ETV Bharat / bharat

କଡ ଲେଉଟାଇଲା କୋରୋନା, ଭୟଭୀତ ନହେବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ

author img

By ETV Bharat Odisha Team

Published : Dec 20, 2023, 11:00 PM IST

21 cases of new Covid variant JN.1: ନୂଆ କୋଭିଡ ଭ୍ୟାରିଏଣ୍ଟ ଜେଏନ-1: ଦେଶରେ 21 ଆକ୍ରାନ୍ତ ଚିହ୍ନଟ, ଭୟଭୀତ ହେବାର କାରଣ ନଥିବା କହିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ

ନୂଆ କୋଭିଡ ଭ୍ୟାରିଏଣ୍ଟ ଜେଏନ-1:
ନୂଆ କୋଭିଡ ଭ୍ୟାରିଏଣ୍ଟ ଜେଏନ-1:

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ମଧ୍ୟରେ ପୁଣି କଡ ଲେଉଟାଇଲା କୋରୋନା । ନୂଆ କୋଭିଡ ଭ୍ୟାରିଏଣ୍ଟ ଜେଏନ-1 ଚିହ୍ନଟ ହେବା ପରେ ସଂକ୍ରମଣ ଆଶଙ୍କା ବଢିଛି । ଏବେ ସୁଦ୍ଧା ଦେଶରେ ମୋଟ 21 ଆକ୍ରାନ୍ତ ଏହି ନୂଆ ପ୍ରଜାତିର କୋଭିଡ ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହେବା ପରେ ଆଶଙ୍କା ବଢିଛି । ତଥ୍ୟ ଅନୁସାରେ, ଭାରତରେ ଗୋଆରେ ସର୍ବାଧିକ 19, ମହାରାଷ୍ଟ୍ରରେ 1 ଏବଂ କେରଳରେ ଜଣେ ସଂକ୍ରିମିତ ଏହି ନୂତନ ପ୍ରଜାତି JN.1 ଭାରିଆଣ୍ଟର ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡିଛି ଦେଶରେ ଏବେ ପର୍ଯ୍ୟନ୍ତ ମୋଟ ସଂକ୍ରମିତ ମାମଲା 21ରେ ପହଞ୍ଚିଛି । ଏହାରି ମଧ୍ୟରେ ଭୟଭୀତ ହେବାର କାରଣ ନଥିବା କହିଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

ନୂତନ ଭାବେ ଚିହ୍ନଟ ହୋଇଥିବା SARS-CoV-2 ଭାରିଆଣ୍ଟ JN.1 ଉପରେ ଉଦବେଗ ପ୍ରକାଶ ପାଇଛି । ଆଜି (ବୁଧବାର) ଦେଶରେ ସଂକ୍ରମିତ ସ୍ଥିତି ଓ ସଂଖ୍ୟାକୁ ଦେଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଏହି ପ୍ରକାର ସ୍ଥିତି ତୁରନ୍ତ ଚିନ୍ତାର କାରଣ ନୁହେଁ । ମନ୍ତ୍ରଣାଳୟ କହିଛି ସ୍ଥିତି ଉପରେ କଡା ନଜର ରହିଛି । ନୂତନ ଭ୍ୟରିଏଣ୍ଟକୁ ମଧ୍ୟ ଅନୁଧ୍ୟାନ କରାଯାଉଛି । ଏହି JN.1 ଭୂତାଣୁରେ ସଂକ୍ରମିତ ସମସ୍ତ ମାମଲା ସାମାନ୍ୟ ବୋଲି ଜଣାପଡିଛି । କୌଣସି ମାତ୍ରାଧିକ ଜଟିଳତା ବିନା ସମସ୍ତେ ସୁସ୍ଥ ହୋଇସାରିଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ ନୂତନ କୋଭିଡ-19 ଭ୍ୟାରିଏଣ୍ଟ ପାଇଁ ଲୋକମାନେ ସଚେତନ ହେବା ଆବଶ୍ୟକ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାର ଦ୍ରୁତ ଗତିରେ ବଢୁଥିବା ବିସ୍ତାରକୁ ଦୃଷ୍ଟିରେ ରଖି JN.1କୁ ଏକ ପୃଥକ ଭ୍ୟାରିଏଣ୍ଟ ଭାବରେ ଶ୍ରେଣୀଭୁକ୍ତ କରିଛି । କିନ୍ତୁ ବର୍ତ୍ତମାନ ସ୍ଥିତିରେ ଚିନ୍ତିତ ହେବାର କାରଣ ନାହିଁ ବୋଲି ସ୍ବାସ୍ଥ୍ଯ ମନ୍ତ୍ରଣାଳୟ କହିବା ପରେ ସମସ୍ତେ ଆଶ୍ବସ୍ତ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ରାୟପୁରରେ ଛତିଶଗଡ ବ୍ୟବସାୟୀଙ୍କୁ ଗୁଳିମାଡ କରି ଓଡିଆ ଯୁବକ ଗିରଫ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଗତ ଦୁଇ ସପ୍ତାହ ମଧ୍ୟରେ କୋଭିଡ -19 ସଂକ୍ରମଣ କାରଣରୁ ବିଭିନ୍ନ ରାଜ୍ୟରେ ମୋଟ 16 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏପରି ସ୍ଥିତି ଗମ୍ଭୀର ନୁହେଁ କିନ୍ତୁ ଏହା ସତର୍କ ହେବା ଆବଶ୍ୟକ ବୋଲି । ଡିସେମ୍ବର 6 ତାରିଖରେ 115 ଆକ୍ରାନ୍ତ ଥିବା ବେଳେ ଏହା 614 ପର୍ଯ୍ୟନ୍ତ କ୍ରମାଗତ ବୃଦ୍ଧି ଘଟିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସୁଦର୍ଶନ ପନ୍ତ ଆଜି (ବୁଧବାର) କହିଛନ୍ତି । ତେବେ ଚିନ୍ତିତ ହେବା ପରିବର୍ତ୍ତେ ସତର୍କ ରହିବାକୁ ହେବ । ସ୍ଥିତି ଉପରେ ସରକାର ନଜର ରଖିଛନ୍ତି । ସ୍ଥିତି ନେଇ ପରବର୍ତ୍ତୀ ଗାଇଡଲାଇନ ଜାରି ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.