ETV Bharat / bharat

ବିଚିତ୍ର ବିବାହ: ବେଦୀ ଏକ, ବର ଏକକୁ 3 କନିଆଁ

author img

By

Published : May 10, 2022, 7:21 AM IST

ଆଦିବାସୀ ଯୁବକଙ୍କ ସଫଳ ପ୍ରେମ କାହାଣୀ;ଗୋଟିଏ ବେଦିରେ ତିନି ପ୍ରେମିକାଙ୍କ ସହ ପଡିଲା ହାତଗଣ୍ଠି
ଆଦିବାସୀ ଯୁବକଙ୍କ ସଫଳ ପ୍ରେମ କାହାଣୀ;ଗୋଟିଏ ବେଦିରେ ତିନି ପ୍ରେମିକାଙ୍କ ସହ ପଡିଲା ହାତଗଣ୍ଠି

ଆଦିବାସୀ ବହୁ ଜିଲ୍ଲା ନାନପୁର ଗାଁରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି । ଗୋଟିଏ ମଣ୍ଡପରେ ଜଣେ ବର ଏକାସଙ୍ଗେ ତିନିଜଣ କନ୍ୟାଙ୍କୁ ବିବାହ କରିଛନ୍ତି । ଅଧିକ ପଢନ୍ତୁ

ଭୋପାଳ: ଆଦିବାସୀ ବହୁ ଜିଲ୍ଲା ନାନପୁର ଗାଁରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି । ଗୋଟିଏ ମଣ୍ଡପରେ ଜଣେ ବର ଏକାସଙ୍ଗେ ତିନିଜଣ କନ୍ୟାଙ୍କୁ ବିବାହ କରିଛନ୍ତି । ଏହି ନିଆରା ବିବାହ ନାନପୁର ଗାଁର ମୋରୀ ଫଲିଏରେ ହୋଇଛି । ବର ସମର୍ଥ, କନ୍ୟା ନାନ ବାଇ, ମେଲା ଓ ସକରୀଙ୍କୁ ଏକସଙ୍ଗେ ମଣ୍ଡପରେ ବିବାହ କରିଛନ୍ତି । ଏହି ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାକୁ ଦେଖିବାକୁ ବହୁ ସଂଖ୍ୟାରେ ଲୋକେ ପହଞ୍ଚିଥିଲେ । (alirajpur unique marriage)

15 ବର୍ଷ ପରେ ବିବାହ:

ବର ସମର୍ଥ ଭିନ୍ନ ଭିନ୍ନ ସମୟରେ ତିନିଜଣ ଯୁବତୀଙ୍କୁ ପ୍ରେମ କରିଥିଲେ । ଏବେ ଆଦିବାସୀ ରୀତିନୀତି ଅନୁଯାୟୀ ବିବାହ କରିଛନ୍ତି । ସୂଚନା ଅନୁଯାୟୀ,ସମର୍ଥ ମୌର୍ଯ୍ୟ (Samarth Maurya ) ନାମକ ଏହି ବ୍ୟକ୍ତି ତିନି ପ୍ରେମିକାଙ୍କୁ ପ୍ରେମ ଓ ପରେ ତିନିଜଣଙ୍କୁ ଭିନ୍ନ ଭିନ୍ନ ସମୟରେ ଘରୁ ଫେରାର କରି ସାଙ୍ଗରେ ନେଇଯାଇଥିଲେ । ହେଲେ ଅର୍ଥ ଅଭାବରୁ ବିବାହ କରିପାରୁ ନଥିଲେ । ଏବେ ସମସ୍ତଙ୍କୁ ବିବାହ କରିଛନ୍ତି । ସବୁଠୁ ଖାସ୍‌ କଥା ହେଉଛି, ତିନି ପ୍ରେମିକାଙ୍କ ଠାରୁ ସମର୍ଥଙ୍କର ଏବେ ୬ଟି ସନ୍ତାନ ରହିଛନ୍ତି । ଶେଷରେ ସବୁ ବାଧା ବିଘ୍ନକୁ କାଟି ସେ ସବୁଦିନ ପାଇଁ ତିନି ପ୍ରେମିକାକୁ ନିଜର ଜୀବନ ସାଥୀ କରିଛନ୍ତି (Groom Marries Three Brides in Alirajpur) । ବାଜା ବାଣ ରୋଷଣୀ ସହ ବିବାହ କରି ୩ ପ୍ରେମିକାଙ୍କୁ ଦେଇଛନ୍ତି ସ୍ତ୍ରୀର ମର୍ଯ୍ୟାଦା । ଆଦିବାସୀ ପରମ୍ପରା ଅନୁସାରେ ବର ସମର୍ଥଙ୍କ ସହ ତିନି ପ୍ରେମିକାଙ୍କ ହାତଗଣ୍ଠି ପଡିଛି ।

