ETV Bharat / bharat

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା: ଗୁଳିମାଡରେ 3 ମୃତ

author img

By

Published : Jun 16, 2023, 9:13 AM IST

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା
ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା

ପଞ୍ଚାୟତ ନିର୍ବାଚନ ପ୍ରାର୍ଥିପତ୍ର ଦାଖଲ ସମୟରେ ପଶ୍ଚିମବଙ୍ଗରେ ଗୁଳିମାଡ । 3 ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

କୋଲକାତା: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପାଇଁ ପାର୍ଥିପତ୍ର ଦାଖଲର କାଲି(ଗୁରୁବାର) ଶେଷ ଦିନ ଥିଲା । ଏହି ସମୟରେ ରାଜ୍ୟର ଦୁଇଟି ଜିଲ୍ଲାରେ ପ୍ରାକ୍ ନିର୍ବାଚନୀ ହିଂସା ପ୍ରକାଶ ପାଇଛି । ଦକ୍ଷିଣ 24 ପ୍ରଗଣା ଜିଲ୍ଲାରେ ଗୁଳିମାଡ ହୋଇ 2 ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଉତ୍ତର ଦିନାଜପୁର ଜିଲ୍ଲାରେ ମଧ୍ୟ ହିଂସା ଯୋଗୁଁ ଜଣଙ୍କ ଜୀବନ ଯାଇଛି । ଦୁବୃର୍ତ୍ତଙ୍କ ଗୁଳିମାଡରେ ଏଠାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ସମସ୍ତେ ନିର୍ବାଚନ ପାଇଁ ନାମାଙ୍କନ ଭରିବାକୁ ଯିବା ସମୟରେ ଗୁଳିମାଡ ହୋଇଛି । ତେବେ ଶାସକ ତୃଣମୂଳ କଂଗ୍ରେସ(TMC) ପ୍ରାର୍ଥୀଙ୍କୁ ପ୍ରାର୍ଥୀପତ୍ର ଦାଖଲରୁ ରୋକିବାକୁ ଏଭଳି ହିଂସା ଘଟାଇଥିବା ବିରୋଧି ଦଳ ଅଭିଯୋଗ ଆଣିଛନ୍ତି ।

ହିଂସା ପରେ ଜୁଲାଇ 8ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟବ୍ୟାପୀ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗକୁ ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ । ନିର୍ବାଚନ ପ୍ରକ୍ରିୟା ଲାଗି ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବଳ ମୁତୟନ କରିବାକୁ ଜୁନ 13ରେ ନିର୍ଦ୍ଦେଶ ଦିଆଯାଇଥିଲେ ହେଁ ଏଯାବତ୍ କୌଣସି ପଦକ୍ଷେପ ନିଆଯାଇ ନଥିବା ନେଇ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି ।

2022 ପୌର ନିର୍ବାଚନ ଏବଂ 2021 କୋଲକାତା ମହାନଗର ନିଗମ ନିର୍ବାଚନ ସମୟରେ ରାଜ୍ୟରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା । ଏହି ଦୃଷ୍ଟିରୁ ଶାନ୍ତି ଶୃଙ୍ଖଳାର ସହ ପଞ୍ଚାୟତ ନିର୍ବାଚନ ପରିଚାଳନା କରିବା ପାଇଁ ଆବେଦନକାରୀ ରାଜ୍ୟରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ପାଇଁ ନିବେଦନ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ରାଜ୍ୟରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ପାଇଁ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବିଜେପି ସ୍ବାଗତ କରିଛି ।

ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ''ପଞ୍ଚାୟତ ନିର୍ବାଚନ ପାଇଁ ପାର୍ଥୀପତ୍ର ଦାଖଲ ସମୟରେ ହିଂସାକାଣ୍ଡ ଘଟିବା ପରେ କୋର୍ଟଙ୍କ ନିର୍ଦ୍ଦେଶ ଆସିଛି । ଏହା ବେଙ୍ଗଲରେ ରାଜନୈତିକ ହିଂସାକୁ ବନ୍ଦ କରି ଗଣତନ୍ତ୍ରର ପୁନଃସ୍ଥାପନ କରିବ । ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ପ୍ରକ୍ରିୟାରେ ପଞ୍ଚାୟତ ନିର୍ବାଚନ ପରିଚାଳନା ହେବ । ନିର୍ବାଚନୀ ହିଂସାରେ ଏବେସୁଦ୍ଧା 4ରୁ 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅତିକମରେ 100 ବିଜେପି କର୍ମୀଙ୍କ ଆହତ ହୋଇଛନ୍ତି ।'' ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ମଧ୍ୟ ଘଟଣାରେ କଡା ପ୍ରତିକ୍ରିୟା ପ୍ରକାଶ କରି ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.