ETV Bharat / bharat

Gujarat second phase poll: 62% ଭୋଟିଂ ସହ 833 ପ୍ରାର୍ଥୀଙ୍କ ଭାଗ୍ୟ ସିଲ, 8ରେ ଜନାଦେଶ

author img

By

Published : Dec 5, 2022, 10:23 PM IST

Gujarat second phase poll: 62 ପ୍ରତିଶତ ଭୋଟିଂ ସହ 833 ପ୍ରାର୍ଥୀଙ୍କ ଭାଗ୍ୟ ସିଲ, 8 ରେ ଜନାଦେଶ
Gujarat second phase poll: 62 ପ୍ରତିଶତ ଭୋଟିଂ ସହ 833 ପ୍ରାର୍ଥୀଙ୍କ ଭାଗ୍ୟ ସିଲ, 8 ରେ ଜନାଦେଶ

62 ପ୍ରତିଶତ ଭୋଟିଂ ସହ ଶେଷ ହେଲା ଗୁଜୁରାଟ ନିର୍ବାଚନ (Gujarat second phase poll) । ଆଜି ଇଭିଏମରେ ସିଲ ହେଲା 833 ପ୍ରାର୍ଥୀଙ୍କ ଭାଗ୍ୟ । 8ରେ ଜନାଦେଶ । ଗଣମାଧ୍ୟମର ବୁଥ ବାହୁଡା ସର୍ଭେରେ ପୂର୍ବ ଠାରୁ ଅଧିକ ଆସନରେ କ୍ଷମତା ବଜାୟ ରଖିବ ବିଜେପି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆଜି ଦ୍ବିତୀୟ ତଥା ଅନ୍ତିମ ପର୍ୟ୍ୟାୟ ଭୋଟିଂ ସହ ଶେଷ ହୋଇଛି ବହୁଚର୍ଚ୍ଚିତ ଗୁଜୁରାଟ ନିର୍ବାଚନ । ଆଜି ଦ୍ବିତୀୟ ପର୍ଯ୍ୟାୟରେ ପ୍ରାୟ 62 ପ୍ରତିଶତ ଭୋଟିଂ ରେକର୍ଡ ହୋଇଛି (Gujarat second phase poll)। ସଂଧ୍ୟା 5.30 ରେ ଭୋଟିଂ ଶେଷ ହୋଇଥିଲା । ରାଜ୍ୟରେ ସେପରି କଛି ବଡ ଧରଣର ହିଂସା କିମ୍ବା ଉତ୍ତେଜନା ମଧ୍ୟ ନଜରକୁ ଆସିନାହିଁ । ସଂଧ୍ୟାରେ ଶେଷ ପର୍ଯ୍ୟାୟ ଭୋଟିଂ ସୁଦ୍ଧା ପ୍ରାୟ 62 ପ୍ରତିଶତ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି ।

ଜିଲ୍ଲାଓ୍ବାରୀ ଦେଖିବାକୁ ଗଲେ, ସାବରକାନ୍ତରେ ସର୍ବାଧିକ 68 ପ୍ରତିଶତ ଭୋଟିଂ ହୋଇଛି । ସେହିପରି ଦାହଡରେ 57 ପ୍ରତିଶତ, ବନାସକାଣ୍ଠାରେ ପ୍ରାୟ 66 ପ୍ରତିଶତ, ପାଟଣରେ ପ୍ରାୟ 61 ପ୍ରତିଶତ ମତଦାନ ହୋଇଛି । ମେହସାଣାରେ ପ୍ରାୟ 62 ପ୍ରତିଶତ, ଅରବାଲିରେ ପ୍ରାୟ 65 ପ୍ରତିଶତ ମତଦାନ ହୋଇଛି । ସେହିପରି ରାଜଧାନୀ ଗାନ୍ଧୀ ନଗରରେ ପ୍ରାୟ 63 ପ୍ରତିଶତ, ଅହମ୍ମଦାବାଦରେ ପ୍ରାୟ 55 ପ୍ରତିଶତ, ଆନନ୍ଦରେ ପ୍ରାୟ 64 ପ୍ରତିଶତ, ଖେଡାରେ ପ୍ରାୟ 64 ପ୍ରତିଶତ ମତଦାନ ରେକର୍ଡ ହୋଇଛି । ପଞ୍ଚମହଲରେ 64 ପ୍ରତିଶତ ମତଦାନ ସହ ଭଦୋଦରାରେ ପ୍ରାୟ 60 ପ୍ରତିଶତ ଓ ଛୋଟଉଦୟପୁରରେ ପ୍ରାୟ 65 ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି ।

ଏହି ପର୍ଯ୍ୟାୟରେ ଭାଜପା ଓ କଂଗ୍ରେସ ସମସ୍ତ 93 ଆସନରେ ନିର୍ବାଚନ ଲଢିଛନ୍ତି । କଂଗ୍ରେସ 90 ଆସନରେ ନିର୍ବାଚନ ଲଢୁଛି । ସେହିପରି ସମାମଜବାଦୀ ପାର୍ଟିରୁ 44, ସିପିଆଇ 4, BTP ରୁ 12, ସ୍ୱାଧୀନ ଭାବେ ମୋଟ 285 ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଛନ୍ତି । ସେହିପରି AIMIMରୁ 7 ଜଣ ଏବଂ 204 ଜଣ ଅନ୍ୟାନ୍ୟ ପାର୍ଟିରୁ ପ୍ରାର୍ଥୀ ରହିଥିଲେ । ସେହିପରି ପ୍ରମୁଖ ରାଜନୈତିକ ଦଳ ବ୍ୟତୀତ ଛୋଟ ତଥା ଆଞ୍ଚଳିକ ଦଳକୁ ମିଶାଇ ପ୍ରାୟ 60ଟି ରାଜନୈତିକ ଦଳ ପ୍ରତିଦ୍ବନ୍ଦ୍ବିତାରେ ଅଂଶଗ୍ରହଣ କରିଛନ୍ତି ।

ଡିସେମ୍ବର 1 ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିଲା । ସେଥିରେ 89 ଆସନରେ 788 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଥିଲେ ଜନତା । ୬୩.୩୧ ପ୍ରତିଶତ ମତଦାନ ହୋଇଥିଲା । ଆଜି ଦ୍ବିତୀୟ ପର୍ଯ୍ୟାୟରେ 14ଟି ଜିଲ୍ଲାର 93ଟି ଆସନ ପାଇଁ ଭୋଟ ହୋଇଥିଲା । ଏହି ପର୍ଯ୍ୟାୟରେ 833 ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ 2.5 କୋଟି ଭୋଟର ନିର୍ଦ୍ଧାରଣ କରିଛନ୍ତି । 8 ତାରିଖର ଜନାଦେଶ ପ୍ରକାଶ ପାଇବ ।ଗଣମାଧ୍ୟମର ବୁଥ ବାହୁଡା ସର୍ଭେରେ ପୂର୍ବ ଠାରୁ ଅଧିକ ଆସନରେ ଭାରତୀୟ ଜନତା ପାର୍ଟି କ୍ଷମତା ବଜାୟ ରଖିବା ନେଇ ପୂର୍ବାନୁମାନ ପ୍ରକାଶ ପାଇବା ପରେ ବିଜେପି ଶିବିରରେ ଉତ୍ସାହ ଦେଖାଯିବା ଆରମ୍ଭ ହୋଇଗଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.