ETV Bharat / bharat

Earthquake: ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର, 4.4 ତୀବ୍ରତା ରେକର୍ଡ

author img

By

Published : May 9, 2022, 7:08 AM IST

ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର, 4.4 ତୀବ୍ରତା ରେକର୍ଡ
ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର, 4.4 ତୀବ୍ରତା ରେକର୍ଡ

ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଥିବା କାମ୍ପବେଲ ବେ'ରେ (Campbell Bay) ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.4 ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ

ପୋର୍ଟ ବ୍ଲେୟାର: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଥିବା କାମ୍ପବେଲ ବେ ଅଞ୍ଚଳରେ (Campbell Bay) ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.4 ରେକର୍ଡ କରାଯାଇଛି । ସୋମବାର ରାତି 1ଟା 11 ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Center for Seismology) ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଏହା ଦ୍ବୀପପୁଞ୍ଜର ଏନଏନଇ କାମ୍ପବେଲ ବେ (NNE of Campbell Bay) ଠାରୁ ୮୫ କିଲୋମିଟର ଦୂରରେ ଅନୁଭୂତ ହୋଇଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଶେଷ ଥର ପାଇଁ ମେ 1ରେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.1 ରେକର୍ଡ କରାଯାଇଥିଲା । ଭୂକମ୍ପର ଗଭୀରତା ୧୦ କିଲୋମିଟର ହୋଇଥିବା ବେଳେ ଏହାର ଅକ୍ଷାଂଶ 13.25 ରହିଥିବାବେଳେ ଦ୍ରାଘିମା 92.96ର ରହିଥିଲା। ଏହା ଦ୍ବୀପପୁଞ୍ଜର ଦିଗଲୀପୁର ଠାରୁ 3 କିଲୋମିଟର ଦୂରରେ ଅନୁଭୂତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.