ETV Bharat / bharat

Hybrid Terrorists Arrested: ସେନାକୁ ସଫଳତା, 4 ହାଇବ୍ରିଡ ଆତଙ୍କୀ ଗିରଫ

author img

By

Published : May 11, 2022, 9:12 AM IST

Hybrid Terrorists Arrested:ସେନାକୁ ସଫଳତା,4 ହାଇବ୍ରିଡ ଆତଙ୍କୀ ଗିରଫ
Hybrid Terrorists Arrested:ସେନାକୁ ସଫଳତା,4 ହାଇବ୍ରିଡ ଆତଙ୍କୀ ଗିରଫ

ଜମ୍ମୁ କାଶ୍ମୀରରେ ସେନାକୁ ମିଳୁଛି ଗୋଟିଏ ପରେ ଗୋଟିଏ ସଫଳତା । ମଙ୍ଗଳବାର ଶ୍ରୀନଗରର ବେମିନା(Bemina area in Srinagar) ଅଞ୍ଚଳରୁ ଚାରି ହାଇବ୍ରିଡ ଆତଙ୍କୀଙ୍କୁ(‘hybrid’ terrorists ) ଗିରଫ କରିଛି ସୁରକ୍ଷା ବାହିନୀ । ଅଧିକ ପଢନ୍ତୁ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ସେନାକୁ ମିଳୁଛି ଗୋଟିଏ ପରେ ଗୋଟିଏ ସଫଳତା । ମଙ୍ଗଳବାର ଶ୍ରୀନଗରର ବେମିନା(Bemina area in Srinagar) ଅଞ୍ଚଳରୁ ଚାରି ହାଇବ୍ରିଡ ଆତଙ୍କୀଙ୍କୁ(‘hybrid’ terrorists ) ଗିରଫ କରିଛି ସୁରକ୍ଷା ବାହିନୀ । ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ମାରଣାସ୍ତ୍ର ସହ ଗୁଳିଗୋଳା ମଧ୍ୟ ଜବତ କରାଯାଇଛି ।

ସୂଚନା ଅନୁସାରେ, ଶ୍ରୀନଗରର ବେମିନା(Bemina area in Srinagar) ଅଞ୍ଚଳରେ ଆତଙ୍କୀ ଗତିବିଧି ନେଇ ସୁରକ୍ଷା ବାହିନୀକୁ ଖବର ମିଳିଥିଲା । ପରେ ବେମିନି ଚେକ ପଏଣ୍ଟରେ ତଲାସୀ ଅଭିଯାନକୁ ସେନା ପକ୍ଷରୁ କଡାକଡି କରାଯାଇଥିଲା । ଚେକପୋଷ୍ଟ ଗୁଡିକରେ ସେନା ପକ୍ଷରୁ ତଲାସୀ ନିଆଯାଉଥିବାବେଳେ ଦୁଇ ସନ୍ଦିଗ୍ଧ ପୋଲିସକୁ ଦେଖି ଘଟଣାସ୍ଥଳରୁ ଚମ୍ପଟ ମାରିବା ପାଇଁ ଉଦ୍ୟମ କରିଥିଲେ ।

ହେଲେ ସେମାନଙ୍କୁ କାବୁ କରିଥିଲେ ସୁରକ୍ଷାବାହିନୀ । ଗିରଫ ହୋଇଥିବା ଦୁଇ ଆତଙ୍କୀଙ୍କ ପାଖରୁ ଗୋଟିଏ ଚାଇନିଜ ରାଇଫଲ, ଗୋଟିଏ ମାଗାଜିନ ଓ ୧୦ ରାଉଣ୍ଡ ଜୀବନ୍ତ ଗୁଳି ଜବତ ହୋଇଛି । ଉଭୟ ଆତଙ୍କୀଙ୍କ ହେଉଛନ୍ତି ବେମିନା ଉସମାନାବାଦ (Usmanabad)ଅଞ୍ଚଳର ତାଓସ ରସୁଲ ଗଡ୍ଡା (Tawoos Rasool Gada) ଓ ସଲିମ ଜୈନ ଭଟ୍ଟ(Saleem Jan Bhat) ବୋଲି ଜଣାପଡିଛି । ଗିରଫ ଆତଙ୍କବାଦୀ (Lashkar-e-Taiba) ଲସ୍କର-ଇ-ତୋଏବାର ୨ ପ୍ରମୁଖ ସକ୍ରିୟ ସଦସ୍ୟ ହୋଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି।

ଉଭୟେ ପାକିସ୍ତାନୀ ହ୍ୟାଣ୍ଡଲରଙ୍କ ନିର୍ଦ୍ଦେଶରେ ସହରରେ ପିସ୍ତଲ ଯୋଗାଇବାରେ କାର୍ଯ୍ୟରେ ସମ୍ପୃକ୍ତ ଥିବା ଜଣାପଡିଛି । ସେମାନଙ୍କୁ ପୋଲିସ ଅଧିକ ପଚରାଉଚରା କଲା ବେଳେ ଆଉ ଦୁଇ ଆତଙ୍କୀଙ୍କ ବିରୋଧରେ ଅଧିକ ସୂଚନା ପାଇଥିଲା । ପରେ ଶ୍ରୀନଗରର ହାମଦାନିଆ କଲୋନୀ (Hamdania Colony in Srinagar )ରେ ସେନା ଆରମ୍ଭ କରିଥିଲା ଅପରେସନ୍ ।

ସେଠାରୁ ୨ ଆତଙ୍କି ମଡ୍ୟୁଲଙ୍କୁ ବାନ୍ଧି ଥିଲା ସେନା । ସେମାନେ ହାମଦାନିଆ କଲୋନୀର ବାସିନ୍ଦା ଅବଦୁଲ ହମିଦ ରହ୍ ଅଲ୍ଲିସ ଅଲ୍ଲୀ (Abdul Hameed Rah alias Ali) ଓ ସାଜାଦ ଅହେମ୍ମହ ହଜାରୀ (Sajad Ahmed Marazi) ବୋଲି ସୂଚନା ମିଳିଛି । ସେମାନଙ୍କ ନିକଟରୁ ୨ଟି ଚାଇନିଜ ପିସ୍ତଲ, ୨ ମାଗାଜିନ ଓ ୧୦ ରାଉଣ୍ତ ଜୀବନ୍ତ ଗୁଳି ଜବତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.