ETV Bharat / bharat

Gujarat Result: 37 କେନ୍ଦ୍ରରେ ଗଣତି, ଉତ୍ସାହିତ ବିଜେପି ଶିବିର

author img

By

Published : Dec 7, 2022, 10:39 PM IST

Updated : Dec 8, 2022, 7:02 AM IST

Gujarat poll counting: 37 କେନ୍ଦ୍ରରେ ହେବ ଗଣତି, ଉତ୍ସାହିତ ବିଜେପି ଶିବିର
Gujarat poll counting: 37 କେନ୍ଦ୍ରରେ ହେବ ଗଣତି, ଉତ୍ସାହିତ ବିଜେପି ଶିବିର

ଗୁଜୁରାଟ ବିଧାନସଭା ନିର୍ବାଚନର ଆଜି ଆସିବ ଜନାଦେଶ । ସକାଳ 8 ଟାରୁ ଗଣତି ଆରମ୍ଭ । 33ଟି ଜିଲ୍ଲାର 37ଟି ଗଣନା କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନ 2022 ପାଇଁ ଆଜି ଭୋଟ ଗଣତି ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରାଜ୍ୟରେ ମୋଟ 182 ଆସନର ଭୋଟ ଗଣତି ପାଇଁ ମୋଟ 37କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ଏହି କେନ୍ଦ୍ରଗୁଡିକରେ ସୁରକ୍ଷା ଓ ଅନ୍ୟ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି ସମ୍ପୃକ୍ତ ସ୍ଥାନୀୟ ପ୍ରଶାସନ । ସକାଳ 8ଟାରୁ ଗଣତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଫଳାଫଳ ଉପରେ ସାରା ଦେଶର ନଜର ରହିଛି ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପି.ଭାରତୀଙ୍କ ସୂଚନା ଅନୁଯାୟୀ 494 ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସର, 182 ରିଟର୍ଣ୍ଣିଂ ଅଫିସର ଏବଂ 182 ଗଣନାକାରୀ ପର୍ଯ୍ୟବେକ୍ଷକ (counting observers) ସମଗ୍ର ଗଣନା ପ୍ରକ୍ରିୟାରେ ନିୟୋଜିତ ହୋଇଛନ୍ତି । ସେହିପରି ଭୋଟ ଗଣତି ସମୟରେ ବିଭିନ୍ନ କେନ୍ଦ୍ରରେ 78 ଅତିରିକ୍ତ ସହକାରୀ ନିର୍ବାଚନ ଅଧିକାରୀ ଉପସ୍ଥିତ ରହି ପ୍ରକ୍ରିୟାର ତଦାରଖ କରିବେ । ଗଣତି ପ୍ରକ୍ରିୟାକୁ ଛାଡିଲେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।

ସମସ୍ତ ଗଣତି କେନ୍ଦ୍ରରେ ସଶସ୍ତ୍ର ପୋଲିସ ଓ ପାରା ମିଲିଟାରୀ ଫୋର୍ସ ରହିବେ । ଏବେ ସୁଦ୍ଧା ଇଭିଏମଗୁଡିକ ସିଲ ହୋଇ ଷ୍ଚ୍ରଙ୍ଗରୁମରେ ରଖାଯାଇଛି । ଆଜି ସକାଳ ସୁଦ୍ଧା ଏହି ଇଭିଏମଗୁଡିକୁ ନିର୍ଦ୍ଧାରିତ ଗଣତି କେନ୍ଦ୍ରକୁ ପୋଲିସ ଫୋର୍ସ ଓ ଗଣତି ଦାୟିତ୍ବରେ ଥିବା ଅଧିକାରୀଙ୍କ ସହ ପଠାଯିବ । ସକାଳ 8ଟାରୁ ଗଣତି ଆରମ୍ଭ ହେବ । ପର୍ଯ୍ୟାୟକ୍ରମେ ଫଳାଫଳର ଅପଡେଟ ନିର୍ବାଚନ ଅଧକାରୀଙ୍କ କାର୍ଯ୍ୟାଳୟରୁ ମିଳିବା ନେଇ ମଧ୍ୟ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ପି.ଭାରତୀ କହିଛନ୍ତି ।

