ETV Bharat / bharat

ଜେପି ନଡ୍ଡାଙ୍କ ଘରେ ନିଆଁ ଲଗାଇବାକୁ ଉଦ୍ୟମ, ୪ ଛାତ୍ର କଂଗ୍ରେସ କର୍ମୀ ଗିରଫ

author img

By

Published : Jun 23, 2022, 7:35 AM IST

ଜେପି ନଡ୍ଡାଙ୍କ ଘରେ ନିଆଁ ଲଗାଇବାକୁ ଉଦ୍ୟମ, ୪ ଛାତ୍ର କଂଗ୍ରେସ କର୍ମୀ ଗିରଫ
ଜେପି ନଡ୍ଡାଙ୍କ ଘରେ ନିଆଁ ଲଗାଇବାକୁ ଉଦ୍ୟମ, ୪ ଛାତ୍ର କଂଗ୍ରେସ କର୍ମୀ ଗିରଫ

ଅଗ୍ନିପଥ ଯୋଜନାକୁ ବିରୋଧ କରି ଜେପି ନଡ୍ଡାଙ୍କ ଘରେ ନିଆଁ ଲଗାଇବାକୁ ଉଦ୍ୟମ । ୪ ଛାତ୍ର କଂଗ୍ରେସ କର୍ମୀଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ଥମୁନି ଅଗ୍ନିପଥ ନିଆଁ । ବିଭିନ୍ନ ଛାତ୍ର ସଙ୍ଗଠନ ପକ୍ଷରୁ ବିରୋଧାଭାସ ଜାରି ରହିଛି । ସେନାରେ ଏହି ଚୁକ୍ତିଭିତ୍ତିକ ନିଯୁକ୍ତି ଯୋଜନାକୁ ବିରୋଧ କରି ମଙ୍ଗଳବାର ଛାତ୍ର କଂଗ୍ରେସର(National Student Union of India) କିଛି କର୍ମୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବାସଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏପରିକି କିଛି ଛାତ୍ର କଂଗ୍ରେସ କର୍ମୀ ସେଠାରେ ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ ।

ଏହି ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଗିରଫ କର୍ମୀ ହରିୟାଣା ଏବଂ ଉତ୍ତରପ୍ରଦେଶର NSUIର ସଦସ୍ୟ ଅଟନ୍ତି । ଏଥିରେ ସାମିଲ ତାଙ୍କ ଅନ୍ୟ ସହଯୋଗୀମାନଙ୍କୁ ଗିରଫ ପାଇଁ ପୋଲିସ ଖୋଜାଖୋଜି ଜାରି ରଖିଛି । ସୂଚନା ଅନୁସାରେ, ସେନାରେ ଅଗ୍ନିପଥ ନିଯୁକ୍ତି ଯୋଜନାକୁ ବିରୋଧ କରି ମଙ୍ଗଳବାର ଅପରାହ୍ନ ସାଢେ ୪ଟା ସମୟରେ ଦିଲ୍ଲୀ ମୋତିଲାଲ ନେହୁର ମାର୍ଗ ସ୍ଥିତ ଜେପି ନଡ୍ଡାଙ୍କ ବାସଭବନ ବାହାରେ ପ୍ରାୟ ୧୦ରୁ ୧୨ ଜଣ ଛାତ୍ର କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

କିଛି ସମୟ ପରେ ଏହି ବିକ୍ଷୋଭକାରୀ କାଠରେ କପଡା ଗୁଡାଇ ସେଥିରେ ନିଆଁ ଲଗାଇଥିଲେ ଏବଂ ଏହାକୁ ନଡ୍ଡାଙ୍କ ବାସଭାବନର ସୁରକ୍ଷା ରୁମ ଗେଟ୍ ନିକଟକୁ ଫିଙ୍ଗିଥିଲେ । ସେଠାରେ ଥିବା ସୁରକ୍ଷାକର୍ମୀ ଏହି ନିଆଁ ଲିଭାଇବା ସହ ପୋଲିସକୁ ଖବର ଦେଇଥିଲେ । ପୋଲିସ ଏହି ମାମଲାର ଯାଞ୍ଚ କରି ୪ ଜଣଙ୍କୁ ଗିରଫ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.