କ'ଣ କୁହେ ଆଦିବାସୀ ପରମ୍ପରା ?

ଆଦିବାସୀ ପରମ୍ପରାରେ ବିଶ୍ବାସ ରହିଛି ଯେ, ଯେ ପର୍ଯ୍ୟନ୍ତ ବୈଦିକ ରିତିନୀତି ଅନୁସାରେ ପୁଅ ଝିଅଙ୍କ ବିବାହ କାର୍ଯ୍ୟ ନ ହୋଇଛି, ସେ ପର୍ଯ୍ୟନ୍ତ ତାଙ୍କ ପରିବାର ଲୋକଙ୍କୁ କୈଣସି ମାଙ୍ଗଳିକ କାର୍ଯ୍ୟରେ ସାମିଲ ହେବାକୁ ଅନୁମତି ମିଳିନଥାଏ । ଏହାକୁ ଦୃଷ୍ଟିରେ ରଖି ସମର୍ଥ 15 ବର୍ଷ ପରେ ତିନି ପ୍ରେମିକାଙ୍କ ସହିତ ବିବାହ କରିଛନ୍ତି । ଆଦିବାସୀ ଭିଲାଲା ସମୁଦାୟରେ ଲିଭ-ଇନ୍‌ରେ ରହିବା ଓ ସନ୍ତାନ ଜନ୍ମ କରିବାକୁ ଅୁମତି ରହିଛି ।

ସମ୍ବିଧାନ ଦିଏ ଅନୁମତି:

ସମର୍ଥ କହିଛନ୍ତି ଯେ, 15 ବର୍ଷ ତଳେ ତାଙ୍କର ସ୍ଥିତି ଏତେ ଭଲ ନଥିଲା । ଏହି କାରଣରୁ ସେ ତିନିଜଣ ପ୍ରେମିକାଙ୍କୁ ବିବାହ କରିପାରିନଥିଲେ । ମାତ୍ର ଏବେ ସ୍ଥିତି ଭଲ ହେବାପରେ ସେ ବିବାହ କରିଛନ୍ତି । ବିବାହର ନିମନ୍ତ୍ରଣ କାର୍ଡ ମଧ୍ୟ ଛପା ଯାଇଥିଲା, ଯେଉଁଥିରେ ପ୍ରେମିକାଙ୍କ ନାମ ମଧ୍ୟ ରହିଥିଲା । ଭାରତୀୟ ସମ୍ବିଧାନର ଧାରା 342 ଆଦିବାସୀ ରୀତିନୀତି ଏବଂ ନିର୍ଦ୍ଦିଷ୍ଟ ସାମାଜିକ ପରମ୍ପରାକୁ ସୁରକ୍ଷା ଦେଇଥାଏ । ଏହି ଅନୁଚ୍ଛେଦ ଅନୁଯାୟୀ, ଏକସଙ୍ଗେ ସମର୍ଥ ତିନିଜଣ କନିଆଁଙ୍କ ସହ ବିବାହ କରିବା ବେଆଇନ ନୁହେଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.