କେଉଁ ପ୍ରର୍ଯ୍ୟାୟରେ କେତେ ଇଭିଏମ :-

ରାଜ୍ୟରେ ଡିସେମ୍ବର 8ରେ ହୋଇଥିବା ଦ୍ବିତୀୟ ପର୍ଯ୍ୟାୟ ଭୋଟିଂରେ 14ଟି ଜିଲ୍ଲାର 93ଟି ଆସନ ପାଇଁ ମୋଟ 37,482 ଟି ବାଲାଟ୍ ୟୁନିଟ୍ ରହିଛି । ସେହିପରି ପ୍ରଥମ ପର୍ଯ୍ୟାୟରେ ହୋଇଥିବା 19ଟି ଜିଲ୍ଲାର 89ଟି ସିଟ୍ ପାଇଁ ମୋଟ 25,463 ଟି ବାଲାଟ ୟୁନିଟ୍ ସିଲ ହୋଇ ରଖାଯାଇଛି ।

ସୁରକ୍ଷା ବ୍ୟବସ୍ଥା କଡାକଡି :

ସମସ୍ତ ଗଣତି କେନ୍ଦ୍ରଗୁଡିକରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ରାଜ୍ୟର 33ଟି ଜିଲ୍ଲାର 37ଟି ଗଣନା କେନ୍ଦ୍ରରେ ସୁରକ୍ଷା ସମ୍ପର୍କିତ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ଗଣନା କେନ୍ଦ୍ର ପରିସର ବାହାରେ ସ୍ଥାନୀୟ ପୋଲିସ ଓ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବ । ଗଣନା କେନ୍ଦ୍ରରେ SRPF ଓ CAPF ଶସସ୍ତ୍ର ଯବାନ ଉପସ୍ଥିତ ରହିବେ । କେବଳ ରାଜନୈତିକ ଦଳର ପ୍ରତିନିଧି ଭାବେ ପଞ୍ଜୀକୃତ ବ୍ୟକ୍ତିଙ୍କୁ କାଉଣ୍ଟିଂ କମ୍ପ୍ଲେକ୍ସକୁ ପ୍ରବେଶ ଅନୁମତି ଦିଆଯାଇଛି । ସେହିପରି ପ୍ରତ୍ୟେକ ଗଣନା କେନ୍ଦ୍ର କମ୍ପ୍ୟୁଟର, ଇଣ୍ଟରନେଟ୍, ଟେଲିଫୋନ୍ ଏବଂ ଫ୍ୟାକ୍ସ ମେସିନ ପରି ସମସ୍ତ ଯୋଗାଯୋଗ ଉପକରଣ ରହିବ ।

ଏକଜିଟ ପୋଲର ସର୍ଭେର ଭାରତୀୟ ଜନତା ପାର୍ଟିକୁ ସ୍ପଷ୍ଟ ବହୁମତ ସହ ଗତ ନିର୍ବାଚନ ଠାରୁ ଅଧିକ ଆସନ ମିଳିବା ନେଇ ଆକଳନ ପ୍ରକାଶ ପାଇଛି । ଅନ୍ୟପଟେ ବିରୋଧୀ କଂଗ୍ରେସର ଆସନ ସଂଖ୍ୟା ଆହୁରି କମିବା ନେଇ ସର୍ଭେ କହୁଛି । ଏକଜିଟ ପୋଲ ସର୍ଭେ ଅନୁସାରେ ଆମ ଆଦମୀ ପାର୍ଟିକୁ ମଧ୍ୟ ସଫଳତା ମିଳିବନି । 27 ବର୍ଷର ଧାରା ବଜାୟ ନେଇ ବିଜେପି ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି । ଆଜି ଫଳାଫଳକୁ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Dec 8, 2022, 7:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.