିସ ଜଣାଇଛି ।

ଏହାମଧ୍ୟ ପଢନ୍ତୁ: ସୀମା ଟପୁଛି ପାଶବିକତା, ଲିପ୍ଟ ଦେବା ବାହାନାରେ 80 ବର୍ଷୀୟ ବୃଦ୍ଧାଙ୍କୁ ଦୁଷ୍କର୍ମ

ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତି ମାଲିୱଲ Xରେ ପୋଷ୍ଟ କରିଛନ୍ତି ଯେ, ଆଜି ଦିଲ୍ଲୀରେ ମାନବିକତା ମରିଯାଇଛି । ଶକୁରପୁର ଅଞ୍ଚଳରେ ସକାଳ ୪ଟା ବେଳେ ଜଣେ ୮୫ ବର୍ଷୀୟା ବୃଦ୍ଧାଙ୍କ ଘରେ ପଶି ତାଙ୍କୁ ଦୁଷ୍କର୍ମ କରାଯାଇଛି । ପୀଡିତାଙ୍କୁ ଭେଟି ତାଙ୍କର କ୍ଷତ ଦେଖିବା ପରେ ମୋ ଛାତି ଥରିଗଲା । ୮ ମାସର ଶିଶୁ ହେଉକି ୮୫ ବର୍ଷୀୟା ବୃଦ୍ଧା ମାଆ, ସମସ୍ତେ ପାଶବିକତାର ଶିକାର ହେଉଛନ୍ତି । କେହି ସୁରକ୍ଷିତ ନାହାନ୍ତି । ତେବେ ଘଟଣାରେ ଦିଲ୍ଲୀ ପୋଲିସ ୨୮ ବର୍ଷୀୟ ଅଭିଯୁକ୍ତକୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

ପ୍ରକାଶ ଥାଉକି, ପ୍ରକାଶ ଥାଉକି, ନିକଟରେ ଓଡ଼ିଶାର କେନ୍ଦ୍ରପଡା ଜିଲ୍ଲାରୁ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସିଥିଲା । ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କୁ ଲିଫ୍ଟ ଦେବା ବାହାନାରେ ଡାକି ନେଇ ଦୁଷ୍କର୍ମ କରାଯାଇଥିଲା । ବୃଦ୍ଧା ଜଣକ ରଜରେ ନିଜ ଝିଅ ଘରକୁ ଫଳମୂଳ ପିଠାପଣା ନେଇ ଯାଉଥିବା ବେଳେ ବାଟରେ ଦୁଷ୍କର୍ମର ଶିକାର ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.